ଆମ ଜିଲା ଖବର

ଅପହଞ୍ଚ ଯୋଜନା, ଅସୁରକ୍ଷିତ ଶ୍ରମିକ

ନୟାଗଡ଼ ଅଫିସ,୧୮ା୩: ଶିକ୍ଷାର ଅଭାବ ସାଙ୍ଗକୁ ଅଭିଯୋଗ କରିବାକୁ ସାହସ ଜୁଟାଇପାରୁ ନ ଥିବାରୁ ନୟାଗଡ ଜିଲାର ନିରୀହ ଶ୍ରମିକ ଶୋଷଣର ଶିକାର ହୋଇଚାଲିଛି। କେଉଁଠି ଶାରୀରିକ ନିର୍ଯାତନା ଦିଆଯାଉଛି ତ ଆଉ କେଉଁଠି ବିନା ପାରିଶ୍ରମିକରେ ଗୋତି ଖଟାଉଛନ୍ତି।...

ପର୍ଯ୍ୟଟନ କ୍ଷେତ୍ର ହୁକିଟୋଲା ଓ ବତିଘର ପ୍ରବେଶ କଟକଣା

ମହାକାଳପଡା,୧୮।୩ (ଡି.ଏନ.ଏ.): ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲିଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସରକାରଙ୍କ ପକ୍ଷରୁ ଜନଗହଳି ସ୍ଥାନ, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର ପରିସର, ମଲ୍‌, ସିନେମା ହଲ୍‌,...

ଗହୀରମଥାରେ ଅଲିଭ ରିଡଲେଙ୍କ ସମୂହ ଅଣ୍ଡାଦାନ ଜାରି: ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦେଲେ

ରାଜନଗର, ୧୮।୩(ଡି.ଏନ.ଏ.)-ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି। ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି। କଇଁଛମାନଙ୍କୁ ବାହ୍ୟ ଶତ୍ରୁଠାରୁ ସୁରକ୍ଷା ଦେବା ପାଇଁ ରାଜନଗର ବନ ବିଭାଗ କର୍ମଚାରୀମାନେ ସେଠାରେ ଅସ୍ଥାୟୀ...

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

କୁଜଙ୍ଗ,୧୮ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଗୋପିଆକୁଦ ପଞ୍ଚାୟତ ବେଦାପାଟ ଗ୍ରାମର ପବିତ୍ର ଓଝା(୪୫)ଙ୍କ ସୋମବାର ରାତିରେ ସନ୍ଦେହଜନକ ମୃତ୍ୟୁଘଟିଛି। ମାତ୍ର ପବିତ୍ରଙ୍କୁ ଖାଦ୍ୟରେ ବିଷଦେଇ ତାଙ୍କ ବଡ଼ ଭାଉଜ ଶରଳା, ଭାଇ ନିରଞ୍ଜନ ଓ ମା’ ମାଳତୀ ହତ୍ୟା କରିଥିବା...

ଜଗତ୍‌ସିଂହପୁର ଜିଲା ମହୋତ୍ସବ ବାତିଲ

ଜଗତ୍‌ସିଂହପୁର ଅଫିସ, ୧୮ା୩: ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମହୋତ୍ସବ କଲ୍ଲୋଳ-୨୦୨୦ ଅନୁଷ୍ଠିତ ହେବାର ଥିଲା। ଏନେଇ ୨ଥର ପ୍ରସ୍ତୁତି ବୈଠକ ସରିଥିଲା। ବିଗତବର୍ଷଗୁଡିକ ଅପେକ୍ଷା ଏଥର ଧୁମଧାମରେ ମହୋତ୍ସବ ପାଳନ କରାଯିବାକୁ ଯୋଜନା ପ୍ରସ୍ତୁତ...

ପୁରୀ ଛାଡ଼ିବେ ୧୫ ହଜାର ପର୍ଯ୍ୟଟକ

ପୁରୀ ଅଫିସ,୧୮ା୩: କରୋନାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ଏବେ ବଡ଼ କଟକଣା ଲଗାଇଛି। ପୁରୀର ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ହଲିଡେ ହୋମ୍‌ ଆଦିରେ ରହୁଥିବା ପର୍ଯ୍ୟଟକଙ୍କୁ ବୁଧବାର...

ସିଏମ୍‌ସି ପକ୍ଷରୁ ଜାରି ହେଲା ଏସ୍‌ଓପି; କରୋନା: ବଢୁଛି ସଚେତନତା, ସତର୍କତା

କଟକ ଅଫିସ,୧୮୩: କରୋନା ଭୂତାଣୁର ଭୟାବହତା ପାଇଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ହେଲେ ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ବହୁମାତ୍ରାରେ ସତର୍କ ରହିବା ସହ ସଚେତନ ହେବାରେ ଲାଗିଛନ୍ତି। ମୁହଁରେ ମାସ୍କ ବାନ୍ଧି ଯାତାୟତ କରୁଥିବାବେଳେ ସାନିଟାଇଜର...

ଇ-ଅଫିସ୍‌ରେ କାର୍ଯ୍ୟ କରିପାରିବେ ସରକାରୀ କର୍ମଚାରୀ -୨ ସନ୍ଦିଗ୍ଧ ବିପଦମୁକ୍ତ

ଜଗତ୍‌ସିଂହପୁର ଅଫିସ,୧୮ା୩: ସରକାରୀ କର୍ମଚାରୀ ଇ-ଅଫିସ ମାଧ୍ୟମରେ ଘରେ ରହି ମଧ୍ୟ କାମ କରିପାରିବେ। ଇ-ଅଫିସ ଏଭଳି ଜରୁରୀ ପରିସ୍ଥିତିରେ ବେଶ୍‌ ସହାୟକ ହୋଇପାରିଛି ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ। କୌଣସି ଲୋକ ଜିଲାପାଳଙ୍କ ନିକଟକୁ ନ...

ଜଗତ୍‌ସିଂହପୁର ଜିଲାରେ ୧୪୪ ଧାରା ଜାରି

ଜଗତ୍‌ସିଂହପୁର ଅଫିସ,୧୮ା୩: ଓଡ଼ିଶାରେ ଜଣେ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ସଚେତନତା ଓ ସତର୍କତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାବାସୀଙ୍କୁ ସମ୍ଭାବ୍ୟ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ସୋମବାର...

୨ ସପ୍ତାହରେ ୨ କମ୍ପାନୀର ଶୁଭ କାର୍ଯ୍ୟକ୍ରମ ସ୍ଥଗିତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୩: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ୨ କାରଖାନା ଶୁଭ ଦେଇ ନ ପାରି ଫେରିଯାଇଛି। ଗତ ୭ ତାରିଖରେ କଳିଙ୍ଗନଗର ବିଜୁ ପଟ୍ଟନାୟକ ପାର୍କ ନିକଟରେ କେସିକା...

ପ୍ରଧାନମନ୍ତ୍ରୀଙ୍କ ନଁ।ରେ କରୋନା ଗୁଜବ, ୪ ଗିରଫ

କେନ୍ଦ୍ରାପଡା ଅଫିସ, ୧୮ା୩: କରୋନା ସମ୍ପର୍କରେ ଗୁଜବ ସୃଷ୍ଟି ନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି। ତେବେ ଏହାକୁ ଅମାନ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ବୋଲି...

ମରାମତି ଅଭାବ: ମୁଖିଆ ରାସ୍‌ତାରେ ଦଉଡୁଛେ କେନାଲ ପାଏନ୍‌

ବିନିକା,୧୮ା୩ (ଡି.ଏନ୍‌.ଏ.)- ଚାଷ୍‌ ଆର ଚାଷୀର ବିକାଶ ଲାଗି କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଜଲ୍‌ସେଚନର ବେବସ୍‌ତା କରୁଛନ୍‌। ଚାଷୀର ଖେତ୍‌କେ ପାଏନ୍‌ ପୁହୁଁଚାବାର ଲାଗି କେନାଲ କୁଡ଼ବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେନ୍‌ତା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri