ଆମ ଜିଲା ଖବର

କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା

ଦାରିଙ୍ଗବାଡି,୧୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଜିଲାରେ ୧୪୪ ଧାରା ଘୋଷଣା କରିଛନ୍ତି । କୌଣସି ସ୍ଥାନରେ...

ଚୋରାଚାଲାଣ ବେଳେ ଧରିଲା ଦାରିଙ୍ଗବାଡ଼ି ପୋଲିସ: ୨ ଗିରଫ, କାର୍‌ ସହ ୨୦ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି,୧୭।୩(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ ବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଏକ କାର୍‌କୁ ଜବତ ସହ ୨୦କେଜି ଗଞ୍ଜେଇକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା ଆଇଆଇସି କୌଶିକ ମାଝୀ ସୁଚନା ଦେଇଛନ୍ତି...

ରାଜନଗର ନୂତନ ତହସିଲଦାର ଭୋଳାନାଥ ସେଠୀ

ରାଜନଗର,୧୭।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲଦାର ଭାବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭୋଳାନାଥ ସେଠୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ତହସିଲଦାର ଦ୍ୱିବେନ୍ଦୁ କୁମାର ଦାସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ରାଜନଗର ବାର ଆସୋସିଏଶନ ପକ୍ଷରୁ...

କେଳୁଣି ମୁହାଣ ନିକଟରେ ଜାହାଜର ସଫି

କୋଣାର୍କ,୧୭।୩(ଡି.ଏନ୍‌.ଏ): ପୁରୀ ଜିଲା କେଳୁଣି ମୁହାଣ ନିକଟ କେଉଟଜଙ୍ଗା ଗ୍ରାମ ନିକଟ ସମୁଦ୍ର କୂଳରେ ମଙ୍ଗଳବାର ଭୋରୁ ଏକ ଜାହାଜର ସଫି ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ କୋଣାର୍କ ଥାନାକୁ ଖବର ଦେଇଥିଲେ। ଖବରପାଇ ଥାନାର ଏକଟିମ୍‌ ଯାଇ...

ଚନ୍ଦ୍ରଭାଗା ସମୁଦ୍ରକୂଳ ପର୍ଯ୍ୟଟକ ମୁକ୍ତ

କୋଣାର୍କ,୧୭।୩(ଡି.ଏନ୍‌.ଏ): ପୁରୀ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଚନ୍ଦ୍ରଭାଗା ସମୁଦ୍ରକୂଳକୁ ପର୍ଯ୍ୟଟକ ମୁକ୍ତ କରାଯାଇଛି। ସକାଳେ ଗୋପ ତହସିଲଦାର ଓ କୋଣାର୍କ ଥାନାଧିକାରୀ ମିଳିତ ଚନ୍ଦ୍ରଭାଗା ସମୁଦ୍ରକୂଳକୁ ପର୍ଯ୍ୟଟକ ମୁକ୍ତ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪...

ଶେରଗଡ଼ ତହସିଲଦାରଙ୍କ ହୋଟେଲ ଫାଷ୍ଟଫୁଡ଼ ଦୋକାନରେ ଚଢ଼ାଉ: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଚଢ଼ା ଦରରେ ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଶେରଗଡ଼,୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡା ଶେରଗଡ଼ ବଜାରରେ ଥିବା ଫାଷ୍ଟଫୁଡ଼ ଦୋକାନ, ହୋଟେଲ, ମଦ ଦୋକାନରେ ଚଢ଼ାଉ କରିଛନ୍ତି। ଶେରଗଡ଼ ଚାରିଛକ, ତିନିଛକ, ବଜାର ଛକ, କାଳିଆ ହୋଟେଲ ଛକରେ ରହି ଲୋକମାନଙ୍କୁ ସଚେତନ କରିବା...

ଝାରସୁଗୁଡା ସହର ମଙ୍ଗଲବଜାରରେ ୧୪୪ ଧାରା ଲାଗୁ

ଝାରସୁଗୁଡା ଅଫିସ,୧୭। ୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଝାରସୁଗୁଡା ସହର ଜନଗହଳି ପୂର୍ଣ୍ଣ ମଙ୍ଗଲବଜାର ଅଞ୍ଚଳରେ ମଙ୍ଗଳବାର ସକାଳୁ ୧୪୪ ଧାରା ଲାଗୁ କରାଯାଇଛି। ଏହା ସହ...

ଗଞ୍ଜାମର ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବ ମାସ୍କ: ମୂଲ୍ୟ ୨୫ ଟଙ୍କା

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। କେତେକ ସ୍ଥାନରେ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅପରପକ୍ଷରେ ବୁଧବାରଠାରୁ ଗଞ୍ଜାମ ଜିଲାର ସମସ୍ତ ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ...

କରୋନା ଆତଙ୍କ: ମଟନ, ଚିକେନ ମାର୍କେଟ ବନ୍ଦ

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ସମସ୍ତ ମଟନ ଓ ଚିକେନ ଦୋକାନରେ ମଙ୍ଗଳବାର ତାଲା ଝୁଲୁଥିବା ଦେଖିବାକୁ ମିଳିଛି। କରୋନା ଭୟାବହତା ନେଇ ଜିଲାପାଳଙ୍କ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଅଣସ୍ବୀକୃତିପ୍ରାପ୍ତ ସ୍ଥାନରେ ମାଛ...

କରୋନା ଆତଙ୍କ: ଗଞ୍ଜାମର ବିଭିନ୍ନ ବଜାର ବନ୍ଦ

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଏହାକୁ ନେଇ ସରକାରଙ୍କ ତତ୍ପରତା ବୃଦ୍ଧି ପାଉଛି। ଗଞ୍ଜାମ ଜିଲାପାଳଙ୍କ ୧୪୪ ଧାରା ଜାରି କରିବା ପରେ ତହସିଲ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ଦୋକାନ ବଜାର ବନ୍ଦ କରି...

ଇଟାଲୀରୁ ଫେରନ୍ତା ଯୁବତୀଙ୍କ ଘରେ ମେଡିକାଲ ଟିମ୍‌

ଝାରସୁଗୁଡ଼ା ଅଫିସ,୧୭।୩: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ବ୍ୟାପି ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ରୋଗୀ ଚିହ୍ନଟ ହୋଇ ସାରିଛି। ତେବେ ଜଣେ ବିଦେଶ ଫେରନ୍ତା ଯୁବତୀଙ୍କୁ ନେଇ ଝାରସୁଗୁଡ଼ା ଜିଲାରେ ଚର୍ଚ୍ଚା ଚାଲିଛି। ଏହି ଯୁବତୀ ଜଣକ ନିକଟରେ...

କରୋନା ଗୁଜବ ସୋସିଆଲ ମିଡିଆରେ ଭାଇରାଲ: ଗିରଫ ଶିକ୍ଷକ ନିଲମ୍ବିତ

ଧର୍ମଗଡ,୧୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଳିଆକାନି ଗାଁରେ କରୋନା ଆକ୍ରାନ୍ତ ଜଣେ ଯୁବକ କବାଟ ବନ୍ଦକରି ଘରେ ରହିବା ଓ ଘଟଣା ସ୍ଥଳକୁ ଗୋଲାମୁଣ୍ଡା ଥାନା ଅଧିକାରୀ ବିଡିଓ ଯିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri