ଆମ ଜିଲା ଖବର

ମୋବାଇଲ୍‌ ଟର୍ଚ୍ଚରେ ଚିକିତ୍ସା

କାମାକ୍ଷାନଗର, ୧୭।୩(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଚିକିତ୍ସାଳୟରୁ ସମସ୍ୟା ପିଛା ଛାଡୁନି। ଖାଲି ପଡ଼ିଥିବା ଡାକ୍ତର, ବିଶେଷଜ୍ଞ ପଦବୀ ସ୍ବାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାବେଳେ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ ସମସ୍ୟାକୁ ବହୁଗୁଣିତ କରିଛି। ମରାମତି ନାମରେ ବୈଦ୍ୟୁତିକ ଉପକରଣ ବାହାର କରିଦିଆଯାଇଛି।...

ଜେରିଆଟିକ୍‌ ଓ୍ବାର୍ଡ ପାଲଟିଲା କରୋନା ଓ୍ବାର୍ଡ

ଅନୁଗୋଳ ଅଫିସ୍‌, ୧୭।୩ କରୋନା ମୁକାବିଲା ପାଇଁ ଅନୁଗୋଳ ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟର ଜେରିଆଟିକ୍‌ ୱାର୍ଡକୁ କରୋନା ୱାର୍ଡ ଭାବେ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତି ଓ...

କୁକୁଡ଼ା ନେବାକୁ ଗଁ।ରେ ଡେଙ୍ଗୁରା

ଅନୁଗୋଳ ସହର,୧୭ା୩ କରୋନା ଭାଇରସ ଆତଙ୍କ ବ୍ରଏଲର କୁକୁଡ଼ା ଚାଷୀ ଓ କମ୍ପାନୀକୁ ତଳିତଳାନ୍ତ କରିଦେଲାଣି। କୁକୁଡ଼ା ମାଂସ କି ଅଣ୍ଡା ସହିତ କରୋନାର କୌଣସି ସମ୍ପର୍କ ନ ଥିବା ଡାକ୍ତର, ବିଶେଷଜ୍ଞମାନେ ବାରମ୍ବାର କହୁଥିଲେ ମଧ୍ୟ ସାଧାରଣରେ ତାହା...

ବାଇକ-ପିକ୍‌ଅପ୍‌ ମୁହଁ।ମୁହିଁ, ୩ ମୃତ

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ରାଇସିଂ ଘାଟି ତଳେ ଜାତୀୟ ରାଜପଥ ନଂ.୩୨୬ରେ ସୋମବାର ପିକ୍‌ଅପ୍‌ ଓ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କର୍ଚ୍ଚବାଡି ପଞ୍ଚାୟତ ରାମାନାଜୁ ଗ୍ରାମର...

ଜଙ୍ଗଲରେ ଦମ୍ପତିଙ୍କ ଗଳାକାଟି ହତ୍ୟା

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ କରଚବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡା ମଧ୍ୟରେ ଥିବା ଜଙ୍ଗଲରୁ ସୋମବାର ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି। ସେମାନେ ହେଲେ ଗୋପଟିମା ଗ୍ରାମର...

ଏମ୍‌କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୧୭ା୩ ଗଞ୍ଜାମ ଜିଲାରେ ଏବେ କରୋନାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପର ସହର ବୁଲି ବିଭିନ୍ନ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଜିଲାରେ ୧୪୪ ଧାରା ଜାରି ହୋଇଛି। ଏମ୍‌କେସିଜି ମେଡିକାଲରେ...

୨୦୧୯-୨୦ ସୁଦ୍ଧା ୯୭ ବିବାହ ବନ୍ଦ

ସୁବାସ ପାଢୀ ବ୍ରହ୍ମପୁର ଅଫିସ,୧୭ା୩ ସମାଜରେ ଥିବା କୁସଂସ୍କାର ମଧ୍ୟରେ ଅନ୍ୟତମ ହେଉଛି ବାଲ୍ୟ ବିବାହ। ପୂର୍ବ କାଳରୁ ଚଳି ଆସୁଥିବା ଏହି ପ୍ରଥା ଆଜି ସେତେଟା ନାହିଁ। କିନ୍ତୁ ତଥାପି କେତେକ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଆଜି...

ପ୍ରୋତ୍ସାହନ ଅଭାବ: ଦୁର୍ଦ୍ଦିନରେ ପଥର କାରିଗର

ଗଞ୍ଜାମ,୧୭ା୩(ଡି.ଏନ୍‌.ଏ.)ଗଞ୍ଜାମ ବ୍ଲକ କୁଶପଲି ଦଳିତ ସାହି ଓ ଆଖପାଖ ଅଞ୍ଚଳରେ ଥିବା ପଥର କାରିଗରମାନେ କିଛି ବର୍ଷ ଧରି ପଥରରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରି ବିକ୍ରି କରୁଥିଲେ। ପଥର ତିଆରି ଶିଳ, ଗୁଡୁପା, ଘୋରଣା, ପେଷଣା...

ଚୈତ୍ରପର୍ବ, ବାରୁଣୀ ସ୍ନାନରେ କଟକଣା

ଆସିକା,୧୭ା୩(ଡି.ଏନ୍‌.ଏ.) କରୋନା ମୁକାବିଲା ନେଇ ସୋମବାର ଆସିକା ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ବିଧାୟିକା...

କଫିବଗିଚା, ଜଳପ୍ରପାତ ବୁଲିଲେ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୬।୩(ଡି.ଏନ୍‌.ଏ.) ସାରା ପୃଥିବୀରେ ଏବେ କରୋନା ଭୟ। ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ସମସ୍ତ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶ ପ୍ରକାରେ ଦାରିଙ୍ଗବାଡ଼ିର ସମସ୍ତ ପାର୍କ ବନ୍ଦ...

ବଳାତ୍କାର ମାମଲାକୁ ଗୁରୁତ୍ୱ ଦେଉନି ପୋଲିସ: ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କଲେ ପୀଡ଼ିତା

ବଣାଇ, ୧୭।୩(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇ ଥାନା ପୋଲିସ ବଳାତ୍କାର ମାମଲା ଭଳି ଘଟଣାକୁ ଗୁରୁତ୍ୱ ଦେଉନାହିଁ। ଅଭିଯୋଗ ହେବାର ୧୫ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ବରଂ ପୀଡ଼ିତାଙ୍କୁ ବାରମ୍ବାର ଥାନାକୁ ଦୌଡ଼ାଯାଇ ହଇରାଣ କରାଯାଉଛି। ଶେଷରେ ନିରୁପାୟ...

ସମଲେଇ ମନ୍ଦିରରେ ଗମ୍ଭୀରା ଦର୍ଶନ ବନ୍ଦ

ସମ୍ବଲପୁର,୧୭।୩ (ବ୍ୟୁରୋ) ସମ୍ବଲପୁର ସମଲେଇ ମନ୍ଦିରର ଗମ୍ଭୀରା ଦର୍ଶନ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରି ଦିଆଯାଇଛି। ତେବେ ଶ୍ରଦ୍ଧାଳୁମାନେ ଗମ୍ଭୀରା ବାହାରେ ରହି ମା’ଙ୍କ ଦର୍ଶନ କରିପାରିବେ। କରୋନା ମୁକାବିଲା ପାଇଁ ସୋମବାର ସକାଳେ ମନ୍ଦିର ଟ୍ରଷ୍ଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri