ଆମ ଜିଲା ଖବର

ବେଆଇନ ଖନନ ପ୍ରତିବାଦରେ କଂଗ୍ରେସର ଧାରଣା

ରସୁଲପୁର/ଧର୍ମଶାଳା,୧୫।୩(ଡିଏନଏ): ଯାଜପୁର ଜିଲାର ଲଘୁ ଖଣିଜ ହବ୍‌ଭାବେ ଜଣାଶୁଣା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଛାଖଣ୍ଡିରେ ବିରୋଧୀଙ୍କ ସ୍ବର ଶାଣିତ ହୋଇଛି । ଏହି ଅଞ୍ଚଳର ପାଣିଟାଙ୍କିଠାରେ ଶନିବାରଠାରୁ କଂଗ୍ରେସ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି ।...

ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ: ଅଧ୍ୟକ୍ଷ ପଦବୀ ପାଇଁ ବଦଳି ରାଜନୀତି

ଯାଜପୁର ରୋଡ,୧୫।୩(ଡି.ଏନ.ଏ.): ବ୍ୟାସନଗର ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ପଦବୀକୁ ନେଇ ବଦଳି ରାଜନୀତି ଆରମ୍ଭ ହୋଇଛି। ଯୋଗ୍ୟ ପ୍ରାଧ୍ୟାପକଙ୍କୁ ଏଠାରୁ ରାତିଅଧିଆ ବଦଳି କରାଯାଇ ବର୍ଷକ ତଳେ ବଦଳି କରାଯାଇଥିବା ଅନ୍ୟଜଣେ ପ୍ରାଧ୍ୟାପିକାଙ୍କୁ ପୁଣି ଏଠାକୁ ବଦଳି କରାଯାଇ ଅଣାଯାଇଛି।...

 ଋଣ ବୋଝ: ନୟାଗଡରେ ଚାଷୀଙ୍କ ଆତ୍ମହତ୍ୟା

ନୟାଗଡ ଅଫିସ,୧୫।୩-ନୟାଗଡ ଜିଲା ଶରଣକୁଳ ଥାନା ପଞ୍ଚରିଡା ମାନପୁର ନୂଆସାହିର ଚାଷୀ ଜୟକୃଷ୍ଣ ପଣ୍ଡା(୫୨) ଋଣ ଶୁଝି ନ ପାରି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଶରଣକୁଳ ଥାନା ପୋଲିସ ୨/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି...

ପାରାଦୀପ-ହରିଦାସପୁର ରେଳପଥ: ଅଗଷ୍ଟରୁ ଚାଲିବ ପଣ୍ୟବାହୀ ଟ୍ରେନ୍‌

ପାରାଦୀପ,୧୫ା୩(ସ୍ବ.ପ୍ର.): ପାରାଦୀପ-ହରିଦାସପୁର ରେଳପଥରେ ଆସନ୍ତା ଅଗଷ୍ଟରୁ ଟ୍ରେନ୍‌ ଚଳାଚଳ କରିବ ବୋଲି ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଟ୍ରେନ୍‌ ଚଳାଚଳ କଲେ ପରିବହନ ଜନିତ ପ୍ରଦୂଷଣ ହ୍ରାସ ପାଇବ ବୋଲି ସେ ମତ ରଖିଛନ୍ତି। ଗତ...

ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଲାଗିଲା ଆଉ ୩ ଡାୟାଲିସିସ୍‌ ୟୁନିଟ୍‌, ଅଟୋ ଆନାଲାଇଜର

ଜଗତ୍‌ସିଂହପୁର ଅଫିସ,୧୫ା୩: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାୟାଲିସିସ୍‌ ୟୁନିଟ୍‌ରେ ପୁଣି ୩ଟି ମେଶିନ୍‌ ବୃଦ୍ଧି ହୋଇଛି। ଏହାକୁ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦ୍‌ଘାଟନ କରିଛନ୍ତି। ଆଗରୁ...

ଏସ୍‌ପି ଅଫିସ ସମ୍ମୁଖରେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ମାମଲା: ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଭାପତି ଗିରଫ

ଜଗତ୍‌ସିଂହପୁର ଅଫିସ,୧୫ା୩: ତିର୍ତ୍ତୋଲ ଥାନା ଅଧୀନ ରେପୁରପାଟଣା ଗ୍ରାମରେ ଦଳିତ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଶାନ୍ତି କମିଟି ଗଠନ ହୋଇଛି। ଆସନ୍ତା ୧୬ ତାରିଖରେ ଶାନ୍ତି କମିଟି ବସିବାର ଅଛି। କିନ୍ତୁ...

ପିଚୁ ପାଇଁ ଅନନ୍ତପୁର-ନେନ୍ଧେରା ଢଳେଇ ରାସ୍ତା ବିପର୍ଯ୍ୟସ୍ତ: ସାଧାରଣରେ ତୀବ୍ର ଅସନ୍ତୋଷ

ବାଲିକୁଦା,୧୫ା୩(ସ୍ବ.ପ୍ର.): ବାଲିକୁଦା ବ୍ଲକ୍‌ର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଥିବା ଏକମାତ୍ର ରାସ୍ତା ଅନନ୍ତପୁର-ନେନ୍ଧେରା ଏବେ ବିପର୍ଯ୍ୟସ୍ତ। ଉକ୍ତ ରାସ୍ତାର କିଛି ଭାଗ ଟେଣ୍ଡର କରାଯାଇ ବିଭାଗ ପକ୍ଷରୁ ମରାମତି କରାଯାଉଛି। ମାତ୍ର ମରାମତି ହେଉଥିବା ପିଚୁ ରାସ୍ତା ପାଇଁ...

ଘର ପାଇଁ ପୋତିଦେଲେ ଡ୍ରେନ୍‌

ଭୁବନ, ୧୫।୩(ଡି.ଏନ.ଏ.) – ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍‌। ନର୍ଦ୍ଦମା ପାଣି ନିଷ୍କାସନ ହେବାକୁ ବାଟ ନାହିଁ। ରାସ୍ତାରେ ଅହରହ ବୋହୁଛି ଦୁର୍ଗନ୍ଧମୟ ଆବର୍ଜନା ପାଣି। ଆଉ ତାହାରି ଉପରେ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି ଲୋକେ। ଏପରି...

ସିଲାବସ୍‌ ବାହାରୁ ପ୍ରଶ୍ନ

କାମାକ୍ଷାନଗର, ୧୫ା୩(ଡି.ଏନ.ଏ.) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ୨ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଏବଂ ବିଧିବ୍ୟବସ୍ଥିତ କରିବାକୁ କାଉନ୍‌ସିଲ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଇଥିବା କୁହାଯାଉଛି। ହେଲେ ବୁଧବାର ଶେଷ...

୨୬ ବର୍ଷ ବୟସରେ ୭୨ ପରିବାରକୁ ରୋଜଗାର

ଉପେନ୍ଦ୍ର ରାଉତ ବଅଁରପାଳ,୧୫ା୩ – ନିଜେ ଉଚ୍ଚଶିକ୍ଷିତ। ହେଲେ ଚାକିରି ନ କରି ଅନ୍ୟମାନଙ୍କୁ କିପରି ଚାକିରି ଦେଇପାରିବେ ସେ ଦିଗରେ ପ୍ରଚେଷ୍ଟା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ସତ୍ୟବ୍ରତ ପ୍ରଧାନ (୨୬)ଙ୍କୁ ପ୍ରତିଷ୍ଠା ଦେଇପାରିଛି। ମାତ୍ର ୨୬...

ସୁନ୍ଦରୀର ଚର୍ବି ବଢ଼ାଉଛି ଘୁଷୁରି ମାଂସ

ବନ୍ତଳା, ୧୫ା୩(ଦିନେଶ ଦେହୁରୀ) – ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ୩ ମାସ ହେଲା ବନ୍ଦୀ ଜୀବନ କାଟୁଥିବା ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀ ଶରୀରରେ ଚର୍ବି ବଢ଼ାଉଛି ଘୁଷୁରି ମାଂସ। ଏନ୍‌କ୍ଲୋଜରରେ ରହିବା ପରଠାରୁ...

ମୁଖ୍ୟ ଚିକିତ୍ସାଳୟରୁ ରୋଗୀ ଗାଏବ

ଅନୁଗୋଳ ଅଫିସ୍‌, ୧୫।୩ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଯକ୍ଷ୍ମା ୱାର୍ଡରୁ ଜଣେ ରୋଗୀ ଶୁକ୍ରବାର ରାତି ସାଢ଼େ ୧୦ଟାରେ କେଉଁ ଆଡ଼େ ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ସମ୍ପୃକ୍ତ ରୋଗୀଙ୍କ ପରିବାର ଲୋକଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri