ଆମ ଜିଲା ଖବର

ଗାଧୋଇବାକୁ ଯାଇ ଋଷିକୁଲ୍ୟାରେ ଯୁବକଙ୍କ ଜୀବନଗଲା

ପୁରୁଷୋତ୍ତମପୁର,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ଦେଇଯାଇଥିବା ଋଷିକୁଲ୍ୟା ନଦୀରେ ବୁଡି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଷୋତ୍ତମପୁର ବଜାର ସାହିର ବନମାଳୀ ବେହେରା( ୪୧)। ସୂଚନାଯୋଗ୍ୟ, ବନମାଳୀ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି...

ପୁରୀରେ ନାବାଳିକା କରୋନା ସନ୍ଦିଗ୍ଧ

ପୁରୀ ଅଫିସ,୧୪।୩: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପୁରୀରେ ଜଣେ ବିଦେଶୀ ନାବାଳିକା ଶନିବାର କରୋନା ସନ୍ଦିଗ୍ଧଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯୁରୋପର ଲିଥୁଆନିଆରୁ ପୁରୀ ବୁଲିବାକୁ ଆସିଥିବା ଏହି...

ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍‌: ଗ୍ରାହକ ଅଳଙ୍କାର ଦେଖିବା ବେଳେ ଝାମ୍ପିନେଲେ ଦୁର୍ବୃତ୍ତ

ଧାମନଗର,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବଡବଜାରରେ ଥିବା ଏକ ଗହଣା ଦୋକାନରୁ ଶନିବାର ମଧ୍ୟାହ୍ନରେ ଲୁଟ୍‌ ହୋଇଛି । ଦୋକାନୀ ଜଣେ ଗ୍ରାହକଙ୍କୁ ସୁନା ଅଳଙ୍କାର ଦେଖାଉଥିବା ବେଳେ ୨ ଦୁର୍ବୃତ୍ତ ଦୋକାନ ଭିତରକୁ ପଶି ଆସିଥିଲେ। ଗ୍ରାହକ ଦେଖୁଥିବା...

କରୋନା ଭୟ: ଭବାନୀପାଟଣାରେ ବଢୁଛି ମାସ୍କର ଚାହିଦା

ଭବାନୀପାଟଣା,୧୪।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରିସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗିରହିଛି। ସରକାର ମଧ୍ୟ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ପ୍ରତିକାର ବ୍ୟବସ୍ଥାକୁ ନେଇ...

ଥମୁନି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ କଲେ ଗର୍ଭବତୀ

ରାୟଗଡ଼ା ଅଫିସ,୧୪।୩- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡ଼ାଜାଲ ଗ୍ରାମରେ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଶନିବାର ଜଣେ ଗର୍ଭବତୀ ରାସ୍ତାରେ ପ୍ରସବ କରିଛନ୍ତି। ସେ ୨ଟି ସନ୍ତାନ ଜନ୍ମ ଦେଇଥିବାବେଳେ ସେଥିରୁ...

ଷ୍ଟାଣ୍ଡ୍‌ପୋଷ୍ଟରୁ ଅନବରତ ବୋହିଚାଲିଛି ପାଣି: ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ନାହିଁ

ଆନନ୍ଦପୁର,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟର ମାତ୍ର ୬ ଶହ ମିଟର ଦୂର ବ୍ଲକ କାର୍ଯ୍ୟାଳୟ ଗେଟ୍‌କୁ ଲାଗି ରହିଥିବା ପାନୀୟ ଜଳ ଯୋଗାଣ ଷ୍ଟାଣ୍ଡପୋଷ୍ଟର ମୁହଁ ଖୋଲା ରହିଥିବାରୁ ଅନବରତ ପାଣି ବୋହି ଚାଲିଛି।...

ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି: ଏପ୍ରିଲ ୧ କଳାଦିବସ, ୨୯ରେ ମହାବନ୍ଦ ଡାକରା

ବରଗଡ଼ ଅଫିସ, ୧୪।୩- ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହାକୁ ନେଇ ଆସନ୍ତା ଏପ୍ରିଲ ୧ତାରିଖକୁ କଳା ଦିବସ ଭାବେ ପାଳନ କରାଯିବ ଏବଂ ଏପ୍ରିଲ ୨୯ ତାରିଖ କୋଶଲ ମହାବନ୍ଦ କରାଯିବ।...

ବୁଢ଼ାବଳଙ୍ଗରେ ବୁଡ଼ି ଜଣେ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ବାଲେଶ୍ୱର ଅଫିସ,୧୪।୩: ବାଲେଶ୍ୱର ଜିଲା ବୁଢ଼ାବଳଙ୍ଗ ନଦୀର କସମିଳା ପାଖ ଘାଟରେ ଶନିବାର ଜଣେ ବ୍ୟକ୍ତି ଗାଧୋଇବାକୁ ଯାଇ ବୁଡି ଯାଇଛନ୍ତି। ସେ ହେଲେ କସ୍ମିରା ଗ୍ରାମର ଅରୁଣ ଜେନା (୪୦)। ଅରୁଣ ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଯାଇଥିଲେ।...

କରୋନା ମୁକାବିଲା: ଅଚାନକ ଆହାରକେନ୍ଦ୍ର ଯାଞ୍ଚ କଲେ ଉପଜିଲାପାଳ, ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ

ଛତ୍ରପୁର,୧୪।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଇତିମଧ୍ୟରେ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। କରୋନା ମୁକାବିଲା ଲାଗି ବିଭିନ୍ନ ପଦକ୍ଷେପ...

ଝରିଗାଁରେ କରୋନା ଭୟ: ଶ୍ରୀହରିକୋଟାରୁ ଫେରିଥିବା ୨ ଯୁବକଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ

ଝରିଗାଁ,୧୪।୩(ସ୍ବ.ପ୍ର.): ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମଧ୍ୟ ଏହି ଆତଙ୍କ ଖେଳିଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ, ନବରଙ୍ଗପୁର ଜିଲା ବାଣୁଆଗୁଡ଼ା ପଞ୍ଚାୟତ ପଲସଗାଁର କିଛି ଯୁବକ ଦାଦନ ଖଟିବାକୁ...

କରୋନା ପାଇଁ ବେପାର ମାନ୍ଦା: କିଲୋ ୫୦ ଟଙ୍କାରେ ବି ଚିକେନ୍‌ ନେବାକୁ ଲୋକେ ଅମଙ୍ଗ

ବିଜେପୁର,୧୪।୩(ଡି.ଏନ୍‌.ଏ.): ଚାରିଆଡ଼େ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ସଂକ୍ରମଣ ଏବେ ବିଶ୍ୱବାସୀଙ୍କ ନିଦ ହଜାଇସାରିଲାଣି। ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଏପରିସ୍ଥଳେ ଲୋକମାନେ କରୋନା ଭୟରେ ମାଂସ ଖାଇବା ବନ୍ଦ କରିଦେଇଛନ୍ତି। ବରଗଡ଼ ଜିଲା...

ସ୍କୁଟିରୁ ୧୨ ଫୁଟ ଲମ୍ବର ନାଗ ଉଦ୍ଧାର

ଢେଙ୍କାନାଳ ଅଫିସ,୧୪।୩: ଢେଙ୍କାନାଳ ଜିଲା ମହିସାପାଟ ରେଙ୍ଗାଲି କଲୋନୀରୁ ସ୍କୁଟି ଭିତରୁ ଶନିବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଯାହାର ଲମ୍ବ ୬ ଫୁଟ ହେବ । ରେଙ୍ଗାଲି ଦକ୍ଷିଣ କେନାଲର ଜଣେ କର୍ମଚାରୀ ସୁରେଶ ସାହୁଙ୍କ ସ୍କୁଟିରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri