ଆମ ଜିଲା ଖବର

କୁସୁନପୁର, ବିଛାଖଣ୍ଡିରେ ଚାଲୁଥିବା ବେଆଇନ କ୍ରସର ଉଚ୍ଛେଦ କାର୍ଯ୍ୟ ୨ୟ ଦିନରେ: ବର୍ତ୍ତମାନ ସୁଦ୍ଧା ୯ଟି କ୍ରସର ଭଙ୍ଗା ସରିଛି

ଧର୍ମଶାଳା, ୫।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କୁସୁନପୁର ଓ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରସର ଉଚ୍ଛେଦ କାର୍ଯ୍ୟ ଗୁରୁବାର ୨ୟ ଦିନରେ ପହଞ୍ଚିଛି। ପୂର୍ବରୁ ଏ ନେଇ କ୍ରସର ମାଲିକଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସମୟ...

କରାମାଡ଼ରେ ଫସଲ କ୍ଷତି: ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ଆର୍‌ସି ସଚିବ

ବରଗଡ଼ ଅଫିସ,୫।୩: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ରାତିରେ ଅଦିନିଆ ବର୍ଷା ସାଙ୍ଗକୁ କରାମାଡ (କୁଆପଥର ବୃଷ୍ଟି) ହୋଇଥିଲା। ଏଥିରେ ଜିଲାର ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା, ଜଟର୍ଲା, କରଣ୍ଡୋଲା ଆଦି ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ହୋଇଥିଲା।...

ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

କେସିଙ୍ଗା, ୫।୩(ଡି.ଏନ୍‌.ଏ.):କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଚେୟାରମ୍ୟାନ ସୁକାନ୍ତି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଅତିଥିମାନେ ଯୋଗଦେଇ ବିଜୁବାବୁଙ୍କ କାର୍ଯ୍ୟଦକ୍ଷତା, ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ପଞ୍ଚାୟତିରାଜର ମୂଳ...

ବହୁ ଚର୍ଚ୍ଚିତ ସଞ୍ଜୟ ବେହେରା ଗୁଳିକାଣ୍ଡ ଘଟଣା: ବିଜେଡି କାଉନ୍‌ସିଲରଙ୍କ ସହ ୩ ଗିରଫ

ପୁରୀ ଅଫିସ,୫।୩: ବହୁ ଚର୍ଚ୍ଚିତ ସଞ୍ଜୟ ବେହେରା ଓରଫ ପାରା ଗୁଳିକାଣ୍ଡ ଘଟଣାରେ କୁମ୍ଭାରପଡ଼ା ପୋଲିସ ବୁଧବାର ପୂର୍ବତନ କାଉନସିଲରଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିବା ନେଇ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବିଜେଡିର...

ସମ୍ବଲପୁର ଜିଲାପାଳଙ୍କଠାରେ ଫେରାଦ ହେଲେ ପରୀକ୍ଷାରୁ ବାଦ୍‌ ପଡ଼ିଥିବା ଛାତ୍ରୀଛାତ୍ର

ସମ୍ବଲପୁର,୫।୩(ବ୍ୟୁରୋ):ସମ୍ବଲପୁର ଜିଲା ଧନୁପାଲି ଥାନା ଏକ ଅଣସ୍ବୀକୃତି ପ୍ରାପ୍ତ ଘରୋଇ କଲେଜର ଛାତ୍ରୀଛାତ୍ର ଯୁକ୍ତ ୨ କଳା ପରୀକ୍ଷା ଦେବାରୁ ବାଦ୍‌ ପଡ଼ିଥିଲେ। ଗୁରୁବାର ଛାତ୍ରୀଛାତ୍ରମାନେ ଏ ନେଇ ଜିଲା ପ୍ରଶାସନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲାପାଳ ଶୁଭମ୍‌ ସକ୍ସେନାଙ୍କ...

ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨ ହଜାର ଜରିମାନା

ବୌଦ୍ଧ, ୫।୩(ସ୍ବ.ପ୍ର.): ମୋଟର ଯାନ ଆଇନକୁ ଗତ ୧ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୂର୍ବରୁ ଦିଆଯାଇଥିବା ସମୟ ପୂରଣ ହେବା ପରେ ସବୁଠି ଜୋରଦାର ଧରପଗଡ଼ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏକ ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ...

ଘର ଭାଙ୍ଗିବା ସହ ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ବଇଣ୍ଡା,୫।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଘର ଭାଙ୍ଗିବା ସହ ଜଣେ ବୃଦ୍ଧାଙ୍କୁ କଚାଡ଼ି ମାରିଦେଇଛି। ସୂଚନାଯୋଗ୍ୟ, ଦନ୍ତାଟି ବୁଧବାର ରାତିରେ କମରେଇ ଗାଁକୁ ପଶି ଆସି...

କରୋନା ମୁକାବିଲା ଚିନ୍ତା: ପୁରୀ ଜିଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଦେଶୀ ପର୍ଯ୍ୟଟକ ଆସିଲେ ଜଣାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୫।୩: କରୋନାକୁ ନେଇ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ଏକ ଗୁରୁତ୍ୱତ୍ପୂର୍ଣ୍ଣ ବୈଠକ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କରୋନାକୁ ନେଇ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। କୌଣସି ସ୍ଥାନରେ ଏକତ୍ରିତ ନ...

୧୬ନଂ ଏନ୍‌ଏଚ୍‌ରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍‌, ବାଇକ: ଦମ୍ପତି ଗୁରୁତର

ଧର୍ମଶାଳା,୫ା ୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଗୁରୁବାର ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବା ପରେ ଉଭୟ ଗାଡ଼ି ଜଳିଯାଇଛି। ଏଥିରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି।...

ଗଞ୍ଜାମରେ ଗୋ’ ପାଇଲଟ୍‌ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୪୦ଚାଷୀ ସାମିଲ

ଛତ୍ରପୁର,୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚାଷୀଙ୍କ ପାଇଁ ମୋ’ ଗୋ ଧନ ଯୋଜନାରେ ଗୁହାଳ ଘର ନିର୍ମାଣ ହେବ। ଏହି ଯୋଜନାରେ ଗୋମୂତ୍ର ଷ୍ଟୋରେଜ୍‌ ୟୁନିଟ୍‌, ବାୟୋ ଗ୍ୟାସ ଉତ୍ପାଦନ ୟୁନିଟ୍‌ ପାଇଁ ଅନୁଦାନ ଦିଆଯିବ। ଗୋମୂତ୍ରକୁ ଅର୍ଗାନିକ ଫାର୍ମିଙ୍ଗ ପାଇଁ...

ଭାରସାମ୍ୟ ହରାଇ ନାଳକୁ ଖସିଲା ଟ୍ରାକ୍ଟର: ଚାପି ହୋଇ ଡ୍ରାଇଭର, ହେଲ୍‌ପରଙ୍କ ଜୀବନ ଗଲା

ଅମରପାଲି,୫।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର କଦଳୀମୁଣ୍ଡା-ଜନକପୁର ରାସ୍ତା ମଝିରେ ରେଙ୍ଗାଲି ନାଳଠାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଥିବା ବଳରାମ ଖଡ଼ିଆ(୩୭) ଏବଂ ହେଲ୍‌ପର ଖଣ୍ଡହତା ପଞ୍ଚାୟତ ବଡ଼କିରାସିରା...

ବିଜୁବାବୁଙ୍କ ଜୟନ୍ତୀରେ ଶପଥପାଠ

ଜୟପୁର,୫।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ ନିର୍ବାଚନମଣ୍ଡଳୀ କର୍ମକର୍ତ୍ତା ଏବଂ କର୍ମୀମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଛି। ଏହି ଅବସରରେ ଲୋକଙ୍କ ସେବା କରିବା ନେଇ ଏକ ଶପଥ ପାଠ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri