ଆମ ଜିଲା ଖବର

ଚାଲିଥିଲା କଂଗ୍ରେସ କର୍ମୀ ସମ୍ମିଳନୀ: ବିନ୍ଧିଲା ମହୁମାଛି

କୁଆଁରମୁଣ୍ଡା,୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିକଟସ୍ଥ ଡାଇରେକ୍‌ଟର୍ସ ବଙ୍ଗଳାରେ ବୁଧବାର କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହି ସମୟରେ ନିକଟ ଜଙ୍ଗଲରୁ ମହୁମାଛି ଉଡ଼ିଆସି କେତେକ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୨/୪ ଜଣ ଆହତ ହୋଇଛନ୍ତି।...

ଯେଉଁଠି ଚାକିରି ସେଇଠି ଅବସର: ଜୋର୍‌ ଧରିଲା ବଦଳି ଦାବି

ବାଲିଗୁଡ଼ା,୪।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର ବଦଳି ହେଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ଚାକିରିଆମାନେ ଗୋଟିଏ...

ଭିମ୍‌ସାରରେ କରୋନା ସନ୍ଦିଗ୍ଧ

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ବୁଧବାର ଜଣେ କରୋନା ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଛନ୍ତି। କରୋନା ଚିକିତ୍ସା ପାଇଁ ତିଆରି କରାଯାଇଥିବା ସ୍ବତନ୍ତ୍ର କୋଠରିରେ ତାଙ୍କର ଚିକିତ୍ସା କରାଯାଉଛି । ସେ ସୋନପୁର ଜିଲାର ବୋଲି ଜଣାପଡ଼ିଛି। କିଛିଦିନ...

ବାଲିମେଳାରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

କୋରୁକୋଣ୍ଡା,୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ ସେଠ୍‌ଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଠାରେ ବୁଧବାର ସକାଳୁ ଏହି ଚୋରା ବିଦେଶୀ ମଦ କାରବାରକୁ ଅବକାରୀ ବିଭାଗ ଚଢ଼ାଉ କରିବାରେ...

୩ ଦଫା ଦାବି ନେଇ ଜିଲା ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୪।୩: ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତୀୟ ମଜଦୁର ସଂଘର ରାଜ୍ୟ ନିଷ୍ପତ୍ତି କ୍ରମେ ଏହି ଜିଲାସ୍ତରୀୟ ଆନ୍ଦୋଳନ ହୋଇଯାଇଛି। ଏନେଇ ପୂର୍ବରୁ ସ୍ଥାନୀୟ ଗାନ୍ଧୀ ପାର୍କରୁ ଏକ...

ଏପ୍ରିଲ ୧ରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌ ମନା, ପାନ ଖାଇ ଗଲେ ୫୦୦ ଜରିମାନା

ପୁରୀ ଅଫିସ,୪।୩: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୯ତାରିଖରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଆଦି...

କେନ୍ଦୁଝରରେ କରୋନା ସନ୍ଦିଗ୍ଧ ନେଇ ଚର୍ଚ୍ଚା

କେନ୍ଦୁଝର,୪।୩(ସ୍ବ.ପ୍ର.): ଆଣ୍ଡାମାନରୁ ଫେରିଥିବା ଜଣେ କରୋନା ସନ୍ଦିଗ୍ଧଙ୍କୁ ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ହରିଚନ୍ଦନପୁର ଡାକ୍ତରଖାନାର ଜଣେ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ନେଇ ଚର୍ଚ୍ଚା ଚାଲିଛି। ସନ୍ଦିଗ୍ଧ ଜଣକ...

ଛତିଶଗଡ଼, ଓଡ଼ିଶା ସୀମାନ୍ତରେ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭବାନୀପାଟଣା,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଜାତୀୟ ନିରାପତ୍ତା ପରାର୍ମଶଦାତା କେ. ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ ଏବଂ ଓଡ଼ିଶାର ସୀମାନ୍ତରେ ସୁରକ୍ଷାକୁ ନେଇ ଏହି ବୈଠକ ହୋଇଥିବା ସୂଚନା ମିଳିଛି। ତେବେ...

ପାଟଣାରେ ଅଗ୍ନିକାଣ୍ଡ: ଘରେ କେହି ନ ଥିବା ବେଳେ ଜଳିଗଲା ୨ ବଖରା

ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଦିଲୀପ ମାହାନ୍ତଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଏହା ସହ ଘରର ସମସ୍ତ ଆସବାବପତ୍ର ପୋଡିଯାଇଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ...

ଚୋରା ଲୁହାପଥର ବୋଝେଇ ଟ୍ରକ୍‌ ଜବତ

ଯୋଡ଼ା,୪।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବେହେରା ହାଟିଂ ନିକଟରେ ଚୋରା ଲୁହାପଥର ବୋଝେଇ କରୁଥିବା ବେଳେ ପୋଲିସ ଚଢାଉ କରି ଏକ ଟ୍ରକକୁ ଜବତ କରିଥିବା ଜଣାପଡ଼ିଛି। ଯୋଡ଼ା ଆଇଆଇସି ରାଇସେନ୍‌ ମୁର୍ମୁଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର...

ଏଟିଏମ୍‌ ଭିତରେ ନାଗ

ଝାରସୁଗୁଡ଼ା ଅଫିସ,୪।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ତାରିଣୀ ମନ୍ଦିର ଛକସ୍ଥିତ ଏଟିଏମ ଭିତରୁ ବୁଧବାର ଏକ ନାଗ ସାପ ବାହାରିଛି। ସକାଳେ ଏଟିଏମ୍‌କୁ ଟଙ୍କା ଭର୍ତ୍ତି କରିବାକୁ ଜଣେ ଅଧିକାରୀ ଯାଇଥିଲେ। ଟଙ୍କା ଭର୍ତ୍ତି ପାଇଁ ମେଶିନ ଖୋଲିଥିଲେ ।...

ବିଛାଖଣ୍ଡିରେ ଚାଲିଥିବା ବେଆଇନ କ୍ରଶର ଉଚ୍ଛେଦ: ପ୍ରଶାସନ ନିକଟରେ ପୈଠ କରିପାରିଲେନି ଗୁରୁତ୍ୱପୂର୍ଣ୍ଣ କାଗଜ

ଜେନାପୁର,୪।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରଶରକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ତେବେ ପୂର୍ବରୁ ଏ ନେଇ କ୍ରଶର ମାଲିକଙ୍କୁ ନୋଟିସ କରାଯାଇଥିଲା। ସମୟସୀମା ମଧ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri