ଆମ ଜିଲା ଖବର

ମୋପେଡ୍‌କୁ ଧକ୍କାଦେଲା କାର୍‌: ଚାଳକ ମୃତ

ହିିଞ୍ଜିଳିକାଟୁ,୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିିଞ୍ଜିଳ ଥାନା ପୋଚିଲିମା ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। କାର ଧକ୍କାରେ ଜଣେ ମୋପେଡ୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଠୁରୁବୁରାଇ ଗ୍ରାମର ଲଡ଼ୁ କିଶୋର ଲେଙ୍କା (୬୦)।...

ପୋଲିସର ମନମୁଖୀ ଶାସନକୁ ବିରୋଧ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀଙ୍କ ଧାରଣା

ଭଟ୍‌ଲି, ୨।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ପୋଲିସର ମନମୁଖୀ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଭଟଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀମାନେ। ଏ ନେଇ ସେମାବାର ସେମାନେ କଲମ ଛାଡ ଆନ୍ଦୋଳନ କରିବା ସହିତ ଅଫିସ ଗେଟରେ ତାଲା...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯ ଶହ କେଜି ବିରଳ ପ୍ରଜାତିର ମଗର: ଦେଖିବାକୁ ଲୋକଙ୍କ ଭିଡ଼

ଭୋଗରାଇ,୨।୩(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସମୁଦ୍ର ମୁହାଣରୁ ସୋମବାର ଏକ ବିରଳ ପ୍ରଜାତିର ମଗର ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଯାହାର ଓଜନ ୯ ଶହ କେଜି ବୋଲି ଜଣାପଡ଼ିଛି। ତିନିଟି ଟ୍ରଲରରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ।...

ଟ୍ରାଫିକ ନିୟମକୁ ନେଇ ମୁହଁ ଖୋଲିଲେ ସୁର, ଜବାବ ରଖିଲେ ପଦ୍ମନାଭ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ିମୋଟର ଯାଞ୍ଚ ନାଁରେ ପୋଲିସ ଓ ଆର୍‌ଟିଓ କର୍ମଚାରୀ ଲୋକଙ୍କ ଉପରେ ଜୁଲୁମ୍‌ କରିଛନ୍ତି। ଟ୍ରାଫିକ ନିୟମ ପାଇଁ କଡ଼ା ଜରିମାନା ଆଦାୟକୁ ଦୃଢ଼ ବିରୋଧକରି କଂଗ୍ରେସ...

ଜୟପୁରରେ କୁକୁଡ଼ା ମଡକ: ଚିନ୍ତାରେ ଚାଷୀ

ଜୟପୁର, ୨।୩(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଗତ କିଛି ଦିନ ହେବ କୁକୁଡ଼ା ମଡକ ଦେଖାଦେଇଛି। ଗତ ସପ୍ତାହକ ମଧ୍ୟରେ ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ ଶହ ଶହ ଦେଶୀ ପ୍ରଜାତିର କୁକୁଡ଼ା ମରୁଥିବା ଦେଖିବାକୁ ମିଳୁଛି। ଏହାକୁ...

ଗଛରେ ପିଟିହେଲା ସହକାରୀ ଯନ୍ତ୍ରୀଙ୍କ ଗାଡ଼ି

ଝାରସୁଗୁଡ଼ା ଅଫିସ,୨।୩: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପଞ୍ଚାୟତିରାଜ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ଗାଡ଼ି (ଓଡି ୩୩ ଏନ୍‌ ୬୮୩୩) ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଯନ୍ତ୍ରୀ ନ ଥିବା ବେଳେ ଡ୍ରାଇଭର ଜଣକ...

ଫିଟ୍‌ନେସ୍‌ ନ ଥିବାରୁ ସିଜ୍‌ ହେଲା ୨ଟି ବସ୍‌: ୫୧ ହଜାର ଫାଇନ୍‌

ଭୁବନେଶ୍ୱର, ୨।୩(ବ୍ୟୁରୋ): ଦୁଇ ଦୁଇ ଥର ମହଲତ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ରବିବାର ଟ୍ବିନ୍‌ ସିଟିରରୁ ସାଢ଼େ ୬ ଲକ୍ଷ ଫାଇନ ଆଦାୟ କରାଯାଇଥିବା ବେଳେ ସୋମବାର ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ୨ଟି...

ବେଆଇନ ଜବରଦଖଲ ଉଚ୍ଛେଦ

ନୟାଗଡ଼ ଅଫିସ,୨।୩: ନୟାଗଡ଼ ତହସିଲ ରୋଟାରୀ ଭବନ ପଛପାଖରେ ବେଲ ପାହାଡ ପାଦ ଦେଶରେ ଗଢ଼ିଉଠିଥିବା ବେଆଇନ୍‌ ଜବରଦଖଲକୁ ସୋମବାର ପ୍ରସାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ନୟାଗଡ ଟାଉନ ଥାନା ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ...

ପିଇଓଙ୍କ ନିଲମ୍ବନ ଦାବିରେ ଗଣଧାରଣା

ତିହିଡ଼ି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଭାଜପା ପକ୍ଷରୁ ସୋମବାର ପୂର୍ବାହ୍ନରେ ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିରେ ସାମିଲ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କ ନିଲମ୍ବନ ଦାବିରେ ଏହି...

୨୦୦ ବସ୍ତା ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ: ୨ ଅଟକ

ଜୟପୁର,୨।୩(ଡି.ଏନ୍‌.ଏ.): ହାଇଦ୍ରାବାଦରୁ ଏକ କ୍ୟାଣ୍ଟନରରେ ୨୦୦ ବସ୍ତା ବେଆଇନ ବିସ୍ଫୋରକ ସାମଗ୍ରୀ ମାଲକାନଗିରି ଜିଲାର କୋରୁକୋଣ୍ଡା ବ୍ଲକ ଅଞ୍ଚଳକୁ ଚାଲାଣ ବେଳେ ସୋମବାର ଭୋର୍‌ରୁ ଜୟପୁର ଟାଉନ ପୋଲିସ ଜବତ କରିଛି। ଏନେଇ ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖାଯାଇ...

ଏସ୍‌ସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ ଆରମ୍ଭ: କ୍ଷତିଗ୍ରସ୍ତଙ୍କୁ ୫୦ ହଜାର ଲେଖାଏ ସହାୟତା ପ୍ରଦାନ

କଟକ ଅଫିସ,୨।୩: କଟକ ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପାଇଁ ପୁଣି ଥରେ ସୋମବାରଠାରୁ ଆଖପାଖ ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଯୋବ୍ରା ଏବଂ ରାଣୀହାଟ ଅଞ୍ଚଳର ୯୫ଟି ଘରକୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କୁ...

ଗ୍ୟାସ୍‌ ଟର୍ମିନାଲରେ ନିଆଁ: ଜଳିଗଲା ବ୍ୟାପକ ଯନ୍ତ୍ରପାତି

ଚାନ୍ଦବାଲି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନି(ଆଦାନୀ) ପରିସରରେ ନିର୍ମାଣାଧୀନ ଏଲଏନ୍‌ଜି ଗ୍ୟାସ୍‌ ଟର୍ମିନାଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଛି। ନିର୍ମାଣ ସମୟରେ ଏକ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ସୋମବାର ସକାଳେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri