ଆମ ଜିଲା ଖବର

ହାଇକୋର୍ଟଙ୍କ ପଦକ୍ଷେପ:ମାମଲା ବୋଝ କମାଇବାକୁ ଛୁଟିଦିନରେ ବସିଲା ସ୍ବତନ୍ତ୍ର ବେଞ୍ଚ

କଟକ ଅଫିସ,୧।୩: ମାମଲା ବୋଝ କମାଇବା ପାଇଁ ଶନିବାର ଛୁଟିଦିନ ହୋଇଥିଲେ ମଧ୍ୟ ହାଇକୋର୍ଟର ସ୍ବତନ୍ତ୍ର ବେଞ୍ଚ ବସିଥିଲା। ଜେଲ୍‌ କ୍ରିମିନାଲ ଅପିଲ୍‌ର ଶୁଣାଣି ପାଇଁ ଗଠିତ ସ୍ବତନ୍ତ୍ର ବେଞ୍ଚରେ ଶନିବାର ୯ ମାମଲାର ସମାଧାନ ହୋଇଛି। ୩ଟି ମାମଲାକୁ...

ଏସ୍‌ସିବି ମେଡିକାଲରେ ବିରଳ ପ୍ଲାଷ୍ଟିକ ସର୍ଜରି:ଶିଶୁ ହାତରେ ଲାଗିଲା ଆଙ୍ଗୁଠି

କଟକ ଅଫିସ,୧।୩: ଏକ ବିରଳ ପ୍ଲାଷ୍ଟିକ ସର୍ଜରି କରି ଆଉ ଏକ ସଫଳତା ହାସଲ କରିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲ। ପ୍ଲାଷ୍ଟିକ ସର୍ଜରି ବିଭାଗରେ ଜଣେ ୧୫ ମାସ ବୟସର ଶିଶୁକନ୍ୟାଙ୍କ ହାତରେ ଡାକ୍ତରମାନେ...

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ :ରାସ୍ତାକୁ ମାଡ଼ି ବସିଥିବା ଦୋକାନ, କ୍ୟାବିନ ହଟିବ

ପୁରୀ ଅଫିସ, ୧।୩: ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଶନିବାର ସଡ଼କ ସୁରକ୍ଷା ସଂକ୍ରାନ୍ତ ସଂସଦୀୟ କ୍ଷେତ୍ର କମିଟି (ପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି ପିନାକୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ...

‘ଆଇନଜୀବୀଙ୍କୁ ମିଳୁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା’

କଟକ ଅଫିସ,୧।୩: ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଶନିବାର ନିଖିଳ ଓଡ଼ିଶା ଆଇନ୍‌ଜୀବୀ ସଂଘର ୨୦୨୦ ବର୍ଷର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଚିତ୍ର କୁମାର ବଡ଼ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ। ହାଇକୋର୍ଟ ଆଇନଜୀବୀ ସଂଘ...

ଶାହାଙ୍କ ଶ୍ରୀମନ୍ଦିର ଗସ୍ତବେଳେ ସୁରକ୍ଷା ଢିଲା: ବାଇଶି ପାହାଚରେ ଫଟୋ ଉଠାଇ ଧରାପଡ଼ିଲେ ଯୁବକ

ପୁରୀ ଅଫିସ, ୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଯୁବକ ବାଇଶି ପାହାଚରେ ଶାହାଙ୍କ ଫଟୋ ଉଠାଇ ଧରାପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।...

ସର୍ବଭାରତୀୟ ପୋଲିସ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ୩ୟ :ସଫଳତା ପରେ ଡିଜିପିଙ୍କୁ ଭେଟିଲା ପୋଲିସ ବ୍ୟାଣ୍ଡ୍‌ ଦଳ

କଟକ ଅଫିସ,୧।୩: ରେଳ ସୁରକ୍ଷା ବଳ ଆନୁକୂଲ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦ୍‌ସ୍ଥିତ ରେଳ ସୁରକ୍ଷା ବଳ ସ୍ପୋର୍ଟସ କମ୍ପ୍ଳେକ୍ସଠାରେ ଗତ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ୨୦ତମ ସର୍ବଭାରତୀୟ ପୋଲିସ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗନେଇଥିବା ଓଡ଼ିଶା ଦଳ ତୃତୀୟ...

ଦେବଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଦେବଗଡ଼,୧।୩(ଡି.ଏନ.ଏ.)-ଦେବଗଡ଼ ମନ୍ଦାକିନୀ ବାଳିକା ଉନ୍ନୀତ ବିଦ୍ୟାଳୟରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ସୁବଣ୍ଣର୍ର୍ କପରଦାରଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ା ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ , ବାୟୁ ପ୍ରଦୂଷଣ ଓ ସ୍ବାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ଜଣାଅଜଣା...

ଝାରସୁଗୁଡ଼ା ଜିଲା ଚିଠି: ନିଯୁକ୍ତି ମେଳା

ଶିଳ୍ପନଗର ଝାରସୁଗୁଡ଼ାରେ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲାରେ ବହୁ ଶିଳ୍ପସଂସ୍ଥା ଥିଲେ ମଧ୍ୟ ସ୍ଥାନୀୟ ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ମିଳୁନାହିଁ। ଜିଲା ପ୍ରଶାସନ ତଥା ଜିଲା ନିୟୋଜନ ଏବଂ ଦକ୍ଷତା ବିକାଶ ବିଭାଗ ପକ୍ଷରୁ...

ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ, ଶିକ୍ଷକ ସମ୍ମିଳନୀ ସହ ବିଇଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଲେଫ୍ରିପଡା,୧।୩(ଡି.ଏନ.ଏ)-ସୁନ୍ଦରଗଡ ଜିଲା ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ ଶିକ୍ଷକ ସମ୍ମିଳନୀ ଏବଂ ବ୍ଲକଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି...

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବା ବନ୍ଦ: ରୋଗୀ ହନ୍ତସନ୍ତ

ବଣାଇ, ୧।୩(ସ୍ବ.ପ୍ର)- ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛିଦିନ ହେବ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି। ଏଥିଯୋଗୁ ରୋଗୀ ହନ୍ତସନ୍ତ ହେଉଥିବା ଜଣାପଡିଛି। ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଠାକୁ ଅଧିକ...

ଶିକ୍ଷକ ନିଯୁକ୍ତି ଦାବିରେ ୩ଦିନ ହେଲା ସ୍କୁଲରେ ତାଲା

ଦେବଗଡ଼,୧।୩(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତ ଅନ୍ତର୍ଗତ ନବଡିହି କରଡାପାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ତିନିଦିନ ହେଲାଣି ବିଦ୍ୟାଳୟ ଫାଟକରେ ତାଲା...

ବାଉଁଶକଣରେ ଭୟାବହ ଅଗ୍ନିକାଣ୍ଡ

ଭୁବନ, ୧।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ବାଉଁଶକଣ ଗ୍ରାମ ମାଟିଆ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୪ବଖରା ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ୫ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ନିଅଁ। କିପରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri