ଆମ ଜିଲା ଖବର

ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

କ.ନୂଆଗାଁ,୨୯ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା କରିଛନ୍ତି ପୁଅ। ମୃତ ହେଲେ ପ୍ରମା ପ୍ରଧାନ (୪୫)। ପ୍ରକାଶ ଯେ, ସାରଙ୍ଗଗଡ଼...

ବାହାଘରରେ ଚାରା ବାଣ୍ଟିଲେ

ଆରଡ଼ି,୨୯।୨(ଡି.ଏନ.ଏ.)-ବାହାଘର ଏକ ସାମାଜିକ ପ୍ରଥା। ବାହାଘରରେ କନ୍ୟାଙ୍କୁ ନାନାଦି ଦ୍ରବ୍ୟ ଉପହାର ରୂପେ ଦିଆଯାଇଥାଏ। ହେଲେ ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହିଠାରେ ଭାଗ୍ୟଶ୍ରୀ ନାୟକ ନାମ୍ନୀ ଜଣେ କନ୍ୟା ନିଜ ବାହାଘରରେ ଚାରା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି। ସେ...

ମାର୍ଚ୍ଚ ପହିଲାରୁ ମୋଟରଯାନ ଆଇନ କଡ଼ାକଡ଼ି: ଟ୍ରାଫିକ ନିୟମ ଭଙ୍ଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୯।୨(ଡି.ଏନ୍‌.ଏ.): ମାର୍ଚ୍ଚ ପହିଲା ଅର୍ଥାତ୍‌ ରବିବାରଠାରୁ ସରକାର କଡ଼ାକଡ଼ି ଭାବେ ମୋଟରଯାନ ଆଇନ ପାଳନ କରୁଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଶନିବାର ଦାରିଙ୍ଗବାଡ଼ି...

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯାଇପାରେ ବାଲି

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯାଇପାରେ ବାଲି। ସୂର୍ଯ୍ୟମନ୍ଦିର ସୁରକ୍ଷା ଆୟୋଜିତ ଜାତୀୟ କର୍ମଶାଳାରେ ଶନିବାର ଦ୍ୱିତୀୟ ଦିନରେ ଏପରି ନିଷ୍ପତ୍ତି ନିଆଯାଇଛି। କର୍ମଶାଳା ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ...

ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ: ସ୍ବତନ୍ତ୍ର ଦର୍ଶନ, ବସ ସେବା ଯିବ ଟ୍ରଷ୍ଟ ବୋର୍ଡକୁ

ପୁରୁଷୋତ୍ତମପୁର,୨୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଶନିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୋର୍ଡ ପରିଚାଳନା ପରିଷଦର ଟ୍ରଷ୍ଟି ତଥା ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ...

ଛିଡ଼ା ହୋଇଥିବା ଟ୍ରକ୍‌କୁ ସାମ୍ନାରୁ ପିଟିଲା ଟ୍ରକ୍‌

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା-ଜୁନାଗଡ଼ ଜାତୀୟ ରାଜପଥ ନଂ.୨୬ ରିଷିଗାଁ ରିଲାଏନ୍ସ ପେଟ୍ରୋଲପମ୍ଫ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ଏକ ୟୁକାଲିପଟାସ୍‌ ବୋଝେଇ ଟ୍ରକ ରାସ୍ତା କଡରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ମାଲ ବୋଝେଇ ଟ୍ରକ୍‌ ତାକୁ...

କଳାହାଣ୍ଡି ଜିଲାରେ କପିକରି ଧରାପଡ଼ିଲେ ୨୧ ପରୀକ୍ଷାର୍ଥୀ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷାର ବିଜ୍ଞାନ ବିଷୟରେ କଳାହାଣ୍ଡି ଜିଲାର ୨୧ ପରୀକ୍ଷାର୍ଥୀ କପିକରି ଶୁକ୍ରବାର ଧରାପଡ଼ିଛନ୍ତି। ଡିଇଓ ସ୍କ୍ବାଡ୍‌ ପକ୍ଷରୁ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲରେ ଜଣେ, ଜୟପାଟଣା ଉମାଶଙ୍କର ହାଇସ୍କୁଲରେ ୫, ଉତ୍କଳ ଆଶ୍ରମ ହାଇସ୍କୁଲରେ ୨ ଜଣଙ୍କ...

ଜନ୍ମଦିନ ପାଳନ ହେଲା କାଳ: କୋଲାବରେ ୩ ସାଙ୍ଗଙ୍କ ସଲିଳ ସମାଧି

ଜୟପୁର,୨୯ା୨(ଡି.ଏନ୍‌.ଏ)- କୋରାପୁଟ ଜିଲା ସଦର ସରକାରୀ ମହାବିଦ୍ୟାଳୟ ପାର୍ଶ୍ୱ କୋଲାବ ଜଳଭଣ୍ଡାରରେ ବୁଡ଼ି ଶନିବାର ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କୋରାପୁଟର ମନ୍ମଥ ସାସ୍‌ମଲ, ମାଲକାନଗିରି ଜିଲାର ସନ୍ଦୀପ ପୂଜାରୀ ଓ ରମାକାନ୍ତ ପଟ୍ଟନାୟକ। ସମସ୍ତେ...

ପାଖେଇ ଆସୁଛି ଚୈତ୍ରଯାତ୍ରା: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ତାରାତାରିଣୀଙ୍କ ଉନ୍ନୟନ କାର୍ଯ୍ୟ

ପୁରୁଷୋତ୍ତମପୁର,୨୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ପାଖେଇ ଆସୁଛି। ଏ ନେଇ ମନ୍ଦିର ଉନ୍ନୟନ କାର୍ଯ୍ୟ ଲାଗି ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଶେଷ ଲାଗି ବିଭିନ୍ନ ବିଭାଗର ଅଧିକାରୀ ଲାଗି ପଡିଛନ୍ତି। ପୂର୍ତ୍ତ ବିଭାଗ...

ମାର୍ଚ୍ଚ ପହିଲାରୁ ଗାଡିଯାଞ୍ଚ କଡ଼ାକଡ଼ି: ପରିବହନ କାର୍ଯ୍ୟାଳୟରେ ଭିଡ଼

ବ୍ରହ୍ମପୁର ଅଫିସ,୨୯ା୨: ମୋଟରଯାନ ଆଇନ କୋହଳ ସମୟସୀମାର ଶନିବାର ଶେଷ ଦିନ। ମାର୍ଚ୍ଚ ୧ ତାରିଖ ଅର୍ଥାତ୍‌ ରବିବାରଠାରୁ ଏହି ନିୟମ କଡ଼ାକଡି କରାଯିବ। ଗଞ୍ଜାମ ଜିଲାରେ ମଧ୍ୟ ନିୟମକୁ କଡ଼ାକଡ଼ି କରାଯିବାକୁ ଥିବା ବେଳେ ଯେଉଁମାନେ ଏଯାବତ୍‌ ଗାଡିର...

ଭୟାବହ ଅଗ୍ନିକାଣ୍ଡ: ୧୪ ବଖରା, ଝିଅ ବାହାଘର ପାଇଁ ଥିବା ଟଙ୍କା, ଗହଣା ଭସ୍ମ

ଭୁବନ, ୨୯ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅଧୀନ ବାଉଁଶକଣ ଗ୍ରାମର ମାଟିଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ୧୪ ବଖରା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଗ୍ରାମବାସୀ ଖାଇ ଶୋଇବା ପରେ ଧନୁ...

ତେଲଙ୍ଗାନାରେ ଫସିଥିବା ୩୩ ଶ୍ରମିକ ଘରକୁ ଫେରିଲେ

ବରଗଡ଼ ଅଫିସ, ୨୯।୨: ତେଲଙ୍ଗାନା ରାଜ୍ୟର ଏକ ଇଟାଭାଟିରେ ଦୀର୍ଘଦିନ ଧରି ବନ୍ଧା ପଡ଼ିଥିବା ଶ୍ରମିକମାନେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଏବଂ ଝିଟକି ପଞ୍ଚାୟତର ପଥରେଲ ଗ୍ରାମରେ ଥିବା ନିଜ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri