ଆମ ଜିଲା ଖବର

ଲିଙ୍ଗରାଜଙ୍କୁ ଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

ଭୁବନେଶ୍ୱର, ୨୯।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଶନିବାର ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ...

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଟକ

ଭଣ୍ଡାରିପୋଖରୀ,୨୯।୨ (ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗୀରଥି ଜେନା ୨୦୧୯ ମସିହାରେ ଜନୈକା ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଅଭିଯୋଗରେ ଭଣ୍ଡାରିପୋଖରୀ ପୋଲିସ ଶୁକ୍ରବାର ରାତିରେ ଭାଗୀରଥିଙ୍କୁ ଥାନାକୁ ଆଣି ଅଟକ ରଖି...

ବାଇକ୍‌ ଡିକି ଭାଙ୍ଗି ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଚୋରି, ପୋଲିସ ତଦନ୍ତ ଆରମ୍ଭ

ତିହିଡି,୨୯।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗ୍ରାମର ଜଣେ ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଶୁକ୍ରବାର ମଧ୍ୟାହ୍ନରେ ୭ଲକ୍ଷ ଟଙ୍କା ଚୋରିକରି ନେଇଛନ୍ତି। ସେ ହେଲେ ସରୋଜ ରାଉତ। ପ୍ରକାଶ ଯେ, ସରୋଜ...

୧୨ ଘଣ୍ଟିଆ ବାଙ୍କୀ ବନ୍ଦ: ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ

ବାଙ୍କୀ,୨୯।୨(ଡି.ଏନ୍‌.ଏ.): କଟକ ଜିଲା କଂଗ୍ରେସ ପକ୍ଷରୁ ଶନିବାର ୧୨ ଘଣ୍ଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି। ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳ ୬ଟାରୁ ବାଙ୍କୀ ନିର୍ବାଚନମଣ୍ଡଳୀକୁ ବନ୍ଦ କରାଯାଇଛି। ବାଙ୍କୀ, କଳାପଥର, ବୈଦେଶ୍ୱର, ଡମପଡ଼ା ଓ...

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ଗୋଲାପ ଦେଇ ସଚେତନ କଲେ ଜିଲାପାଳ

ଢେଙ୍କାନାଳ ଅଫିସ,୨୯।୨: ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସ ସମୟ ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ।...

ତୀର୍ଥଯାତ୍ରାରେ ଗଲେ ୯୭୬ ବରିଷ୍ଠ ନାଗରିକ

ବ୍ରହ୍ମପୁର ଅଫିସ,୨୯।୨: ଗରିବ ଲୋକମାନଙ୍କ ପାଇଁ ତୀର୍ଥଯାତ୍ରା ସ୍ବପ୍ନ ଥିଲା। ଅର୍ଥାଭାବରୁ ତୀର୍ଥସ୍ଥାନକୁ ଯାଇ ପୂଣ୍ୟ ଅର୍ଜନ କରିବା ଆଶା ମଉଳି ଯାଉଥିଲା। ରାଜ୍ୟରେ ଗରିବ ଶ୍ରେଣୀର ବରିଷ୍ଠ ନାଗରିକମାନଙ୍କ ଏହି ସ୍ବପ୍ନକୁ ସାକାର କରିବା ପାଇଁ ୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ...

ହୋମଗାର୍ଡଙ୍କୁ ଦୈନିକ ମଜୁରି ୫ଶହ ଟଙ୍କା ଦିଅ: ହାଇକୋର୍ଟ

କଟକ ଅଫିସ,୨୯।୨: ଓଡ଼ିଶା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ଏଣିକି ହୋମଗାର୍ଡମାନଙ୍କୁ ଦୈନିକ ୫୦୦ ଟଙ୍କା ମଜୁରି ମିଳିବ। ଶୁକ୍ରବାର ରାଜ୍ୟ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଜଷ୍ଟିସ୍‌ ବିଶ୍ୱନାଥ...

ଦଲାଲଙ୍କ ମସୁଧା

କୋରାପୁଟ ଜିଲାରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକିଣା ପାଇଁ ପ୍ରଶାସନ ୪୪ଟି ମଣ୍ଡି ସ୍ଥାପନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସାଢ଼େ ୧୩ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଥିଲା। ପରବର୍ତ୍ତୀ ୩ଟି ପର୍ଯ୍ୟାୟକୁ ମିଶାଇ ମୋଟ ୨୦ ଲକ୍ଷ...

ସୂର୍ଯ୍ୟମନ୍ଦିର ସଂରକ୍ଷଣ, ରକ୍ଷଣାବେକ୍ଷଣକୁ ଗୁରୁତ୍ୱ

କୋଣାର୍କ, ୨୯।୨(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଶୁକ୍ରବାର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଛି। କୋଣାର୍କସ୍ଥିତ ଯାତ୍ରୀନିବାସ ସମ୍ମେଳନ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ...

ମାନସିକ ଭାରସାମ୍ୟ ହରାଇ ବିଧବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପାଟଣା,୨୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ମଲ୍ଲୀପଶି ଗଁାର ଜଣେ ବିଧବା ମହିଳା ଶୁକ୍ରବାର ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ହେଲେ ରୁନି ନାୟକ। ଖବର ପାଇ ଶନିବାର ସକାଳେ...

ମହାପ୍ରଭୁଙ୍କୁ ଦର୍ଶନ କଲେ ଶାହା

ପୁରୀ ଅଫିସ,୨୯।୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶନିବାର ସକାଳ ୮ଟା ୧୦ରେ ଶାହା ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର, ଜିଲାପାଳ ବଳଓ୍ବନ୍ତ ସିଂହ ପ୍ରମୁଖ ପ୍ରଶାସନୀକ ଅଧିକାରୀଙ୍କ...

ରାଜରାସ୍ତାରେ ମହିଳାଙ୍କ ପ୍ରସବ

ଭଦ୍ରକ ଅଫିସ,୨୯।୨: ଭଦ୍ରକ ବନ୍ତ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ରାଜରାସ୍ତାରେ ଜଣେ ବିକୃତ ମସ୍ତିଷ୍କ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଏକାକି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିଛି ଯୁବକଙ୍କ ଉଚିତ ପଦକ୍ଷେପ ଯୋଗୁ ବଞ୍ଚିଲେ ମାଆ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri