ଆମ ଜିଲା ଖବର

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ

ନାଉଗାଁ, ୨୯।୨ (ସ୍ବ.ପ୍ର.): ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ବିଦ୍ୟୁତ୍‌ ସେବା ଯୋଗାଇଦେବା ସକାଶେ ନାଉଗାଁ ବ୍ଲକରେ ସେସୁ ଓ ଏନ୍‌ଜେନ୍‌ କମ୍ପାନୀ ଦାୟିତ୍ୱ ନେଇଛନ୍ତି। ହେଲେ ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥିବା ଦେଖାଯାଉଥିବା ବେଳେ...

ବିଦ୍ୟୁତ୍‌ ସଂଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜନପ୍ରତିନିଧି

କେନ୍ଦୁଝର,୨୯।୨ (ସ୍ବ.ପ୍ର.)- ଝୁମ୍ପୁରା ବ୍ଲକ୍‌ ଅନ୍ତର୍ଗତ ବସନ୍ତପୁର ଠାରେ ଏକ କମ୍ପାନୀ ବେସରକାରୀ ଜମିରେ ଜୋରଜବରଦସ୍ତ ଖୁଣ୍ଟ ପକାଇଥିବା ଓ ସଂରକ୍ଷିତ ଜଙ୍ଗଲ ଉପରେ ୩୩କେଭି ଲାଇନ ନେଇଥିବାରୁ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ କ୍ଷତିଗ୍ରସ୍ତ ଲୋକମାନେ ଶୁକ୍ରବାର କେନ୍ଦୁଝର...

ଦଳ ଛାଡ଼ିଲେ ଶତାଧିକ କଂଗ୍ରେସ କର୍ମୀ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ବ୍ଲକ ବଡ଼ଗାଁ ପଞ୍ଚାୟତର କଂଗ୍ରେସ ସମର୍ଥତ୍ତ ସରପଞ୍ଚ ନୀହାରିକା ବିଶ୍ୱାଳ ଶୁକ୍ରବାର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ଏ ନେଇ ସ୍ଥାନୀୟ କରକେଇ ପୀଠଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜିଲାପରିଷଦ ସଭ୍ୟ ରାମଚନ୍ଦ୍ର...

କାର୍ଯ୍ୟକ୍ଷମ ହେଉନି ସେବାଶ୍ରମ ଛାତ୍ରାବାସ

ପଦ୍ମପୁର,୨୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ସନନ୍ଦପୁର ଗ୍ରାମରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସେବାଶ୍ରମ ଛାତ୍ରାବାସ। ମାତ୍ର ଛାତ୍ରାବାସ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଦୂରଦୂରାନ୍ତରୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ର...

କାଠମାଫିଆଙ୍କ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ବାରିପଦା ଅଫିସ, ୨୯ା୨- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ମହୁଲିଆଠାରେ କାଠମାଫିଆଙ୍କ ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡ ଓ ବନ ବିଭାଗର ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଫରେଷ୍ଟଗାର୍ଡ ହେଲେ ଛତିଶ ଚନ୍ଦ୍ର ମହାନ୍ତ ଓ...

ସୁନ୍ଦରଗଡ଼ର କୁମ୍‌ଝରିଆ ୟୁଜି ହାଇସ୍କୁଲକୁ ମିଳିଲା ଉତ୍କର୍ଷ ଶିକ୍ଷାକେନ୍ଦ୍ରର ମାନ୍ୟତା

କୁଆଁରମୁଣ୍ଡା,୨୯।୨(ଡି.ଏନ.ଏ)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ହାଇସ୍କୁଲ ଓ ୟୁଜି ହାଇସ୍କୁଲଗୁଡିକ ମଧ୍ୟରୁ ୧୦୧ ସ୍କୁଲକୁ ଉତ୍କର୍ଷ ଶିକ୍ଷାକେନ୍ଦ୍ର ଭାବେ ବଛା ଯାଇଛି। ଏଥି ମଧ୍ୟରୁ ସୁନ୍ଦରଗଡ଼ ଜିଲାରେ ଥିବା ସମସ୍ତ ୟୁଜି ହାଇସ୍କୁଲଗୁଡିକ...

ଆନ୍ଦୋଳନର ପଞ୍ଚମ ଦିନରେ ଚାଷୀଙ୍କ ନିଆରା ପ୍ରତିବାଦ

ତରଭା, ୨୯ା୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ଆଞ୍ଚଳିକ କୃଷକ ସଂଗଠନ ଆନୁକୂଲ୍ୟରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି ା ଶୁକ୍ରବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ତରଭା ବ୍ଲକର ଚାଷୀମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ।...

ବିଳମ୍ବ ହେଉଛି ରିଂ ରୋଡ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ

ସୋନପୁର,୨୯।୨(ନି.ପ୍ର.) – ସୁବର୍ଣ୍ଣପୁର ସହରର ବହୁ ପ୍ରତୀକ୍ଷିତ ରିଂ ରୋଡ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ସରକାରଙ୍କ ଅନୁଦାନ ସତ୍ତ୍ୱେ କାର୍ଯ୍ୟ ଧିମେଇ ଚାଲିଛି। ଅବଧି ସରିଥିଲେ ମଧ୍ୟ ରିଂରୋଡର ଉଭୟ ପାର୍ଶ୍ୱ ପିଚୁ କାମ ସରିନି। ପ୍ରକଳ୍ପର ସବୁଠୁ...

ଦିଲ୍ଲୀ ହିଂସା, ସୁବର୍ଣ୍ଣପୁରରେ କଂଗ୍ରେସର ବିକ୍ଷୋଭ

ସୋନପୁର,୨୯।୨(ନି.ପ୍ର.) ସିଏଏକୁ ନେଇ ଦେଶର ରାଜଧାନୀ ଅଶାନ୍ତ ହୋଇପଡିଛି। ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଲାଗିରହିଛି । ତେବେ ହିଂସା ରୋକିବା କ୍ଷେତ୍ରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଶୁକ୍ରବାର କଂଗ୍ରେସ...

ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ କର: ଆରଡିସି

ବଲାଙ୍ଗୀର ଅଫିସ,୨୯ା୨ ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ନିରଞ୍ଜନ ସାହୁ ଶୁକ୍ରବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ା ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲାପାଳ...

ବନ ବିଭାଗର କରତକଳ ଉପରେ ଚଢାଉ: ଯନ୍ତ୍ରାଂଶ, କାଠକୁ ଛଡାଇ ନେଲେ ଲୋକେ

ସିମୁଳିଆ, ୨୮ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଷ୍ଟେଶନ ବଜାର ନିକଟରେ ଥିବା ଏକ କରତକଳ ଉପରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ମାଜିଷ୍ଟ୍ରେଟ ରୂପେ ସଦର ବ୍ଲକ ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀଙ୍କ, ବନ ବିଭାଗୀୟ ଅଧିକାରୀ ସମୀର...

ଭଦ୍ରକରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ସଚିବ

ଭଦ୍ରକ ଅଫିସ, ୨୮।୨- କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ସଚିବ ପ୍ରମୋଦ କୁମାର ଦାସ ଶୁକ୍ରବାର ଭଦ୍ରକ ଗସ୍ତରେ ଆସି ଜିଲା ମଙ୍ଗଳ ବିଭାଗ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ଭଦ୍ରକ ପୌରପାଳିକା ଅଧୀନରେ ସଂଖ୍ୟାଲଘୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri