ଆମ ଜିଲା ଖବର

ଉପଜିଲାପାଳଙ୍କ ପାଖରେ ଫେରାଦ ହେଲେ ଚାଷୀ: ଧାନ କିଣୁନାହାନ୍ତି ମିଲର, ନଷ୍ଟ ହେଉଛି ଟୋକନ

ପୁରୁଷୋତ୍ତମପୁର,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀଙ୍କ ଧାନକୁ ମିଲର ଓ ସମବାୟ ସମିତି କିଣୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଚାଷୀଙ୍କୁ ବିକ୍ରି ଲାଗି ମିଳୁଥିବା ଟୋକନର ଅବଧି ସରିବାରେ ଲାଗିଛି ।...

କଳାହାଣ୍ଡି ଜିଲା କୋର୍ଟ ପରିସରରେ ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟିତ

ଭବାନୀପାଟଣା,୨୮।୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋର୍ଟ ପରିସରରେ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ପେଶାଲ କୋର୍ଟ ‘ପୋକ୍ସୋ’ ଉଦ୍‌ଘାଟନ ହୋଇଯାଇଛି। ସୁପ୍ରିମ କୋର୍ଟ ଓ ଓଡ଼ଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟର ସବୁ ଜିଲାରେ ଅତିରିକ୍ତ ଜିଲା ଓ...

କଳାହାଣ୍ଡି ଜିଲା ଯୋଜନା କମିଟି ବୈଠକ: କୃଷି, ଉଦ୍ୟାନ ବିଭାଗ ଉପରେ ଗୁରୁତ୍ୱ

ଭବାନୀପାଟଣା,୨୮।୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପ୍ଲାନିଂ ୱିଙ୍ଗ୍‌ କନ୍‌ଫେରେନି୍ଂସ ହଲ୍‌ଠାରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସ, ଗୃହ, ଶକ୍ତି,...

ଦିଲ୍ଲୀ ହିଂସା ପାଇଁ ଶାହାଙ୍କୁ ଦାୟୀ କଲା ପିସିସି: କୁଶପୁତ୍ତଳିକା ଦାହ, ଇସ୍ତଫା ଦାବି

ଭୁବନେଶ୍ୱର, ୨୮।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କର ଏହି ଗସ୍ତକୁ ବିରୋଧକରି ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଆହ୍ବାନକ୍ରମେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।...

କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

କେନ୍ଦୁଝର,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅରାଜକତା ବୃଦ୍ଧି ପାଇ ଦେଖା ଦେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଓ ଦିଲ୍ଲୀରେ ଘଟିଥିବା ଦଙ୍ଗାଜନିତ ହିଂସାକାଣ୍ଡ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦାୟୀ।...

ପାଟଣା ବ୍ଲକର ୧୧ କେନ୍ଦ୍ରରେ କପିକରି ଧରାପଡ଼ିଲେ ୧୦ ଛାତ୍ରୀଛାତ୍ର

ପାଟଣା,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୧୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଶୁକ୍ରବାର ଦୁଇଟି କେନ୍ଦ୍ରରେ ୧୦ ଛାତ୍ରୀଛାତ୍ର କପିକରି ଧରା ପଡ଼ିଛନ୍ତି। ଏ ନେଇ ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ସାଧାରଣ ବିଜ୍ଞାନ ପରୀକ୍ଷାରେ...

ଶାହାଙ୍କ ଗସ୍ତକୁ ସୁନ୍ଦରଗଡ଼ରେ ବିରୋଧ: କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ସୁନ୍ଦରଗଡ଼,୨୮।୨(ଡି.ଏନ୍‌.ଏ.): ସ୍ଥାନୀୟ ଡିଆର୍‌ଡିଏ ଛକଠାରେ ଶୁକ୍ରବାର ମଧ୍ୟାହ୍ନରେ ପୂର୍ବତନ ଜିଲାସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ସ୍ବେଚ୍ଛାଚାରୀ ଓ ହିଂସା ସୃଷ୍ଟିକାରୀ ଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।...

ମାର୍ଚ୍ଚ ପହିଲାରୁ ଗଞ୍ଜାମରେ ଟ୍ରାଫିକ ନିୟମ କଡ଼ାକଡ଼ି: ନ ମାନିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ବ୍ରହ୍ମପୁର,୨୮।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୧୯ ସେପ୍ଟେମ୍ବର ୧ରେ ସାରା ଭାରତରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ହୋଇଥିଲା । ବିଭିନ୍ନ କାରଣରୁ ଲୋକମାନଙ୍କୁ ସେମାନଙ୍କ ଯାନବାହନର କାଗଜପତ୍ର ପ୍ରସ୍ତୁତ ପାଇଁ ରାଜ୍ୟ...

କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: ଶାହାଙ୍କ କୁଶପୁତ୍ତଳିକା ଦାହ

ରାୟଗଡ଼ା ଅଫିସ,୨୮।୨: ଜିଲା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ରାୟଗଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀଙ୍କୁ କଟାକ୍ଷ କରାଯିବା ସହ ଦିଲ୍ଲୀ ହିଂସାକାଣ୍ଡ...

ପାନ ଛେପ ପକାଇବା ପଡ଼ିଲା ମହଙ୍ଗା: ୫୦୦ ଜରିମାନା ଗଣିଲେ ବ୍ୟକ୍ତି

ରାଉରକେଲା ଅଫିସ,୨୮।୨: ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭିତରେ ପାନ, ଗୁଟ୍‌ଖା ଖାଇବାକୁ ଶୁକ୍ରବାରଠାରୁ ବାରଣ କରାଯାଇଛି। କର୍ମଚାରୀଙ୍କ ସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ (ଆର୍‌ଟିଓ )...

ପୁରୀରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ: ବିଚାର ହେବ ଯୌନ ନିର୍ଯ୍ୟାତନା ମାମଲା

ପୁରୀ ଅଫିସ,୨୮।୨: ନାବାଳିକା ଓ ନାବାଳିକଙ୍କୁ ଯୌନ ଶୋଷଣ ମାମଲାର ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଶୁକ୍ରବାର ପୁରୀ ଜିଲା କୋର୍ଟ ପରିସରରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଜିଲା ଜର୍ଜ ବିଦ୍ୟୁତ୍‌ କୁମାର ମିଶ୍ର ଉପସ୍ଥିତ ହୋଇ...

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ: ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୮।୨: ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହା ପୂର୍ବରୁ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri