ଆମ ଜିଲା ଖବର

ଯୁବ ବିକାଶ ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୬।୨: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ବୁଧବାର ରାୟଗଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ରାୟଗଡ଼ାବାସୀଙ୍କ ସୁରକ୍ଷା ନିମନ୍ତେ ଦୀର୍ଘ ବର୍ଷ ଧରି ସରକାରଙ୍କ ପକ୍ଷରୁ ସାଇ ଇଣ୍ଟର ନ୍ୟାଶନାଲ ଛକରୁ ବାରିଝୋଲା, ସିରିକଣା...

ରାସ୍ତାରେ ଫାଟିଲା ସାଇକେଲ୍‌ ଚକା: ବିଳମ୍ବରେ ପହଞ୍ଚିବାରୁ ମାଟ୍ରିକ୍‌ ପରୀକ୍ଷା ଦେଇପାରିଲେନି ଛାତ୍ର

ଅମରପାଲି,୨୬।୨(ଡି.ଏନ୍‌.ଏ.): ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ଜଣେ ଛାତ୍ର ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ କେନ୍ଦ୍ରରେ। ସେ ହେଲେ ଅମରପାଲି ହାଇସ୍କୁଲର...

ଗଣିତରେ କପି କରି ଧରାପଡ଼ିଲେ ୬ ପରୀକ୍ଷାର୍ଥୀ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଚଳିତବର୍ଷ ୧୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲୁରହିଛି। ବୁଧବାର ଗଣିତ ପରୀକ୍ଷାରେ କପି କରି କେନ୍ଦୁଝର ଓ ବାଲେଶ୍ୱର ସ୍କ୍ବାଡ ହାତରେ ୬ଜଣ ଧରାପଡ଼ିଛନ୍ତି। ନନ୍ଦୀପଦା ମୁକୁନ୍ଦ ଚରଣ ବିଦ୍ୟାପୀଠରେ ୨ ଜଣ,ସୋସୋ...

ପୂର୍ବତନ ବିଧାୟକ ଅନାମଙ୍କୁ ଜାମିନ

କଟକ ଅଫିସ, ୨୬।୨: ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ବୁଧବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଅନାମଙ୍କୁ ଗିରଫ...

ଛାଡିଲା ବର୍ଷା, ଆସୁଛି କୁହୁଡ଼ି: ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେବ ଲାଗିରହିଥିବା ବର୍ଷା ଏବେ ଛାଡ଼ିଯାଇଛି। ଆଗକୁ କୁହୁଡ଼ି ଆସୁଛି। ଏ ନେଇ ବିଭିନ୍ନ ଜିଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗୁରୁବାରଠାରୁ ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ,...

କାର୍ଯ୍ୟଦିବସରେ ପୋଷ୍ଟ ଅଫିସ ବନ୍ଦ, ନିରାଶରେ ଫେରିଲେ ଲୋକେ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ସବ୍‌ ପୋଷ୍ଟ ଅଫିସ ବୁଧବାର ବନ୍ଦ ରହିଛି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକେ ନିରାଶ ହୋଇ ଫେରି ଯାଇଛନ୍ତି। ପୋଷ୍ଟ ଅଫିସ ବନ୍ଦ ବାବଦରେ ନୋଟିସ ବୋର୍ଡରେ କୌଣସି ସୂଚନା...

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ରୋଗୀଙ୍କୁ ଭାରରେ ବୋହିଲେ ପରିବାର ଲୋକେ

ରାୟଗଡା ଅଫିସ, ୨୬।୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଟାମକଶିଳା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ରୋଗୀଙ୍କୁ ଭାରରେ ବୋହିବାକୁ ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ନିଲାଈ କାଡ୍ରାକା(୨୨)ନିଜ ଘରେ ରୋଷେଇ...

ସୌନ୍ଦର୍ଯ୍ୟ ହରାଉଛି ଗୋପାଳବନ୍ଧ: ରକ୍ଷଣାବେକ୍ଷଣ ଲାଗି ଦାବି

ପୁରୁଷୋତ୍ତମପୁର,୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ମଧ୍ୟଭାଗରେ ଥିବା ଐତିହାସିକ ଗୋପାଳବନ୍ଧ ପୋଖରୀ ହୁଡ଼ାକୁ କେତେକ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ପୋଖରୀଟି ଅଳିଆ ଆବର୍ଜନାରେ ପୋତିହେବାକୁ ବସିଲାଣି । ପୋଖରୀ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ...

ମହିଳାଙ୍କୁ ସ୍ବାବଲମ୍ବୀ ଲାଗି ସାପ୍ତାହିକ ହାଟ ଉଦ୍‌ଘାଟନ କଲେ ଜିଲାପାଳ

ମୁନିଗୁଡ଼ା,୨୬।୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତର ସ୍ବାବଲମ୍ବୀ ସାପ୍ତାହିକ ହାଟ ବୁଧବାର ଉଦ୍‌ଘାଟନ ହୋଇଛି। ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଏଲ୍‌ଏମ୍‌ ଓ ଓଆରଏମ୍‌ଏସ୍‌ର ମିଳିତ ଆନୁକୂଲ୍ୟରେ ଏବଂ ପଞ୍ଚାୟତ ସମିତି ସହାୟତାରେ ଏହା...

ବାଲୁକାକଳାରେ ‘ଶାନ୍ତିର ବାର୍ତ୍ତା’ ଦେଲେ ସୁଦର୍ଶନ

ପୁରୀ ଅଫିସ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଥିବା ବେଳେ ଏଥିରେ ୨୦ଜଣ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିକୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ‘ଲିଭ୍‌ ଉଇଥ୍‌ ପିସ୍‌’...

ଯୁକ୍ତ ଦୁଇ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର: ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ

ପାଟଣା,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ବିଜ୍ଞାନର ୫ ପରୀକ୍ଷାର୍ଥୀ ବୁଧବାର ପୂର୍ବାହ୍ନରୁ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱରଙ୍କ ଦାରା ପରିଚାଳିତ ଯୁକ୍ତ...

ବିବାହିତ ମହିଳାଙ୍କୁ ଗଣବଳାତ୍କାର: ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ

ବେଦବ୍ୟାସ,୨୬।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ କଲୁଙ୍ଗା ଫାଣ୍ଡି ଅନ୍ତର୍ଗତ ଗୁଟିଦରହ ଏକ କ୍ରସର ପରିସରରେ ଗତ ରବିବାର ରାତିରେ ଜଣେ ବିବାହିତା ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ବୁଧବାର ଲିଖିତ ଅଭିଯୋଗ ହୋଇଛି। ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ପ୍ରାଥମିକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri