ଆମ ଜିଲା ଖବର

ପରଲୋକରେ ପୂର୍ବତନ ବିଧାୟକ ବିଜୟ ନାୟକ

ଜଗତସିଂହପୁର ଅଫିସ,୨୬।୨: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ବୁଧବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ ବିଜୟଙ୍କୁ ଭୁବନେଶ୍ୱରର ଏକ...

ଭବାନୀପାଟଣା ଅର୍ବାନ ୟୁପି ଏଚ୍‌ସିକୁ ଏମ୍‌କ୍ୱାସ୍‌ ଟିମ୍‌ର ପରିଦର୍ଶନ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଭବାନୀପାଟଣାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ଅର୍ବାନ ୟୁପି ଏଚ୍‌ସି)କୁ ଏମ୍‌କ୍ୱାସର ଦୁଇ ଜଣିଆ ସମୀକ୍ଷା ଟିମ୍‌ ପହଞ୍ଚତ୍ ଛନ୍ତି। ୟୁପି ଏଚ୍‌ସିକୁ ଜାତୀୟସ୍ତରର ଏମ୍‌କ୍ୱାସ ପୁରସ୍କାର ଲାଗି ଏହି ସମୀକ୍ଷା କରାଯାଇଛି।...

କଳାହାଣ୍ଡିର ୨ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନରେ ଗିରଫ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନର ଜୟପୁରରୁ ଗିରଫ ହୋଇଛନ୍ତି। ସେମାନେ ହେଲେ ଭବାନୀପାଟଣା ସହରର ଅଭିଷେକ ଦାଶ ଓ ସମ୍ବିତ ପାଣିଗ୍ରାହୀ। ସେମାନଙ୍କଠାରୁ ୮କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଉଭୟ...

କୋରିଆରୁ ଫେରିଥିବା ଯୁବକ ଭୀମସାରରେ ଭର୍ତ୍ତି: କରୋନା ଭାଇରସ୍‌ ସନ୍ଦେହ

ସମ୍ବଲପୁର, ୨୬।୨(ବ୍ୟୁରୋ): ବୁର୍ଲା ଭିମସାର ମେଡିକାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ଼ ଜିଲା ହେମଗିରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଉକ୍ତ ଯୁବକ କୋରିଆରେ ଚାକିରି କରୁଥିଲେ। ତେବେ ଗତ କିଛି ଦିନ ହେବ ସେ...

ଗୋଟିଏ ଘରୁ ୩ ମୃତଦେହ ଉଦ୍ଧାର: ସ୍ତ୍ରୀ, ଝିଅଙ୍କୁ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଛତ୍ରପୁର, ୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପାଲିଆ ଛତ୍ରପୁର ମଝି ସାହିରେ ବୁଧବାର ଏକ ଦୁଃଖଦ ଘଟଣା ଘଟିିଛି। ଗୋଟିଏ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ବୃନ୍ଦାବନ ବେହେରା ସ୍ତ୍ରୀ ଉର୍ମିଳା...

୪ବର୍ଷର ପୁଅକୁ ଛାଡ଼ି ମା’ ଫେରାର, ସ୍ବାମୀ ଥାନାର ଦ୍ୱାରସ୍ଥ

ଯାଜପୁର ଅଫିସ,୨୬ା୨: ପ୍ରେମକରି ବିବାହ କରିବାର ୫ବର୍ଷ ପରେ ଜଣେ ମହିଳା ନିଜର ୪ବର୍ଷର ପୁଅକୁ ଛାଡ଼ି ଫେରାର ହୋଇଯାଇଛନ୍ତି। ଏନେଇ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ...

ନଦୀବନ୍ଧ କାଟିଦେଲେ କାଠ ମାଫିଆ :ଜଳସମ୍ପଦ ବିଭାଗ ପକ୍ଷରୁ ଥାନାରେ ଏତଲା

ବରୀ, ୨୬।୨ (ସ୍ବ.ପ୍ର.): ବରୀ ଥାନା ଅଞ୍ଚଳରେ ଏବେ କାଠ ମାଫିଆ ବେଶ୍‌ ସକ୍ରିୟ ହୋଇଛନ୍ତି। ଅନେକ ସମୟରେ କାଠ ଚୋରା ଚାଲାଣ ହେଉଥିବା ବେଳେ କାଠ ନେବା ପାଇଁ କେତେଜଣ ଅସାଧୁ ବ୍ୟବସାୟୀ ନଦୀବନ୍ଧ କାଟି ଦେଇଥିବା ନେଇ...

ରୋଗୀ ଚିକିତ୍ସାରେ ଅବହେଳା: ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ରସୁଲପୁର,୨୬।୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରମୁଖ ଡାକ୍ତରଖାନା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ରୋଗୀ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଅଭିଭାବକ ଓ ଡାକ୍ତର ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏ ସଂପର୍କରେ ଡାକ୍ତରଙ୍କ ପକ୍ଷରୁ...

ନିୟମ ମାନୁନାହାନ୍ତି ପେଟ୍ରୋଲ ପମ୍ପ୍‌ କର୍ତ୍ତୃପକ୍ଷ: ଗ୍ରାହକଙ୍କ ପାଇଁ ନାହିଁ ଆନୁଷଙ୍ଗିକ ସୁବିଧା

ନୟାଗଡ ଅଫିସ,୨୬ା୨: ନୟାଗଡ଼ ଜିଲାରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମ ପାଳନ କରୁନାହାନ୍ତି। ଗ୍ରାହକଙ୍କୁ ଆନୁଷଙ୍ଗିକ ସୁବିଧା ନ ଯୋଗାଇ କେବଳ ପେଟ୍ରୋଲ ଓ ଡିଜେଲ ପକାଇ ଟଙ୍କା ରୋଜଗାର କରିବାରେ ଲାଗିପଡିଛନ୍ତି। ଗ୍ରାହକ ସୁବିଧା ପାଇଲା କି...

ଅଦିନିଆ ବର୍ଷା, ମଣ୍ଡିରେ ଭିଜୁଛି ଶହଶହ ଧାନବସ୍ତା

ଖଣ୍ଡପଡା,୨୬।୨(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତସ୍ଥିତ ସେବା ସମବାୟ ସମିତିରେ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଧାନମଣ୍ଡି ଖୋଲାଯାଇଛି । ତେବେ ଧାନ ବିକ୍ରି କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ବାହାରେ ଧାନ ଗଦା ମାରି ରଖିବେଳେ...

ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ: ଟଙ୍କା, ସୁନା ଲୁଟ୍‌

ଚଣ୍ଡିଖୋଲ,୨୬।୨(ଡି.ଏନ.ଏ): ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଘୁମୁରି ପଞ୍ଚାୟତ ଅଧିନ ପାଇକରାପୁର ଗ୍ରାମର ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା...

ଅବକାରୀ ଚଢ଼ାଉ, ଦୁଇ ଗିରଫ

ବାଲିକୁଦା,୨୬।୨(ସ୍ବ.ପ୍ର.): ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୩ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏଥିସହିତ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏନେଇ ଦୁଇଟି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri