ଆମ ଜିଲା ଖବର

ବିର୍ଲା ଟାୟାର୍ସ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୨୪।୨-ବିର୍ଲା ଟାୟାର୍ସ କାରଖାନାରେ ବିଭିନ୍ନ ଅନିୟମିତତାର ସିବିଆଇ ତଦନ୍ତ ଦାବି କରି ସୋମବାର ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଶତାଧିକ କର୍ମଚାରୀ ବାଲେଶ୍ୱର ସହର ଏଡ଼ିଏମ୍‌ ଛକସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ୟୁନିଅନ...

ଶାରୀଶୂଆ ପାହାଡରେ ସାଇଣ୍ଟଫିକ ଟିମ

ଖଇରା, ୨୪।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୭୭ ନମ୍ବର ତଥା ଅନ୍ୟାନ୍ୟ ଖଣି ଉପରେ କଟକ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉର ୧୨ ଘଣ୍ଟା ନ ପୂରୁଣୁ ଆରଏଫଏସଏଲ(ବାଲେଶ୍ୱର ରିଜିଓନାଲ ଫରେନସିକ ସାଇନ୍ସ ଲାବୋରେଟୋରୀ) ଟିମ୍‌ ପୁନଶ୍ଚ...

ଏନ୍‌ଏସି କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ: ପୋଲିସ ପ୍ରତିଶ୍ରୁତି ପରେ ସ୍ଥଗିତ

ଧାମନଗର,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଏନ୍‌ଏସି କାର୍ଯ୍ୟାଳୟରେ ପଶି ଜଣେ ଅସାମାଜିକ ଯୁବକଙ୍କ ଉନ୍ମତ୍ତ କାଣ୍ଡ ବିରୋଧରେ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା। ୩ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରି ନ ଥିବା ଅଭିଯୋଗ କରି ଏନ୍‌ଏସି କର୍ମଚାରୀମାନେ...

ରକ୍ତ କଳାବଜାର ମାମଲା: ଜଣେ ଟେକ୍ନିସିଆନ ବହିଷ୍କୃତ, ଜଣେ ନିଲମ୍ବନ

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତକରି ଧର୍ମଗଡ଼ ପୋଲିସ ରକ୍ତଭଣ୍ଡାରର ଦୁଇଜଣ ଟେକ୍ନିସିଆନଙ୍କ ସମେତ ୭ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର...

ମହୁଲକୋଟପଡ଼ାକୁ ବିିଜୁଳି ସଂଯୋଗ ନ ହେବା ଘଟଣା: ଏନ୍‌ଟିପିସି ମ୍ୟାନେଜର ଓ ୱେସ୍କୋ ବିଭାଗକୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ କଲମ ଗ୍ରାମ ମହୁଲକୋଟପଡ଼ାକୁ ବିଜୁଳି ସଂଯୋଗ ନ ହେବା ଘଟଣାରେ ଭବାନୀପାଟଣା ଖାଉଟି ଅଦାଲତ ପକ୍ଷରୁ ଏନ୍‌ଟିପିସି ମ୍ୟାନେଜର ଓ ୱେସ୍କୋ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ,ମହୁଲକୋଟପଡ଼ାରେ...

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ସୋମବାର କୋର୍ଟ ବର୍ଜନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଉଛି। ତେବେ ଚଳିତ ମାସ ଶେଷ ସୋମବାର ଏପରି କରା ନ...

ପଞ୍ଚାୟତ ଅଫିସରୁ ପିଡିଏସ୍‌ ଚାଉଳ ଚୋରି କରିନେଲେ ଦୁର୍ବୃତ୍ତ

ବରଗଡ଼ ଅଫିସ, ୨୪।୨: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଦୁଲମପୁର ପଞ୍ଚାୟତ ଅଫିସ ଗୋଦାମ ଗୃହରୁ ରବିବାର ବିଳମ୍ବିତ ରାତିରେ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ରଖାଯାଇଥିବା ୫୯ ପ୍ୟାକେଟ୍‌ ପିଡିଏସ୍‌ ଚାଉଳକୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଏ...

ବାଇକ ସହ ଗଞ୍ଜେଇ ଜବତ, ୨ ଗିରଫ

ସୋରଡା,୨୪ା୨(ଡି.ଏନ୍‌.ଏ.)- ସୋରଡା ପୋଲିସ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ କରି ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କନ୍ଧମାଳ ଜିଲା କଣାସ ନୂଆଗଁାର ସୁଦାମ ପ୍ରଧାନ, ଖଗେଶ୍ୱର ପ୍ରଧାନ।ପ୍ରକାଶ ଯେ, କଣାସ ନୂଆଗଁା ଥାନା...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଚନ୍ଦ୍ରଶେଖର ହାଁସଦା । ନୀଳକଣ୍ଠପୁରର ଦିଲୀପ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡିରୁ ୨୦ ହଜାର ଟଙ୍କାର ଚେକ୍‌ ଆସିଥିଲା। ଏହି...

ବାର୍‌ହା ଆକ୍ରମଣରେ ୨ ଗୁରୁତର

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ହରିଆବାଙ୍କ ଗାଁରେ ବାର୍‌ହା ଆକ୍ରମଣରେ ଦୁଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଧାନଖଳାରେ କାମ କରୁଥିବା ବେଳେ ଜଙ୍ଗଲୀ ବାର୍‌ହା ତାଙ୍କୁ ଆକ୍ରମଣ କରିଥିଲା।...

କଡ଼ା ସୁରକ୍ଷାରେ ମାଟ୍ରିକ ପରୀକ୍ଷା: କାମାକ୍ଷାନଗରର ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି

କାମାକ୍ଷାନଗର,୨୪।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ସୋମବାର ମାଟ୍ରିକ ପରୀକ୍ଷା ସୁରକ୍ଷା ଦୃଷ୍ଟିରୁ ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି। ସେଗୁଡିକ ହେଲା କାମାକ୍ଷାନଗର ବ୍ଲକର ରାୟନୃସିଂହପୁର ସିଦ୍ଧେଶ୍ବରୀ ବିଦ୍ୟାପୀଠ, ଅଁଳାବେରଣୀ କୁସୁମଯୋଡ଼ି ଉଚ୍ଚ ବିଦ୍ୟାଳୟ, ମହୁଲପାଳ ନିଗମାନନ୍ଦ...

ଜଳିଗଲା ୨୦୦ରୁ ଊର୍ଦ୍ଧ୍ୱ କାଜୁଗଛ

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାହାକୁଦ କାଜୁ ଜଙ୍ଗଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ୨୦୦ରୁ ଊର୍ଦ୍ଧ୍ୱ କାଜୁ ଗଛ ଜଳିଯାଇଛି। ଖବର ପାଇ ମହାକାଳପଡ଼ା ଅଗ୍ନିଶମ ବିଭାଗର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri