ଆମ ଜିଲା ଖବର

ମହାଶିବରାତ୍ରିରେ ଅଘଟଣ: ଜଟିଆ ବାବା ପାହାଡ଼ରୁ ଖସିଲା ପଥର, ୨୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ

ରାଉରକେଲା ଅଫିସ/କୁଆଁରମୁଣ୍ଡା,୨୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟୁରିଖମଣ ପଞ୍ଚାୟତ ସୀମାନ୍ତବର୍ତ୍ତୀ ଜଟିଆବାବା ମନ୍ଦିରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମହାଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ ସମାଗମ ସମୟରେ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ପାହାଡ଼ ଉପରୁ ଏକ ପଥର...

ଅନୁଗୋଳ ଜିଲା ବିଜେଡି ସଭାପତି ହେଲେ ମହେନ୍ଦ୍ର ବସ୍ତିଆ

ଅନୁଗୋଳ ଅଫିସ,୨୧।୨: ବରିଷ୍ଠ ଓକିଲ ତଥା ଅନୁଗୋଳ ପୌରପାଳିକା ବିଜେଡି ସଭାପତି ଥିବା ମହେନ୍ଦ୍ର ବସ୍ତିଆ ଅନୁଗୋଳ ଜିଲା ବିଜେଡି ମଙ୍ଗ ଧରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା...

ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାଁ

ମାଧପୁର,୨୧।୨(ଡି.ଏନ୍‌.ଏ) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଫନି ପରେ ପଞ୍ଚାୟତର ପ୍ରତ୍ୟେକ ଗାଁ ବୁଲି ନିର୍ବାହୀ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ଏବଂ କିଛି ଠିକା କର୍ମଚାରୀ...

ମନ୍ଥର ଗତିରେ ଚାଲିଛି ପୋଲ କାର୍ଯ୍ୟ, ଦେଶୀଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ

ଭବାନୀପାଟଣା,୨୧।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ଅଞ୍ଚଳର ଲୋକେ ଆଜି ବି ଦୈନନ୍ଦିନ କାର୍ଯ୍ୟ ପାଇଁ ଦେଶୀଡଙ୍ଗା ଉପରେ ଭରସା କରୁଛନ୍ତି। ଏହି ଅଞ୍ଚଳର ବଡ଼ଚେରଗାଁ, ଉଛୁଲା, ଚହକା, ନୂଆଗାଁ, ପଞ୍ଚାୟତର ହଜାର ହଜାର ଜନସାଧାରଣ ସ୍ବାସ୍ଥ୍ୟ ହେଉ...

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ତାଙ୍କର ଛାତ୍ରମାନେ ପୁରୀ ବେଳାଭୂମୀରେ ହୃଦୟସ୍ପର୍ଶୀ...

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା: ଅଭିନବ ଶୈଳୀରେ ଦାବି ଉପସ୍ଥାପନ କଲା ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ

ବରଗଡ଼ ଅଫିସ,୨୧।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶୁକ୍ରବାରରୁ ଅଭିନବ ଶୈଳୀରେ ଦାବି ଉପସ୍ଥାପନ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରୁ ଏହି ଅଭିଯାନର...

ଜାଗରରେ ଅଘଟଣ: ଦୀପ ନିଆଁରେ ପୋଡ଼ି ମହିଳା ଗୁରୁତର

ବ୍ରହ୍ମପୁର ଅଫିସ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ଜଣେ ମହିଳା ମନ୍ଦିର ଯାଇଥିବା ବେଳେ ସେଠାରେ ଏକ ଅଘଟଣ ଘଟିଛି। ଗଞ୍ଜାମ ଥାନା ଅନ୍ତର୍ଗତ ଝାଡ଼କୁଦା ଗ୍ରାମର ଲୋକନାଥ ରେଡ୍ଡୀଙ୍କ ସ୍ତ୍ରୀ ସରସ୍ବତୀ ଶୁକ୍ରବାର ପୂର୍ବାହ୍ନରେ କଳାଯମୁନା ଗ୍ରାମରେ ଥିବା ନୀଳକଣ୍ଠେଶ୍ୱର...

କପିଳାସ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ: ଭୋର ୪.୨୦ରେ ଉଠିବ ମହାଦୀପ

ଢେଙ୍କାନାଳ ଅଫିସ, ୨୧।୨: ଢେଙ୍କାନାଳ ଜିଲା କପିଳାସ ଶୈବପୀଠରେ ପ୍ରସିଦ୍ଧ ଜାଗର ଯାତ୍ରା ମହାସମାରୋହରେ ପାଳିତ ହେଉଛି। ଶୁକ୍ରବାର ସକାଳୁ ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉ ମହାଦେବ ଓ ମାତା ପାର୍ବତୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଛି। ମହାପ୍ରଭୁଙ୍କ...

ଜାଗର ପାଇଁ ଚନ୍ଦ୍ରମୌଳୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ରାଜନଗର, ୨୧।୨(ଡି.ଏନ୍‌.ଏ) : ମହାଶିବରାତ୍ରି ଅବସରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗରର ୫ଶହ ବର୍ଷ ତଳର ପୂରାତନ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦ୍ରମୌଳୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଶୁକ୍ରବାର ଭୋର ୪ଟାରୁ ଭିଡ଼...

ମହାଶିବରାତ୍ରି: ପାଟଣା ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ପାଟଣା,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳ ଶିବରାତ୍ରି ସକାଶେ ଉତ୍ସବମୁଖର ହୋଇଉଠିଛି। ଶୁକ୍ରବାର ଭୋର ୪ଟାରୁ ମୁଖ୍ୟାଳୟସ୍ଥିତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ପାଟଣା ମୁଖ୍ୟାଳୟସ୍ଥିତ ପ୍ରାଚୀନ ଶୈବପୀଠ ଆନନ୍ଦେଶ୍ୱର ମହାଦେବ, ବୈତରଣୀ ନଦୀ କୂଳରେ ଅବସ୍ଥିତ...

ଶିବରାତ୍ରିରେ ଶିବଙ୍କୁ ଛାଡ଼ିଲେନି ଚୋର: ସ୍ବପ୍ନେଶ୍ବର ମନ୍ଦିରରୁ ୫୦ ହଜାର ଚୋରି

ପୁରୁଷୋତ୍ତମପୁର,୨୧।୨(ଡି.ଏନ୍‌.ଏ.): ମହାଶିବରାତ୍ରି ଅବସରରେ ଦୁର୍ବୃତ୍ତମାନେ ଶିବଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ ଉପକଣ୍ଠରେ ଥିବା ସ୍ବପ୍ନେଶ୍ବର ମହାଦେବ ମନ୍ଦିରରେ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ପଶି ହୁଣ୍ଡି ଭାଙ୍ଗିବା ସହ ଷ୍ଟୋର ରୁମ୍‌ ଚାବି ଭାଙ୍ଗିଦେଇଛନ୍ତି। ମହାଶିବରାତ୍ରି ଉତ୍ସବ...

 ମହାଶିବରାତ୍ରି ଅବସରରେ ଶ୍ରୀଲୋକନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୨୧।୨: ମହାଶିବରାତ୍ରି ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରର ବିଭିନ୍ନ ଶୈବ ପୀଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ହେଉଛି ପୀଠ ପରିସର। ଘଣ୍ଟି, ହହୁଳହୁଳି ଓ ଜୟ ଭୋଲେନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri