ଆମ ଜିଲା ଖବର

କରୋନା: ଆଉ ଜଣଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୮ା୨: କରୋନା ଭୂତାଣୁ ସନ୍ଦେହରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଗତ୍‌ସିଂହପୁର ଅଞ୍ଚଳର ଛାତ୍ରୀଙ୍କ ରିପୋର୍ଟ ଶୁକ୍ରବାର ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ଫଳରେ ଓଡ଼ିଶା କରୋନା ଭୟ ଦୂର ହେବାରେ ଲାଗିଛି। ଉକ୍ତ ଛାତ୍ରୀଙ୍କୁ...

ପ୍ରଜାପତିରେ ଶ୍ରୀଜଗନ୍ନାଥ

ଗୋପ,୮ା୨(ଡି.ଏନ୍‌.ଏ.): ଗୋପ ବଜାରସ୍ଥିତ ଏକ ଜଳଖିଆ ଦୋକାନରେ ଶୁକ୍ରବାର ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟି ଦେଖିବାକୁ ଖଇରିଆ ରଙ୍ଗର ହୋଇଥିବାବେଳେ ପ୍ରଜାପତି ମୁଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆକୃତିର ଛବି ଦେଖିବାକୁ ମିଳିଛି। ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ଼...

ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ,୮ା୨ (ଡି.ଏନ୍‌.ଏ.): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରେ ରହୁଥିବା ବେଣୁଧର ଦାସ। ତାଙ୍କ ଠାରୁ ୮ଗ୍ରାମ...

ମହଙ୍ଗା ପଡିଲା ନାବାଳକଙ୍କୁ ଗାଡିଚାଳନା

ଭଦ୍ରକ ଅଫିସ,୮।୨: ଭଦ୍ରକରେ ଜଣେ ନାବାଳକଙ୍କୁ ଗାଡି ଚଳାଇବା ମହଙ୍ଗା ପଡିଛି। ଭଣ୍ଡାରିପୋଖରୀ ରାଣୀଗଡିଆ ନିକଟରେ ଆରଟିଓ ପକ୍ଷରୁ ତାଙ୍କ ନାଁରେ ୪୨,୫୦୦ଟଙ୍କା ଜରିମାନା କରାଯାଇଛି। ଗାଡ଼ିର କାଗଜ ପତ୍ର ନ ଥିବା ବେଳେ ନାବାଳକ ଜଣକ ହେଲ୍‌ମେଟ ପିନ୍ଧି...

ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର

ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଅନ୍ୟ ୨ଜଣ ମଧ୍ୟ ଗୁରୁତର...

ବୁଧବାରିଆ କମିଟି ବାଟବଣା

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଅନେକ ନିଷ୍ପତ୍ତି ନିଆଯାଉଛି। ପରବର୍ତ୍ତୀ ସମୟରେ ଏହା କେତେଦୂର କାର୍ଯ୍ୟକାରୀ କରୁଛି ତାହା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଏକାଧିକ ନିଷ୍ପତ୍ତି ବାଟବଣା ହୋଇଯାଉଛି। ଏମିତି...

ଭଙ୍ଗାଗଲା ମଣିପୁର ଭବନ

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନକ୍ସା ଚୂଡ଼ାନ୍ତ ହେବାକୁ ରହିଛି। ତେଣୁ ଏହାକୁ ନଜରରେ ରଖି ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ବିତ କରିଛି ଜିଲା ପ୍ରଶାସନ। ବର୍ଷା...

ପ୍ରସ୍ତାବିତ ୫୫ ନଂ. ଜାତୀୟ ରାଜପଥ ସମ୍ପର୍କିତ ସମୀକ୍ଷା ବୈଠକ: ଏପ୍ରିଲରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ୍‌, ୮।୨: ୨୦୧୭ରେ ୫୫ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ ପାଇଁ ଘୋଷଣା ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ଅନ୍ତର୍ଭୁକ୍ତ କରାଯାଇଛି। ତେବେ ମାର୍ଚ୍ଚ ସୁଦ୍ଧା ଲାଇନ୍‌ ବିଭାଗଗୁଡିକ ପ୍ରସ୍ତାବିତ ରାଜପଥ ଜମିରୁ ଗଛ,...

ଏ.କେ. ବୋଷ ହେଲେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ

ପାରାଦୀପ, ୮।୨ (ସ୍ବ.ପ୍ର.): ଗତ ୪ବର୍ଷ ହେଲା ପାରାଦୀପ ବନ୍ଦର ଉପାଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଶୁକ୍ରବାର ଆଶିଷ କୁମାର ବୋଷ ଉପାଧ୍ୟକ୍ଷ ଭାବେ ଯୋଗଦେଇଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ ପୋର୍ଟର ଟ୍ରାଫିକ ମ୍ୟାନେଜର ଥିଲେ। ୧୯୮୬ରୁ...

ପାରାଦୀପରେ ମାରାତ୍ମକ: ପ୍ରଦୂଷଣ ପ୍ରସଙ୍ଗ ସବୁ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ

ପାରାଦୀପ, ୮।୨ (ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ସମେତ ଏସିଆର ବୃହତ୍‌ ସାର କାରଖାନା ଓ ବୃହତ୍‌ ବିଶୋଧନାଗାର ରହିଛି। କିନ୍ତୁ ଏବେ ପାରାଦୀପ ପ୍ରଦୂଷଣ କ୍ଷେତ୍ରରେ ରାଜ୍ୟର ୧ ନଂ. ସ୍ଥାନ...

ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ କରାଯାଇଛି। ଏହାର ସମାଧାନ ପାଇଁ ଏହି ପରିବାରର ସଦସ୍ୟମାନେ କୃଷ୍ଣପ୍ରସାଦ ତହସିଲ ଆଗରେ...

ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ଯୋରନ୍ଦା

ଢେଙ୍କାନାଳ ଅଫିସ, ୮।୨ – ମନରେ ନ ଥିଲା ବର୍ଷା ଭୟ। ଖାତିର ନ ଥିଲା କୋହଲା ପାଗକୁ। ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣର ଭାବ ନେଇ ଏକାଠି ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଅଲେଖ ମହିମା ଧ୍ୱନିରେ ଫାଟି ପଡୁଥିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri