ଆମ ଜିଲା ଖବର

ଆନ୍ଦୋଳନରୁ ଓହରିଲେ ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀ

ଭଣ୍ଡାରିପୋଖରୀ,୫।୨(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆଙ୍କ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ରାଜସ୍ବ ଅମଲା ଓ କ୍ଷେତ୍ର କର୍ମଚାରୀମାନେ ମଙ୍ଗଳବାରଠାରୁ କଲମଛାଡ଼ ଆନ୍ଦୋଳନ କରିଥିଲେ। ବୁଧବାର ଦ୍ୱିତୀୟ ଦିନରେ...

ନାବାଳିକାଙ୍କୁ ଅପହରଣ କରି ବିବାହ ଘଟଣା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ

ରୂପ୍‌ସା,୫।୨(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିବା ଅଭିଯୋଗରେ ସିଂଲା ଥାନା ପୋଲିସ ଶୁକଦେବ ମଲିକ (୩୦)ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଜାମିନ...

ମାଲକାନଗିରି ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ: ଜିଲାର ବିକାଶରେ ଗଣପର୍ବର ଭୂମିକା ଗୁରୁତ୍ୱପୂର୍ଣ୍ଣ

ମାଲକାନଗିରି,୫ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ତରଫରୁ ବୁଧବାର ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାରର ଚମ୍ପାଖାରୀ ଗ୍ରାମ ଦୁର୍ଗା ମନ୍ଦିର ଘାଟରୁ ପବିତ୍ର ଜଳ ସଂଗ୍ରହ କରାଯାଇଥିଲା। ଶତାଧିକ ମହିଳା...

ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: କଲମଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ

ଭଣ୍ଡାରିପୋଖରୀ,୫।୨(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ପଶି ଗତ ସୋମବାର ବାଲିମାଫିଆମାନେ ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ଦାରିଙ୍ଗବାଡ଼ି,୫।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବୁଧବାର ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ...

ସିଲେଟକାନୀରେ ନାବାଳକଙ୍କୁ ବଳି ଅଭିଯୋଗ

ଦେଓଗାଁ,୫।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଲେଟକାନୀ ଗ୍ରାମରେ ଜଣେ ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଜାନୁଆରୀ ୨୨ରୁ ଇଟାଭାଟି ପାଖରୁ ନିଖୋଜ ହୋଇଯାଇଥିଲେ ନାବାଳକ ଜଣକ। ସୋନଗଡ଼ ନଦୀପଠାରୁ ବୁଧବାର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ପୋଲିସ...

କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ରହିବ ଶ୍ରୀମନ୍ଦିର ପାଣ୍ଠି: କ୍ରିଷନ କୁମାର

ପୁରୀ ଅଫିସ, ୫।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା...

ଜଳେଶ୍ୱରରେ ଥମୁନି ଧଳା ଜହର କାରବାର: ୫୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର,୫।୨(ଡି.ଏନ୍‌.ଏ.): ପୁଣି ଜଳେଶ୍ବରରେ ଜବତ ହେଲା ଧଳା ଜହର। ବୁଧବାର ଜଳେଶ୍ୱର ପୋଲିସ ୫୦ ଗ୍ରାମର ବ୍ରାଉନ ସୁଗାର ସହ ଦୁଇଟି ମୋବାଇଲ,ଗୋଟିଏ ବାଇକ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ତେବେ ଜବତ ବ୍ରାଉନ ସୁଗାରର...

କାଳିଆ ଅର୍ଥ ହେରଫେର ମାମଲାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାନୁଷ୍ଠାନ: ସେବା ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଏତଲା

ଛତ୍ରପୁର, ୫।୨(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଧରାକୋଟ ବ୍ଲକ ସିଙ୍ଗିପୁର ସୋସାଇଟିରେ କାଳିଆ ଯୋଜନା ଅର୍ଥ ହିତାଧିକାରୀଙ୍କ ବଦଳରେ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାରେ ବୁଧବାର ଗଞ୍ଜାମ ଜ଼ିଲାପାଳ ବିଜୟ...

କଳାହାଣ୍ଡି ବନ୍ଦ ପରିବର୍ତ୍ତେ ଓକିଲ ସଂଘର କୋର୍ଟ ବର୍ଜନ

ଭବାନୀପାଟଣା,୫।୨(ଡି.ଏନ୍‌.ଏ.): ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇ ଥିବା ବେଳେ କଳାହାଣ୍ଡି ଜିଲା ଏଥିରେ ସାମିଲ ହୋଇ ନାହିଁ। ମାତ୍ର କଳାହାଣ୍ଡି ବନ୍ଦ ପାଳନ ପରିବର୍ତ୍ତେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ଦାବିକୁ ସମର୍ଥନ ଜଣାଇ ଜିଲା ଓକିଲ...

ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା

ଅନୁଗୋଳ ଅଫିସ,୫।୨: ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ବୁଧବାର ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପରେ ସେମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟର ବଇତୁରା ଦୀପଙ୍କୁ ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟର ଦ୍ବିତୀୟ...

ଗଞ୍ଜାମରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଛତ୍ରପୁର,୫।୨(ଡି.ଏନ୍‌.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ, ବିପର୍ଯ୍ୟୟ ମୁକାବିଲା ପରିଚାଳନା ଉପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri