ଆମ ଜିଲା ଖବର

୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର,୫-୨(ବ୍ୟୁରୋ):ସହରାଞ୍ଚଳରେ ପ୍ଲାନ ବାହାରେ କୋଠାବାଡି ନିର୍ମାଣ କରିଥିବା କିମ୍ବା ଅନୁମୋଦନ ନ ନେଇ ଘର ତିଆରି କରିଥିବା ମାଲିକମାନେ ଆଶ୍ୱସ୍ତ ହୋଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ସର୍ବକ୍ଷମା ଯୋଜନା(ଆମନେଷ୍ଟି ସ୍କିମ)ର ଅବଧିକୁ ଆଉ ୧୫ ଦିନ ବୃଦ୍ଧି କରିଛନ୍ତି। ଅର୍ଥାତ୍‌...

ମାର୍ଚ୍ଚ ୫ରୁ ମାଲ୍ୟଗିରି ମହୋତ୍ସବ

ପାଲଲହଡା,୫।୨(ଡି.ଏନ.ଏ.) – ପାଲଲହଡ଼ା ଉପଖଣ୍ଡରେ ପୁଣିଥରେ ଆରମ୍ଭ ହେବ ମାଲ୍ୟଗିରି ମହୋତ୍ସବ। ଆସନ୍ତା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏ ନେଇ ମତଗଣନା କେନ୍ଦ୍ରଠାରେ ସୋମବାର ଏକ ପ୍ରସ୍ତୁତି ବୈଠକ ଉପଜିଲାପାଳ ଅଜିତ...

ପୂର୍ତ୍ତ ରାସ୍ତା କାମ ତଦାରଖ କଲେ ମନ୍ତ୍ରୀ

ଭୁବନ, ୫।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗରଠାରୁ ଯାଜପୁର ଜିଲା ଡୁବୁରୀକୁ ଗମନାଗମନ ସୁଗମ କରିବାକୁ ରେଙ୍ଗାଳି ବାମ କେନାଲ ପାର୍ଶ୍ୱରେ ନିର୍ମାଣ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା। ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର...

ବେଆଇନ ଇଟାଭାଟିରେ ବୁଲିଲା ଜେସିବି

ପରଜଙ୍ଗ, ୫।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ପକ୍ଷରୁ କୁଆଲୋ ରାଜସ୍ବ ସର୍କଲରେ ଗଢ଼ିଉଠିଥିବା ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରିବେଶ ନିୟମ ଉଲ୍ଲଂଘନ କରି ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ଉକ୍ତ...

ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ବିଜୁଳି

ଢେଙ୍କାନାଳ ଅଫିସ, ୫।୨- ଢେଙ୍କାନାଳ ସର୍କିଟ୍‌ ହାଉସ୍‌ ପରିସରରେ ମଙ୍ଗଳବାର ଓଡ଼ିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି-୧୦ ପକ୍ଷରୁ ଜିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି ଏବଂ ଅବକାରୀ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। କମିଟି ଅଧ୍ୟକ୍ଷ ବିଧାୟକ...

୧୮ରେ ଆନ୍ଦୋଳନ କରିବ ଜିଲା କଂଗ୍ରେସ

କେନ୍ଦ୍ରାପଡା ଅଫିସ, ୫।୨:କେନ୍ଦ୍ରାପଡା ଜିଲା ସ୍ବାସ୍ଥ୍ୟସେବାର ବିକାଶ ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ଆବଶ୍ୟକ। ଏହି ଦାବିରେ ଆସନ୍ତା ୧୮ ତାରିଖରେ ଜିଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ହେବ। ସହରର କଜଳାସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ...

ଡାକ୍ତରଖାନା ପରିଦର୍ଶନ, ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପାଲଲହଡା,୫।୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଦିନିକିଆ ପାଲଲହଡା ଗସ୍ତରେ ଆସି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ ସହ ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ କାର୍ଯ୍ୟ ବୁଲି...

ବ୍ୟବଚ୍ଛେଦ ଗୃହରୁ କାଜୁଆଲଟି

ଅନୁଗୋଳ ଅଫିସ୍‌, ୫।୨ – ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ ବି ପରିବାର ଲୋକେ ମହିଳାଜଣକ ବଞ୍ଚିଥିବା ଭାବି ୨ଥର...

୭ରୁ ଭିତରକନିକା ମହୋତ୍ସବ: ପ୍ରସ୍ତୁତି କାର୍ଯ୍ୟର ସ୍ଥିତି ପରଖିଲେ ଜିଲାପାଳ

ଋାଜନଗର, ୫।୨ (ଡି.ଏନ୍‌.ଏ.):ଆସନ୍ତା ୭ ତାରିଖରୁ ରାଜନଗର-ଭିତରକନିକା ମୁଖ୍ୟରାସ୍ତା ପାର୍ଶ୍ୱ ନଳିତାପାଟିଆଠାରେ ପ୍ରଥମ କରି ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଏହି ୩ ଦିନିଆ ମହୋତ୍ସବ ଆୟୋଜନ କରାଯାଉଛି।...

ମଧ୍ୟାହ୍ନଭୋଜନ ଚାଉଳରେ ମୂଷାଲଣ୍ଡି

ଦାରିଙ୍ଗବାଡ଼ି,୫।୨(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ହାଇସ୍କୁଲରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ସର୍ବଶିକ୍ଷା ଅଭିଯାନ ପକ୍ଷରୁ କେବଳ ଅଷ୍ଟମର ୧୫୦ ଜଣ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବାବେଳେ ହଷ୍ଟେଲରେ ୧୦୦ ଛାତ୍ରୀଙ୍କୁ ନିୟମ ପ୍ରକାରେ ଖାଇବା ମିଳୁଛି।...

କାଗଜପତ୍ରରେ ଚାଲିଛି ଧାନକିଣା:ଚାଉଳ ରିସାଇକ୍ଲିଂ କରିବାକୁ ସଜବାଜ

ଯାଜପୁର ଅଫିସ,୫ା୨- ଯାଜପୁର ଜିଲାରେ ମଙ୍ଗଳବାର ସୁଦ୍ଧା ୧୩୪ ପ୍ୟାକ୍ସ ଜରିଆରେ ୫,୯୩,୨୫୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୧୨ଜଣ ମିଲର୍ସ ଭାଗ ନେଇଛନ୍ତି । ତେବେ ଏଥିରୁ ଲକ୍ଷାଧିକ କୁଇଣ୍ଟାଲ ପରିମାଣର ଧାନ କାଗଜପତ୍ରରେ ସଂଗ୍ରହ ଚାଲିଛି।...

ନିଶାସକ୍ତ ସହକାରୀ ଶିକ୍ଷକ ନିଲମ୍ବିତ

ଫିରିଙ୍ଗିଆ, ୫ା୨-ମଦ୍ୟପାନ କରି ବିଦ୍ୟାଳୟକୁ ଯିବା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳର ଜଣେ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ବଳିଷ୍ଠ ପ୍ରମାଣକୁ ଭିତ୍ତିକରି ବ୍ଲକ ଶିକ୍ଷାଧିକାରୀ (ବିଇଓ) ନିଲମ୍ବିତ କରିଛନ୍ତି। ନିଲମ୍ବିତ ଶିକ୍ଷକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri