ଆମ ଜିଲା ଖବର

ବଟି ମାଗିବାକୁ କେନ୍ଦ୍ରକରି ଥାନାରେ ଏତଲା

ଗଞ୍ଜାମ,୧ା୨(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମରେ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ କିଛି ଅସାମାଜିକ ବ୍ୟକ୍ତି ଆମ ଏରିଆରେ କାର୍ଯ୍ୟ ହେଉଛି, ତେଣୁ ଆମକୁ ବଟି...

ଚପଲ ଦୋକାନ ଜଳିଗଲା

ଖଜୁରିପଡ଼ା(ଡି.ଏନ.ଏ.)/ବଲସକୁମ୍ପା,୧ା୨-ଖଜୁରିପଡ଼ା ବଜାରରେ ଥିବା ଏକ ଚପଲ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ଦୋକାନରେ ନିଆଁ...

ରାସ୍ତାରେ ଧାନବସ୍ତା ରଖି ଅବରୋଧ

ସଜନାଗଡ଼,୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅନ୍ତର୍ଗତ ଶେରଗଡ଼-ଉଦଳା ୧୯ନମ୍ବର ରାଜ୍ୟ ରାଜପଥ ଗରଡ଼ିହି ଛକଠାରେ ୪ଦଫା ଦାବି ନେଇ ଓଡ଼ିଶା କୃଷକ ସଭା ପକ୍ଷରୁ ରାସ୍ତାରେ ଧାନ ବସ୍ତା ରଖି ଶନିବାର ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିଲା। ଫଳରେ ଉଭୟ...

ନିଯୁକ୍ତି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ପୌରାଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଫେବୃୟାରୀ ପହିଲାରୁ ନୂତନ ଠିକାଦାର ନିଯୁକ୍ତି ହୋଇଛନ୍ତି। ଦୀର୍ଘବର୍ଷ ଧରି ପୌର ପରିଷଦ ଓ ଠିକାଦାରମାନଙ୍କ ଅଧୀନରେ କାର୍ଯ୍ୟ କରିଆସୁଥିବା କେତେକ ସଫେଇ କର୍ମଚାରୀଙ୍କୁ ନିଯୁକ୍ତିରୁ ବାହାର କରିଦେବା ପାଇଁ...

ଧରିତ୍ରୀ ପ୍ରଭାବ: ଖୋଲିଲା ଓ୍ବାଚ ଟାଓ୍ବାର

କେନ୍ଦୁଝର, ୧ା୨(ସ୍ବ.ପ୍ର.): ପାଟଣା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓ୍ବାଚ ଟାଓ୍ବାରକୁ ଜିଲା ପ୍ରଶାସନ ମକର ପୂର୍ବ ଦିନ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନର ତିନି ଦିନ ପରେ ତାଲା ପଡିବାରୁ ପର୍ଯ୍ୟଟକମାନେ ନିରାଶ ହୋଇଥିଲେ। ୧...

ବେଆଇନ ବାଲି ଚାଲାଣ: ୪୫ ହଜାର ଜରିମାନା ଆଦାୟ

ସିଂହପୁର,୧।୨(ଡି.ଏନ୍‌.ଏ.) : ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀ ତହସିଲ ଅଧିନସ୍ଥ ଖରସ୍ରୋତା ନଦୀର ମଧୁସୂଦନପୁର ଘାଟ ନିକଟରୁ ଶନିବାର ବେଆଇନ ବାଲି ଚାଲାଣ ବେଳେ ମୋଟ୍‌ ୫ଟି ଟ୍ରାକ୍ଟରକୁ ବରୀ ତହସିଲଦାର ଜବତ କରିଥିବା ଜଣାପଡ଼ିଛି। ଖବର...

ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ: ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ମାଲକାନଗିରି,୧।୨(ଡି.ଏନ୍‌.ଏ.): ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଗସ୍ତରେ ଆସି ମାଓବାଦୀ ସମସ୍ୟା ଓ ଦମନ ନେଇ ବୈଠକରେ ଆଲୋଚନା କରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଞ୍ଚଳର ଜନ୍ତାପାଇ, ବଡ଼ପଡ଼ା ଓ ଜାନବାଇ ବିଏସ୍‌ଏଫ୍‌ କ୍ୟାମ୍ପକୁ ହେଲିକପ୍ଟର ଯୋଗେ ପରିଦର୍ଶନ...

ସିଟି ହସ୍ପିଟାଲ ଘୋଷଣା ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ବରଗଡ଼ ଅଫିସ,୧।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଦାବି ନେଇ କଂଗ୍ରେସ ୨୪ ଘଣ୍ଟିଆ ଅନଶନକୁ ଓହ୍ଲାଇ ଥିବାବେଳେ ଭାଜପା, ସଚେତନ ନାଗରିକ...

୫ ଫେବୃୟାରୀ ମହାବନ୍ଦକୁ ସମର୍ଥନ କରିବ ବରଗଡ଼ ଜିଲା ଓକିଲ ସଂଘ

ବରଗଡ଼ ଅଫିସ, ୧।୨- ଆସନ୍ତା ୫ ତାରିଖ ପଶ୍ଚିମ ଓଡ଼ିଶା ମହାବନ୍ଦକୁ ବରଗଡ଼ ଜିଲା ଓକିଲ ସଂଘ ସମର୍ଥନ କରିବ। ଶନିବାର ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସଂଘର ସଭାପତି...

ଡାକ୍ତରଙ୍କ ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ବାରିପଦା ମେଡିକାଲ କଲେଜରେ ଉତ୍ତେଜନା, ଥାନାରେ ଅଭିଯୋଗ କଲେ ମହିଳାଙ୍କ ସ୍ବାମୀ

ବାରିପଦା ଅଫିସ,୧।୨- ଡାକ୍ତରଙ୍କ ଅବହେଳାରୁ ମୃତଶିଶୁ ଜନ୍ମ। ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ। ଏଥିସହ ପ୍ରସବ କରାଇବାକୁ ସମ୍ପୃକ୍ତ ଚିକିତ୍ସକ ଓ କର୍ମଚାରୀ ଲାଞ୍ଚ ମାଗିଥିଲେ। ଏଭଳି ଏକ ସଙ୍ଗିନ୍‌ ଅଭିଯୋଗ ମୟୂରଭଞ୍ଜ...

ଲକ୍ଷାଧିକ ଟଙ୍କାର ସାଇଜ୍‌ ଶାଳକାଠ ଜବତ, ଅଭିଯୁକ୍ତ ଫେରାର

ଓଡ଼ଗାଁ,୧ା୨(ସ୍ବ.ପ୍ର.)- ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଜିରିପଡା ଗ୍ରାମରୁ ବନ ବିଭାଗ ଶନିବାର ମଧ୍ୟାହ୍ନରେ ବିପୁଳ ପରିମାଣର ମୂଲ୍ୟବାନ ସାଇଜ୍‌ ଶାଳକାଠ ଜବତ କରଛି। ସୂଚନାନୁଯାୟୀ, ସେହି ଗ୍ରାମର କୈଳାସ ପ୍ରଧାନଙ୍କ ଏକ ନୂତନ...

ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ ବସିଥିଲେ। ଶନିବାର ପୂର୍ବାହ୍ନରେ ପଟେଲ ଅନଶନରୁ ଓହରିଛନ୍ତି। ମାର୍ଚ୍ଚ ମାସ ପରେ ମଦ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri