ଆମ ଜିଲା ଖବର

ଉଫୁଲା ମଣ୍ଡିରେ ପଡ଼ି ରହିଛି ଧାନ: ପ୍ରତିବାଦରେ ବୀରମହାରାଜପୁର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ

ଅମରପାଲି,୩୧।୧(ଡି.ଏନ୍‌.ଏ.): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ଶୁକ୍ରବାର ଧାରଣାକୁ ଓହ୍ଲାଇଛନ୍ତି। ସେମାନେ ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ଉଫୁଲାଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି...

ମହାକାଳପଡ଼ାରେ ପକ୍ଷୀ ମଡ଼କ

ମହାକାଳପଡ଼ା,୩୧।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ପକ୍ଷୀ ମଡ଼କ ଦେଖାଦେଇଛି। କାଉ, କୋଇଲି, କୁକୁଡ଼ା, ବଗ ଆଦି ପକ୍ଷୀଙ୍କ ମୁଣ୍ଡ ବୁଲାଇବା ସହ ଥରିଥରି ପଡ଼ି ଯାଉଥିବା ଲକ୍ଷ୍ୟ କରାଯାଇଛି। ଏହି ବ୍ଲକର ବଉଳକଣି ପଞ୍ଚାୟତର ଛପାଲି, ବଡ଼ତୋଟା, ରାମନଗର,ବତୀଘର ଅଞ୍ଚଳରେ...

ତାରାତାରିଣୀଙ୍କୁ ଦର୍ଶନ କଲେ ଭି.କେ. ପାଣ୍ଡିଆନ: ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପୁରୁଷୋତ୍ତମପୁର,୩୧।୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଅଚାନକ ଗଞ୍ଜାମ ଜିଲାର ମା’ତାରା ତାରିଣୀଙ୍କ ଦର୍ଶନ ଲାଗି ଶୁକ୍ରବାର ସକାଳେ ଆସି ପହଞ୍ଚିଛନ୍ତି। ସେ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ...

ସମସ୍ୟା ଘେରରେ ପ୍ୟାରୀମୋହନ ଏକାଡେମୀ

କଟକ ଅଫିସ,୩୧।୧: ପ୍ରାଚୀନ ସହର କଟକରେ ରହିଛି ଅନେକ ପୁରାତନ ଶିକ୍ଷାନୁଷ୍ଠାନ। ଏପରି କି ୧୦୦ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ଏଠାରେ ସ୍ଥାପିତ ହୋଇଛି। ଭାରତର ସ୍ବାଧୀନତା ସଂଗ୍ରାମରେ ଏହି ଶିକ୍ଷାନୁଷ୍ଠାନଗୁଡିକର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅନେକ ସଂଗ୍ରାମୀ ଏଠାରେ...

ନିର୍ଯାତନା ଅଭିଯୋଗ: ଉଦ୍ଧାର ହେଲେ ୭ ଫେରାର ଯୁବତୀ

ଖୋର୍ଦ୍ଧା ଅଫିସ,୩୧।୧: ଖୋର୍ଦ୍ଧା ପୌର ପରିଷଦର ସାମନ୍ତରାପୁରସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନର ଉଜାଲା ଗୃହରେ ରହୁଥିବା ୭ ଜଣ ଅସହାୟ ଯୁବତୀ ଗୁରୁବାର ସନ୍ଧ୍ୟାରେ ଫେରାର ହୋଇଯାଇଥିଲେ। ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢାଉ କରି...

ଏମ୍‌ପି ଅନୁଭବଙ୍କ ବିରୋଧରେ ଅଭିଯୋଗ

କେନ୍ଦ୍ରାପଡା ଅଫିସ,୩୧।୧: ବିବାଦ କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତିଙ୍କ ପିଛା ଛାଡୁନାହିଁ। ପୂର୍ବରୁ ତାଙ୍କ ନାମରେ କଟକର ପୁରୀଘାଟ ଥାନା ଓ କେନ୍ଦ୍ରାପଡ଼ା ଟାଉନ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାରପତ୍ର ବାବଦରେ ବାକି...

ଆଜି ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ

କୋଣାର୍କ,୩୧।୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ କରାଯିବା ସହ ବ୍ଲିଚିଂ...

ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ

ପୁରୀ ଅଫିସ,୩୧।୧: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ଗୁରୁବାର ରଥକାଠ ଅନୁକୂଳ ହୋଇଛି। ଠିକ୍‌ ଏହିଦିନ ଇସ୍କନ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ଏହି ଅଦିନିଆ ରଥଯାତ୍ରାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ...

ଖୋଲୁନି ମଣ୍ଡି: ଗାଁରେ ଦଲାଲଙ୍କ ରାଜ୍‌

ବିଷମକଟକ, ୩୧।୧(ଡ଼ି.ଏନ.ଏ) – ସରକାର କୃଷକମାନଙ୍କ ଆର୍ଥତ୍କ ଅଭିବୃଦ୍ଧିର ବିକାଶ ଦିଗରେ ଗୁରୁୁତ୍ୱାରୋପ କରି ବିଭିନ୍ନ କିସମର ଚାଷ କରିବା ନିମନ୍ତେ ଚାଷୀକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିସହ ସେମାନଙ୍କ ଉତ୍ପାଦିତ କୃଷି ଜାତ ଦ୍ରବ୍ୟକୁ ବିକ୍ରି କରିବା ନିମନ୍ତେ ବଜାର...

ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ କରିବା ଯୋଜନା କରାଗଲା।...

ଛେଉଁଡ୍‌ ଭାଇବହେନ୍‌କୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ପର୍ଲା, ୩୧।୧ (ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କୁ ଜିଲା ଶିଶୁ ୟୁନିଟ କତୁରପକ୍ଷ ସାହାଯ୍‌ର ହାତ୍‌ ବଢ଼େଇଛନ୍‌। ଗୁରୁବାର ଜିଲା ଶିଶୁ ମଙ୍ଗଲ ୟୁନିଟର ନିରଦେଶକ ଗୋଲାପ...

ଦାଦନ ଯାଇ ବଛ୍‌ରେ ହେଲା ଲାପତା: ସୁନାଧରକଁର ବାଟ୍‌ ଚାହିଁଛନ୍‌ ପରିବାର ଲୋକ୍‌

ଖପ୍ରାଖୋଲ, ୩୧ା୧(ଡି.ଏନ୍‌.ଏ.)-ରାଏଜ୍‌ ସରକାର ଦାଦନ ସମସିଆର ସଂଗେ ଯୁଝ୍‌ବାର ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ପଶ୍ଚିମ ଓଡ଼ିଶାରେ ଦାଦନ ସମସିଆ ଥମ୍‌ବାର ନଁା ନାଇଁଧରବାର। କେତେବେଲେ ଗଁାକେ ଦାଦନ ଶ୍ରମିକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri