ଆମ ଜିଲା ଖବର

ଛାତ୍ରାବାସରେ ଥିବା ପୁଅଙ୍କୁ ଭେଟିବାକୁ ଯାଇ ବାପାଙ୍କ ଜୀବନଗଲା

କୋରୁକୋଣ୍ଡା ୨୯।୧(ଡି.ଏନ୍‌.ଏ): ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ଶୂଳିଆ ମନ୍ଦିର ନିକଟରେ ଥିବା ଶାରଦାଗୁଡା ଛକରେ ବୁଧବାର ସକାଳେ ଏକ ଦୁର୍ଘଟଣା ଘଟିଛି। ବାଇକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସତୀଗୁଡ଼ାସ୍ଥିତ ଏରାକୁସୁମୀ ଗ୍ରାମର ହାଧୁ...

ଭାରତବନ୍ଦ ଡାକରା ଆନନ୍ଦପୁରରେ ପ୍ରଭାବଶୂନ୍ୟ

ଆନନ୍ଦପୁର,୨୯।୧(ସ୍ବ.ପ୍ର.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କେନ୍ଦୁଝର ଜିଲା ଆନନ୍ଦପୁର ସହରରେ ବନ୍ଦ ପ୍ରଭାବଶୂନ୍ୟ ଦେଖିବାକୁ ମିଳିଥିଲା। ଅଞ୍ଚଳରେ ଥିବା ସମସ୍ତ...

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ଚଳଚଞ୍ଚଳ ଆନନ୍ଦପୁର

ଆନନ୍ଦପୁର,୨୯।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଲାଗି କେନ୍ଦୁଝର ଜିଲା ଆନନ୍ଦପୁର ସହର ବେଶ ତତ୍ପର ହୋଇଉଠିଛି। ଚଳିତ ମାସ ୩୧ ତାରିଖରେ ଆନନ୍ଦପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର...

ଏସ୍‌ସିବି ପୁନର୍ବିନ୍ୟାସ ଲାଗି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

କଟକ ଅଫିସ,୨୯।୧: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ର ନବକଳେବର ହେବ। ଏହାକୁ ଅନ୍ତର୍ଜାତୀୟସ୍ତରର ମେଡିକାଲ କରିବା ପାଇଁ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଆବଶ୍ୟକ ପଡ଼ୁଥିବା ଜମି ଲାଗି ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା...

ଗାଁ ମଝିରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ: ପୋଲିସ, ଗ୍ରାମବାସୀ ମୁହାଁମୁହିଁ

ହାଟଡିହୀ,୨୯।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜମ୍ଭିରା ଗାଁରେ ଡ୍ରେନ୍‌ ଖୋଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ୪ରୁ ୫ଟି ପରିବାରର ଲୋକେ ପୂର୍ବରୁ ଡ୍ରେନ୍‌ ଖୋଳାଯିବା ପାଇଁ ଅଭିଯୋଗ କରିଥିଲେ। ହାଟଡିହୀ ତହସିଲଦାର ଓ ସୋସୋ ପୋଲିସ ବୁଧବାର...

ସିଏଏ, ଏନ୍‌ଆରସି ବିରୋଧରେ ରାୟଗଡ଼ାରେ ଭାରତବନ୍ଦ ଡାକରା

ରାୟଗଡ଼ା ଅଫିସ,୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏନ୍‌ଆରସି ଏବଂ ସିଏଏ ବିରୋଧରେ ରାଷ୍ଟ୍ରବ୍ୟାପୀ ଭାରତବନ୍ଦ ଡାକରା ଦିଆଯାଇଥିବା ବେଳେ ବୁଧବାର ରାୟଗଡ଼ାରେ ଏହା ପାଳନ କରାଯାଇଛି। ଏନେଇ ସକାଳୁ ସହରର ସମସ୍ତ ଦୋକାନ ବଜାର କିଛି ସମୟ ପାଇଁ...

ଗଞ୍ଜାମ ଜିଲାପରିଷଦ ବୈଠକ: କାଳିଆ ଟଙ୍କା ମିଳୁ ନ ଥିବାରୁ ବିଧାୟକମାନଙ୍କ ଉଦ୍‌ବେଗ

ଛତ୍ରପୁର,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ, ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ...

ଡିଜେ ସାଉଣ୍ଡ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ, ବରଗଡ଼ ଏସ୍‌ପିଙ୍କୁ ଗୁହାରି କଲେ ଅଭିଭାବକ

ବରଗଡ଼ ଅଫିସ, ୨୯।୧- ବରଗଡ଼ ସହର ୱାର୍ଡ ନଂ-୧ ଅଧୀନ ଭଟଲି ରୋଡ୍‌ ଛକ ପାର୍ଶ୍ୱରେ ରହିଥିବା ଏକ ବିବାହ ମଣ୍ଡପରେ ପ୍ରାୟ ପ୍ରତିଦିନ ରାତି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଡିଜେ ବାଜୁଥିବା ଯୋଗୁ ଅଞ୍ଚଳର ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ...

ତପ୍ତପାଣି ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ମଧ୍ୟରେ ରାୟଗଡ଼ାର ୩

ରାୟଗଡ଼ା ଅଫିସ,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୩ ଜଣ ରାୟଗଡ଼ା ଜିଲାର ହୋଇଥିବା ବେଳେ...

ଭବାନୀପାଟଣାରେ ଭାରତବନ୍ଦର ପ୍ରଭାବ

ଭବାନୀପାଟଣା,୨୯।୧(ଡି.ଏନ୍‌.ଏ.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। ଜିଲାର ଭବାନୀପାଟଣା ସମେତ ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ଦୋକାନ...

ବିଶୋଇରେ ଭାରତବନ୍ଦ ବେଳେ ବହୁଜନ କ୍ରାନ୍ତି ମୋର୍ଚ୍ଚା କର୍ମୀ ଗିରଫ

ବିଶୋଇ,୨୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବିଶୋଇ ବ୍ଲକରେ  ବୁଧବାର ସକାଳ ୬ଟାରୁ ବ୍ଲକସ୍ତରୀୟ ବହୁଜନ କ୍ରାନ୍ତି ମୋର୍ଚ୍ଚାର ବହୁସଂଖ୍ୟକ କର୍ମୀ ୪୯ ନଂ. ଜାତୀୟ ରାଜପଥ ବ୍ଲକ ଛକଠାରେ ଅବରୋଧ କରିଥିଲେ। ଏ ନେଇ ଶତାଧିକ ଟ୍ରକ୍‌, ଯାତ୍ରୀବାହୀ ବସ୍‌...

ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri