ଆମ ଜିଲା ଖବର

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୮ା୧- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ମୟୂରଭଞ୍ଜ ଜିଲା ବାରିପଦାର ସୁନଗଡିଆସ୍ଥିତ ବାସଭବନରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବାଲେଶ୍ୱର...

ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବାରିପଦା ଅଫିସ,୨୮ା୧- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଷ୍ଟେଶନ ବଜାର ଅଞ୍ଚଳରେ ସୋମବାର ରାତିରେ ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡ଼ିଛନ୍ତି। ଭୋଜି ଖାଇବା ପରେ ବାନ୍ତି ହେବାରୁ ବିଳମ୍ବିତ ରାତିରେ ସେମାନଙ୍କୁ...

କୃଷି ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ଶିକ୍ଷକଙ୍କଠାରୁ ୪ ଲକ୍ଷ ଠକେଇ

ହାଟଡିହୀ,୨୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡମା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ନନ୍ଦିପଦା ଥାନାରେ ଏକ ମାମଲା (ନଂ.୭/୨୦୨୦) ଦାୟର ହୋଇଛି। ଅଭିଯୋଗ ଅନୁସାରେ ଜଣେ ବ୍ୟକ୍ତି ଶିକ୍ଷକ ଲକ୍ଷ୍ମୀଧର...

ପ୍ରଧାନଶିକ୍ଷକଙ୍କ ନିଲମ୍ବନ ପ୍ରତିବାଦରେ ଆନ୍ଦୋଳନ: ରାସ୍ତାରେ ବସିଲେ ଅଭିଭାବକ, ସ୍କୁଲ ହତାରେ ଛାତ୍ରୀଛାତ୍ର

ଜଳେଶ୍ୱର,୨୮।୧(ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ବଡ଼ବଜାରସ୍ଥିତ ଟାଉନ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଓ ବଦଳି ଆଦେଶକୁ ବିରୋଧ କରି ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଦିନତମାମ ଆନ୍ଦୋଳନ ଓ ଗଣଧାରଣାରେ ବସିଥିଲେ। ସମାଧାନର ସୂତ୍ର ନ ବାହାରିବାରୁ ବୁଧବାର ଆନ୍ଦୋଳନ ଚାଲୁରହିବ ବୋଲି...

ପରିବହନ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୮।୧: ହାଇକୋର୍ଟ ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାଗତ ଯୋଗ୍ୟତା ନେଇ ପଦ୍ମନାଭ ତଥ୍ୟ ବଦଳାଉଥିବା ଅଭିଯୋଗର ଶୁଣାଣି କରି ବୀରମହାରାଜପୁର ଥାନା ଆଇଆଇସିଙ୍କୁ ଏହାର ତଦନ୍ତ କରିବା ଲାଗି କୋର୍ଟ...

ଗଛରେ ପିଟିହେଲା ଚାଉଳ ବୋଝେଇ ପିକ୍‌ଅପ

ଶେରଗଡ଼,୨୮ା୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଭୁଷୁଣ୍ଡା ଗ୍ରାମ ଛକ ଆସିକା ଶେରଗଡ଼ ମୁଖ୍ୟ ରାସ୍ତାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଏକ ଚାଉଳ ବୋଝେଇ ପିକ୍‌ଅପର ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଚାଳକ ସାମନ୍ୟ ଆହତ ହୋଇଛନ୍ତି।...

ଖୁଦଖାଇ ନାଳ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର, କାଦୁଅରେ ଫସି ମୃତ୍ୟୁ ସନ୍ଦେହ

କାମାକ୍ଷାନଗର,୨୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ତୁରୁସିଙ୍ଗା ଖୁଦଖାଇ ନାଳ ନିକଟରୁ ମଙ୍ଗଳବାର ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। କାଦୁଅରେ ଫସି ଯାଇ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହାତୀଟିର ବୟସ ପ୍ରାୟ ଏକ...

ପୋଲିସର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଗ୍ରାମବାସୀଙ୍କ ଧାରଣା

ଖୋର୍ଦ୍ଧା ଅଫିସ,୨୮।୧: ଖୋର୍ଦ୍ଧା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ପୋଲିସର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ମଙ୍ଗଳବାର ହାଟବସ୍ତ ଗ୍ରାମବାସୀ ଫାଣ୍ଡି ସମ୍ମୁଖରେ ଧାରଣା ଦେଇଛନ୍ତି। ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି...

ଡମ୍ପର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର : ପ୍ରତିବାଦରେ ରାସ୍ତାରୋକୋ

ସିମୁଳିଆ,୨୮।୧(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୪କି.ମି. ଦୂର ୧୬ନଂ. ଜାତୀୟ ରାଜପଥର ତୁଳସୀ ଆଶ୍ରମ ନିକଟରେ ମଙ୍ଗଳବାର ଡମ୍ପର ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଇକ୍‌ ଆରୋହୀ ଜଗେନ୍ଦ୍ର ମଣ୍ଡଳ(୨୫)...

ମନ୍ଦିର ଭାଙ୍ଗା ନୋଟିସ ପ୍ରତିବାଦରେ ଅଷ୍ଟପ୍ରହର ନାମଯଜ୍ଞ

ବାଲେଶ୍ୱର ଅଫିସ,୨୮।୧: ବାଲେଶ୍ୱର ସହର ଆଇଟିଆଇ ନିକଟ ଲକ୍ଷ୍ମୀନାରାୟଣ ମନ୍ଦିରର ନାଟମଣ୍ଡପ ଭାଙ୍ଗିବାକୁ ଗତ ୨୩ ତାରିଖ ଜିଲା ପ୍ରଶାସନ ନୋଟିସ କରିଥିଲା। ମଙ୍ଗଳବାର ଏହାକୁ ବିରୋଧ କରି ଲୋକେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛିନ୍ତି। ସ୍ଥାନୀୟ ଲେକେ ସକାଳୁ...

ବାର୍ଡ ଫ୍ଲୁ ସନ୍ଦେହ: ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ

ବାଲୁଗାଁ, ୨୮।୧(ଡି.ଏନ.ଏ ): ଭୁବନେଶ୍ୱରରେ ବାର୍ଡ଼ ଫ୍ଲୁ ଭୁତାଣୁ ଚିହ୍ନଟ ହେବାପରେ ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ବ୍ୟାପିବା ଆଶଙ୍କା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳୁ ବାଲୁଗାଁ ପଶୁ ଚିକତ୍ସା ବିଭାଗ...

ଅଜଣା ଜନ୍ତୁ ଆତଙ୍କ: ଏକାଥରକେ ୪୦ଟି କୁକୁଡ଼ାକୁ ମାରିଲା

ରାଜନଗର,୨୮।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ରାଜଗଡ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ସୋମବାର ରାତିରେ ଗ୍ରାମର ପ୍ରତିମା ବିଶ୍ୱାଳଙ୍କ କୁକୁଡ଼ା ଫାର୍ମରେ ଅଜଣା କଳାରଙ୍ଗର ଜନ୍ତୁ ପଶି ୪୦ଟି କୁକୁଡାକୁ ମାରିଦେଇଛି। କୁକୁଡାର ତଣ୍ଟି ପାଖରେ ଆକ୍ରମଣ କରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri