ଆମ ଜିଲା ଖବର

କଣ୍ଠରେ ମୃଦଙ୍ଗଠୁ ଭାଓଲିନ୍‌

ଭୁବନ, ୨୬ା୧ – ବିଦ୍ୟୁତ୍‌ ଆଘାତରେ ରୁଦ୍ଧ ହୋଇଯାଇଥିଲା କଣ୍ଠସ୍ବର। ଆଉ କେବେ ଅର୍କେଷ୍ଟ୍ରାରେ ଗୀତ ଗାଇପାରିବେ କି ନାହଁ ତାହାକୁ ନେଇ ସୃଷ୍ଟି ହୋଇଥିଲା ଅନେକ ଆଶଙ୍କା, ଦ୍ୱନ୍ଦ୍ୱ। ହେଲେ ଏହି ଦୁର୍ଘଟଣା ହିଁ ଏବେ ପାଲଟିଯାଇଛି ତାଙ୍କ...

ଫୁଲବାଣୀ ଟାଉନ ପ୍ଲାନିଂ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ

ଫୁଲବାଣୀ ଅଫିସ, ୨୬।୧-ଫୁଳବାଣୀ ସହର ଉନ୍ନତୀକରଣ ହେବ। ପୁରୁଣାକାଳିଆ ସହରକୁ ନୂତନ ରୁପ ଦିଆଯିବ। ସହରର ରୁପରେଖ ସମ୍ପୂର୍ଣ ବଦଳିବ। ଆସନ୍ତା ୨୦ ବର୍ଷର ଜନସଂଖ୍ୟ ବୃଦ୍ଧିକୁ ଆକଳନ କରି ୨୦୪୦ରେ ଫୁଲବାଣୀ ସହରର ରୁପରେଖ ପାଇଁ ମାଷ୍ଟର ପ୍ଲାନ...

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ମାଲିକ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬ା୧- କନ୍ଧମାଳ ଜିଲାରେ ଗଞ୍ଜେଇ ଚୋରା ଚାଲାଣ କାରବାର ବେଧଡକ ଚାଲିଛି। ପୋଲିସକୁ ଚକ୍‌ମା ଦେଖାଇବାକୁ ଚାଲାଣକାରୀମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଗଞ୍ଜେଇ ଗାଡିକୁ ପାର କରିବା ପାଇଁ ବାଇକ ପାଇଲଟିଂ ବ୍ୟବସ୍ଥା ହେଉଛି। ସାଧାରଣ ଗାଡିରେ...

ବିଏମ୍‌ସିରେ ସାମିଲ ହେବ ସହରତଳି ପଞ୍ଚାୟତ ଅଞ୍ଚଳ

ବ୍ରହ୍ମପୁର ଅଫିସ,୨୬ା୧-ବ୍ରହ୍ମପୁର ମହାନଗର ନିଗମରେ ସହରତଳି ପଞ୍ଚାୟତ ଅଞ୍ଚଳ ସାମିଲ ହେବା ନେଇ ବାଟ ଫିଟିଛି । ଲୋଚାପଡା ପଞ୍ଚାୟତ ସମେତ ୩ ଗଁ। ବିଏମ୍‌ସିରେ ସାମିଲ ହେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏ ନେଇ ତୁରନ୍ତ ପଦକ୍ଷେପ...

ପଥର ଖୋଲରୁ ୨ ମୃତଦେହ ଉଦ୍ଧାର

ଆର.ଉଦୟଗିରି,୨୬ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ଥାନା ଖମ୍ଭାରିସାହି ଗ୍ରାମ ନିକଟସ୍ଥ ତିତ୍‌ଲି ଆମ୍ବ ପର୍ବତର ଏକ ପଥର ଖୋଲରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରଷଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ଏ ନେଇ ଆର.ଉଦୟଗିରି ପୋଲିସ ନଂ. ୧/୨୦ରେ...

ଶିକ୍ଷକଙ୍କ କାଠଫାଳିଆ ମାଡ଼ରେ ଛାତ୍ର ଗୁରୁତର: ବହି ହଜିଯିବାରୁ ପିଟିଲେ

ଦିଗପହଣ୍ଡି,୨୬ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କ କାଠଫାଳିଆ ମାଡ଼ରେ ଜଣେ ୭ମ ଶ୍ରେଣୀ ଛାତ୍ର ଟି. ସୁଜିତ କୁମାର ପାତ୍ର ଗୁରୁତର ହୋଇଛନ୍ତି। ଶନିବାର ଛାତ୍ରଙ୍କ ବାପା...

ସଚେତନତା ପାଇଁ ପୁରୀରୁ ବାହାରି ପାଟଣାରେ ପହଞ୍ଚିଲେ

ପାଟଣା,୨୬ା୧(ସ୍ବ.ପ୍ର.)- ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଓଡ଼ିଶାରୁ କନ୍ୟା ଭ୍ରୁଣ ହତ୍ୟା,ରକ୍ତଦାନ କରି ଜୀବନ ବଞ୍ଚାଇବା ଓ ଗାଡି ଚଳାଇବାବେଳେ ହେଲମେଟ୍‌ ବ୍ୟବହାର କରିବା ଏବଂ ମୋବାଇଲ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ସେ...

ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର,୨୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିରେ ଧାନ ବିକ୍ରି କ୍ଷେତ୍ରରେ ଚାଷୀମାନେ ଅସୁବିଧାରେ ପଡ଼ିଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ସମିତି ଫାଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ଧାନକିଣା କାର୍ଯ୍ୟ ବନ୍ଦ ରହିଛି। ଚଳିତବର୍ଷ...

ସାଧାରଣତନ୍ତ୍ର ଦିବସ ଆଜି: ବାରିପଦା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାରିପଦା ଅଫିସ,୨୬।୧-ମୟୂରଭଞ୍ଜ ଜିଲା ସଦରମହକୁମା ବାରିପଦାରେ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରିଜର୍ଭ ପୋଲିସ ପରେଡ୍‌ ପଡ଼ିଆରେ ପାଳନ କରାଯିବ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି,୨୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ ଅଧିନ ପଖନମୁଣ୍ଡା ଗାଁରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଗତରାମ ବଗର୍ତ୍ତୀଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ...

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ବାଲିଶଙ୍କରା, ୨୫।୧ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ଉଜ୍ଜଳପୁର ରେଞ୍ଜ କିଞ୍ଜିରକେଲା ସେକ୍ସନ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ଶନିବାର ସକାଳ ୬ଟାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଆନନ୍ଦ...

ଭୋଗରାଇ ନାବାଳିକା ଜଗତ୍‌ସିଂହପୁରରୁ ଉଦ୍ଧାର

ଭୋଗରାଇ, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଗୁନାଇବସାଣ ଗ୍ରାମର ବିଜୟ କୁମାର ଦେ ନାମକ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବା ତାଙ୍କ ବାପା ଭୋଗରାଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭୋଗରାଇ ଥାନା ପକ୍ଷରୁ ଅପହରଣକାରୀଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri