ଆମ ଜିଲା ଖବର

୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପିଞ୍ଛାବଣିଆ ଗ୍ରାମର ସାମେଶ୍ୱର ରାଉତ, ଆଙ୍କୋ ଗ୍ରାମର ସୁଜିତ ବେହେରା, ରମାକାନ୍ତ...

ବୋଲେରୋ ଧକ୍କାରେ ମହିଳାଙ୍କ ଜୀବନ ଗଲା

ବାଲିଆପାଳ, ୨୫।୧(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ବଉଳକୁଞ୍ଜ ପଡ଼ିଆଠାରେ ଅପକିରି ସାମନ୍ତରାୟ ନାମ୍ନୀ ମହିଳାଙ୍କୁ ବୋଲେରୋ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ଘର ପ୍ରତାପୁର ଗ୍ରାମରେ। ଧକ୍କା ଦେଇଥିବା ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜାମକୁଣ୍ଡା ଫାଣ୍ଡି...

ଯୌତୁକ ଦାବିରେ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ହିଞ୍ଜିଳିକାଟୁ,୨୫।୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ଲିଲି ଦାସ (୨୬)...

ଅଣ୍ଡର ବ୍ରିଜ ନିର୍ମାଣ ଲାଗି ଚତୁର୍ଥ ଦିନରେ ଆନ୍ଦୋଳନ : ଜିଲା ପ୍ରଶାସନ ପକ୍ଷରୁ ବୈଠକ

କେସିଙ୍ଗା, ୨୫।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ନିକଟରେ ଥିବା ରେଳ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣ ଦାବି ଶନିବାର ଚତୁର୍ଥ ଦିନରେ ପହଞ୍ଚିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କେସିଙ୍ଗା ଥାନାରେ ଏକ ଜରୁରିକାଳୀନ ବୈଠକ...

ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳଙ୍କଠାରୁ ପଦକ ଗ୍ରହଣ କରିବେ ୭ ଭିଜିଲାନ୍ସ ଅଧିକାରୀ

କଟକ ଅଫିସ,୨୫।୧: ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ୭ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରାଯିବ। ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କଠାରୁ ଅଧିକାରୀମାନେ ପଦକ ଗ୍ରହଣ କରି ସମ୍ମାନିତ ହେବେ। ଭିଜିଲାନ୍ସ ସ୍ବତନ୍ତ୍ର ସେଲ୍‌ର ଡିଏସ୍‌ପି ସରୋଜ କୁମାର...

ଏସ୍‌ସିବି ପୁନର୍ବିନ୍ୟାସ: କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧(ବ୍ୟୁରୋ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ(ଏସ୍‌ସିବି) ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଏବଂ ସହାୟତା ପ୍ୟାକେଜକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବେ ନିର୍ମିତ...

ବନ ବିଭାଗ ପକ୍ଷରୁ ଚଢ଼ାଉ: ବ୍ୟାପକ ଶାଗୁଆନ କାଠ ଜବତ

ଲୋଇସିଂହା,୨୫।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବନ ବିଭାଗ ସ୍କ୍ବାଡ୍‌ ପକ୍ଷରୁ ସାଲେଭଟାର ଡୁଡୁକା ରାସ୍ତାରେ ଥିବା ଜଣେ ବ୍ୟବସାୟୀଙ୍କ ଘରେ ଶନିବାର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବ୍ୟାପକ ଶାଗୁଆନ ଗଣ୍ଡି ଜବତ ହୋଇଛି । ତେବେ ଏହି ଘଟଣାରେ କାହାରିକୁ...

ଟ୍ରକ୍‌ ଧକ୍କାରେ ଯୁବକ ମୃତ ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ

ପାଟଣାଗଡ଼,୨୫।୧(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନା ସମ୍ମୁଖରେ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଧକ୍କାରେ ରହେନମାଲ ଗ୍ରାମର ଯୁବକ ବେଣୁଧର କୁଅଁରଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଶନିବାର ସକାଳୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କ୍ଷତିପୂରଣ...

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗ: ପ୍ରତିବାଦରେ ଧାରଣା

ଗୋପ,୨୫।୧: ପୁରୀ ଜିଲା ଗୋପ କଲେଜର ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶନିବାର ଛାତ୍ରୀଛାତ୍ର କାର୍ଯ୍ୟାନୁଷ୍ଠାନ ଦାବିରେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ମଧ୍ୟାହ୍ନରେ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କ୍ଲାସ୍‌ ନେବାକୁ ଯାଇଥିଲେ। ପାଠ...

ମନ୍ଦିର ପୂଜାରୀଙ୍କୁ ବନ୍ଧୁକ ଦେଖାଇ ୩୬ ହଜାର ଲୁଟିନେଲେ ଦୁର୍ବୃତ୍ତ

ରାଇକିଆ,୨୫।୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ଗ୍ରାମରେ ଥିବା ହନୁମାନ ମନ୍ଦିରର ପୂଜାରୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୩୬ ହଜାର ଟଙ୍କା ଲୁଟି ନେଇଥିବା ରାଇକିଆ ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ପୂଜକ...

‘ଗଣତନ୍ତ୍ରରେ ଭୋଟର ସବୁଠାରୁ ଶକ୍ତିଶାଳୀ’

ବ୍ରହ୍ମପୁର ଅଫିସ,୨୫।୧: ଉପଖଣ୍ଡ ଜିଲା ପ୍ରଶାସନ ପକ୍ଷରୁ ୧୦ମ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଟାଉନହଲ ପରିସରରେ...

ଜାତୀୟ ମତଦାତା ଦିବସ: ଶପଥ ନେଲେ ଭୋଟର

ଚିତ୍ରକୋଣ୍ଡା,୨୫।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ଟି ପଞ୍ଚାୟତର ବିଭିନ୍ନ ବୁଥ୍‌ରେ ଶନିବାର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କ ନେତୃତ୍ୱ ଏବଂ ଚିତ୍ରକୋଣ୍ଡା ଜିପିଓ ଧୀରେନ୍‌ ଖଣ୍ଡାଗିରିଙ୍କ ପରିଚାଳନାରେ ଏକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri