ଆମ ଜିଲା ଖବର

‘ଆଧୁନିକ ଗଳ୍ପରେ ଜନଜୀବନ, ଯନ୍ତ୍ରଣାର ସ୍ବର’

ସୋନପୁର,୨୩।୧(ନି.ପ୍ର.) ଗଳ୍ପ ସାହିତ୍ୟ ସମାଜରେ ସୁଧାର ଆଣେ। ସତ୍ୟ ଘଟଣା ଉପରେ ଗାଳ୍ପିକଙ୍କ ରୁଚିସମ୍ପନ୍ନ ଲେଖା ବିପ୍ଳବ ସୃଷ୍ଟି କରେ। ସାମ୍ପ୍ରତିକ ଜନଜୀବନର ଯନ୍ତ୍ରଣାର ସ୍ବର ଆଧୁନିକ ଗଳ୍ପରେ ପରିପ୍ରକାଶ ହେଉଛି। ଆଧୁନିକ ଓଡିଆ, କୋସଲି ଗଳ୍ପରେ ନିଷ୍ପେସିତ, ଖଟିଖିଆ,...

ଦରଖଁଡ଼ିଆ ହେଇ ପଡ଼ିଛେ ଡାଇନିଂ ହଲ୍‌: ତଲେ ବସି ଖାଉଛନ୍‌ ଛାତ୍ରୀଛାତ୍ର

ଲାଠୋର, ୨୩।୧ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ପଁଚେତ୍‌ ସଦରରେ ରହିଛେ ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ଦୁଆରା ପରିଚାଲିତ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ। ହେଲେ ସ୍କୁଲରେ ଡାଇନିଂ ହଲ୍‌ ତିଆରି କାମ୍‌ ଅନେକ...

ଇଞ୍ଜିନ୍‌ ବଦଳାଇବା ବେଳେ ଦୁର୍ଘଟଣା; ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଗୁଣପୁର,୨୩ା୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ରେଳ ଷ୍ଟେଶନ୍‌ରେ ବୁଧବାର ରାତିରେ ଏକ ଇଞ୍ଜିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଇଞ୍ଜିନ୍‌ ସାମାନ୍ୟ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ, ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ ରାତି ୯ଟା...

ବାଲିଯାତ୍ରା ପାଇଁ ବାଲି ସଂଗ୍ରହ

ବୋରିଗୁମ୍ମା, ୨୩ା୧ (ଡି.ଏନ୍‌.ଏ.) ବୋରିଗୁମ୍ମା ଐତିହାସିକ କୃଷି ପର୍ବ ବାଲିଯାତ୍ରା ନିମନ୍ତେ ବୁଧବାର ବାଲି ସଂଗ୍ରହ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲାରେ ଏହି ପର୍ବର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ପ୍ରତିବର୍ଷ ମାଘ ମଣ୍ଢେଇ ଆୟୋଜିତ ହେଉଥିବା ବେଳେ...

ଟପ୍‌ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ନେଇ ଚର୍ଚ୍ଚା

ମାଲକାନଗିରି, ୨୩ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକମା ଅଞ୍ଚଳରେ ସର୍ବଦା ନିଜ ଆଧିପତ୍ୟା ଜାହିର ରଖିଥିବା ମୋଷ୍ଟ ଓ୍ବାଣ୍ଟେଡ ତଥା ଟପ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ଗତ କିଛିଦିନ ଧରି...

ଖାଦ୍ୟ ମାନ ଯାଞ୍ଚ କରିବେ ଡାକ୍ତରୀ ଦଳ

ଅନୁଗୋଳ ଅଫିସ,୨୩।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୧୯୨...

ତୋଷାଳି ଛକରେ ଫାଙ୍କା ଗୁଳିଚାଳନା

ପୁରୀ ଅଫିସ,୨୩ା୧: ପୁରୀରେ ପୁଣି ଫୁଟିଛି ଗୁଳି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡର ହୋଟେଲ ତୋଷାଳି ଛକ ନିକଟରେ ବୁଧବାର ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଛନ୍ତି। ଏ ନେଇ ପୋଲିସ ନିଜଆଡ଼ୁ...

ଗେଙ୍ଗୁଟିଆ ପିଇଓ ନିଲମ୍ବିତ

ପରଜଙ୍ଗ, ୨୩।୧(ଡି.ଏନ.ଏ.) – ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ଅନିୟମିତତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଗେଙ୍ଗୁଟିଆ ପିଇଓ ବାବୁଲାଲ ବାରିକ। ଜିଲାପାଳଙ୍କ ପତ୍ର ନଂ. ୪୪ ଏବଂ ତା ୨୧।୧।୨୦୨୦ ଅନୁଯାୟୀ...

ନକଲି ତେଲ କାରଖାନାରେ ଚଢ଼ାଉ ଘଟଣା, ମାଲିକ ଗିରଫ

ଟାଙ୍ଗୀ(କଟକ),୨୩ା୧(ଡି.ଏନ୍‌.ଏ.): ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଅଞ୍ଚଳରେ ଗତ ନଭେମ୍ବର ୨୩ ତାରିଖରେ ପୋଲିସ ପକ୍ଷରୁ ଏକ ଖାଇବା ତେଲ କାରଖାନାରେ ଚଢ଼ାଉ କରାଯାଇଥିଲା। ଖାଇବା ତେଲ ଅପମିଶ୍ରଣ ସମ୍ପର୍କରେ ପ୍ରମାଣ ମିଳିବା ପରେ ବୁଧବାର ଟାଙ୍ଗୀ ପୋଲିସ ସମ୍ପୃକ୍ତ...

ପ୍ରଯୁକ୍ତିବିଦ୍ୟା ସୃଜନଶୀଳତାର ବିକଳ୍ପ ହୋଇପାରିବନି

ଢେଙ୍କାନାଳ ଅଫିସ, ୨୩।୧ – ପ୍ରଯୁକ୍ତିବିଦ୍ୟା କେବେହେଲେ ସୃଜନଶୀଳତାର ବିକଳ୍ପ ହୋଇପାରିବ ନାହିଁ। ଦିନକୁ ଦିନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୈଷୟିକ ଜ୍ଞାନକୌଶଳକୁ ଆଉପାଦେ ଆଗେଇ ନେଇଛି। ଏସବୁ ସତ୍ତ୍ୱେ ଲୋକଙ୍କ ଭିତରେ ଥିବା...

ବିଖଣ୍ଡିତ ଚଲାପଥ ସଂଯୋଗ ଉପରେ ଗୁରୁତ୍ୱ

ଅନୁଗୋଳ ସହର,୨୩।୧ – ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ ଟ୍ରଷ୍ଟ ଆନୁକୂଲ୍ୟରେ ଓଡ଼ିଶା ପରିବେଶ ସମିତି ଓ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ସହଯୋଗରେ ଚାଲିଥିବା ହାତୀ ଚଲାପଥ ପଦଯାତ୍ରା ବୁଧବାର ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାଠାରେ ଉଦ୍‌ଯାପିତ ହୋଇଯାଇଛି।...

୮ମ ଜିଲା ମହୋତ୍ସବ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୩।୧ – ଅଷ୍ଟମ ଜିଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମଶାଲ ଶୋଭାଯାତ୍ରା ଚଳିତ ମାସ ୩୦ ତାରିଖରେ ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରାର ସୁପରିଚାଳନା ପାଇଁ ବୁଧବାର ଏକ ପ୍ରସ୍ତୁତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri