ଆମ ଜିଲା ଖବର

ଫାର୍ମ ହାଉସ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ,ଶହେରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ

ସଜନାଗଡ଼, ୨୧।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍‌ରେ ନିଆଁ ଲାଗି ଶହେରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ ହୋଇଥିବାର ଦେଖିବାକୁ ମିଳିଛି। ଆକ୍ରୋଶମୂଳକ ଭାବେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି।...

ଡାକ୍ତର ନିଯୁକ୍ତି ଦାବିରେ ଗଣଧାରଣା

ଜଳେଶ୍ୱର,୨୧।୧(ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ବ୍ଲକର ରାଇବଣିଆ ଏକ ଆଦିବାସୀ ଅଧ୍ୟୁୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ରାଇବଣିଆ ଅଞ୍ଚଳର ଜନସାଧାରଣ ସ୍ବାସ୍ଥ୍ୟସେବା ପାଇବାରୁ...

ଅଣ୍ଡର ବ୍ରିଜ୍‌ ନିର୍ମାଣକୁ ନେଇ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ, ବୁଧବାର କେସିଙ୍ଗା ସହର ବନ୍ଦ ଡାକରା

କେସିଙ୍ଗା,୨୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ରେଲଓ୍ବେ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣକୁ ନେଇ କେସିଙ୍ଗା ସହର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ସମ୍ବଲପୁର ରେଳ ଡିଭିଜନ ଡିଆର୍‌ଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏହା ତାଙ୍କ ହାତରେ...

ଚାଲାଣ ବେଳେ ଓରକେଲ ପୋଲିସର ଚଢ଼ାଉ: ୮୪ ବସ୍ତା ଗଞ୍ଜେଇ ଜବତ, ୧୧ ଗିରଫ

କୋରୁକୋଣ୍ଡା,୨୧ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ସୋରଲୁକୋଣ୍ଡାଠାରୁ ଏମ୍‌ଭି ୫୧ ମୁଖ୍ୟ ରାସ୍ତାରୁ ସୋମବାର ରାତିରେ ପୋଲିସ ୮୪ଟି ବସ୍ତାରେ ଥିବା ୧,୬୯୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୧୧ଜଣଙ୍କୁ ଗିରଫ କରାଯାଇଛି। ତେବେ...

ଘରଭଙ୍ଗା ତଦନ୍ତରେ ଅନିୟମିତତା: ସତ୍ୟବାଦୀ ତହସିଲ ଅଫିସ ଘେରାଉ କଲେ ଫନୀ କ୍ଷତିଗ୍ରସ୍ତ

ସାକ୍ଷୀଗୋପାଳ, ୨୧।୧(ଡି.ଏନ୍‌.ଏ)-ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପ୍ରଦାନ ଦାବିରେ ମଙ୍ଗଳବାର ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘରଭଙ୍ଗା ତଦନ୍ତରେ ଅନିୟମିତତା ଅଭିଯୋଗ କରି ସେମାନେ ପୂର୍ବରୁ ତହସିଲରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ଗ୍ରହଣ କରି...

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବଡ଼ଚଣା ଗସ୍ତ: ଅନୁପସ୍ଥିତ ଥିବାରୁ ୧୦ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ଚଣ୍ଡିଖୋଲ,୨୧।୧(ଡି.ଏନ୍‌.ଏ.): ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ବଡ଼ଚଣା ଗସ୍ତରେ ଆସି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ବଡ଼ଚଣା ବାଳିକା ଉଚ୍ଚ ବିଦ୍ୟାଳୟକୁ ତନଖି କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦.୨୦ରେ ମନ୍ତ୍ରୀ ପହଞ୍ଚିବା ସମୟରେ ବ୍ଲକ ଶିକ୍ଷାଧିକାରୀଙ୍କ...

କୂଅକୁ ଠେଲି ଦାଦାଙ୍କୁ ହତ୍ୟା ଅଭିଯୋଗ, ପୁତୁରା ଅଟକ

ବଲାଙ୍ଗୀର ଅଫିସ, ୨୧।୧- ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସମ୍ପର୍କୀୟ କାକାଙ୍କୁ କୂଅ ଭିତରକୁ ଠେଲି ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗାଁର ଜଗଦାନନ୍ଦ ବେହେରା ମଙ୍ଗଳବାର ତାଙ୍କ କ୍ଷେତରେ...

ବିଭିନ୍ନ ଦାବି ନେଇ ଏଲଆଇସିର ଏଜେଣ୍ଟଙ୍କ ଧାରଣା

ରାୟଗଡ଼ା ଅଫିସ,୨୧।୧: ରାୟଗଡ଼ାର କସ୍ତୁରୀନଗରଠାରେ ଥିବା ଏଲଆଇସିର ମୁଖ୍ୟଶାଖାରେ ଏଲଆଇସିର ଏଜେଣ୍ଟଙ୍କ ପକ୍ଷରୁ ଲାଇଫ ଇନସ୍ୟୁରାନ୍ସ ଅଫ ଫେଡ଼େରେଶନ ଅଫ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଏଲଆଇସିର ଏଜେଣ୍ଟମାନେ ରାୟଗଡ଼ା ଶାଖା ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଧାରଣା ଦେଇଛନ୍ତି।...

ପିଏମ୍‌ଏୱାଇ ଯୋଜନାରେ ସମସ୍ତଙ୍କୁ ଘର ପ୍ରଦାନ ପାଇଁ ସିଏଚସି କେନ୍ଦ୍ରର ଶୁଭାରମ୍ଭ

ମାଲକାନଗିରି,୨୧।୧(ଡି.ଏନ.ଏ): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଏମ.ଭି-୪୩ ଗ୍ରାମରେ ଜିଲାର ସମସ୍ତ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳର ସମସ୍ତଙ୍କ ପାଇଁ ଘର ପ୍ରଦାନ ଲାଗି ଏକ ଗ୍ରାହକ ସେବାକେନ୍ଦ୍ରର ଶୁଭାରମ୍ଭ ହୋଇଛି। ଏହାକୁ ମାଲକାନଗିରି ବିଧାୟକ...

ଔଷଧ ଦୋକାନ ଉପରେ ଚଢ଼ାଉ

ରାୟଗଡ଼ା ଅଫିସ,୨୧।୧-ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହରର ସମସ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଡ୍ରଗ୍ସ ଇନ୍‌ସପେକ୍ଟର ପ୍ରିୟରଞ୍ଜନ ନାୟକଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା। ସହରରେ...

ନାଗରିକତା ସଂଶୋଧନ ଅଧିନିୟମ ଜନଜାଗରଣ ଯାତ୍ରା

କେନ୍ଦୁଝର,୨୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପା ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଜନଜାଗରଣ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଏମପି ରୁଦ୍ର ନାରାୟଣ ପାଣି ଯୋଗଦେଇ ଏହି ଐତିହାସିକ ବିଲକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ବିରୋଧୀମାନେ ଅଯଥାରେ...

ମହିଳା ମାଓବାଦୀଙ୍କ ଆମତ୍ସମର୍ପଣ

ମାଲକାନଗିରି, ୨୧।୧(ଡି.ଏନ.ଏ)-ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆମତ୍ସମର୍ପଣ କରିଛି। ସେ ହେଲେ ଆଡମେ ମାଡ଼କାମି। ତାଙ୍କ ଘର ମାଥିଲି ଥାନା ଅନ୍ତର୍ଗତ କମାରପାଲ୍ଲୀ ଗ୍ରାମରେ ବୋଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri