ଆମ ଜିଲା ଖବର

ଆଈବୁଢ଼ିର ହାତେ ୩ ଛେଉଁଡ୍‌ ଛୁଆକର ଭବିଷତ୍‌

ପର୍ଲା, ୨୦।୧ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ଅଧୀନ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୪୫)କଁର ଶୁକୁରବାର ମୁର୍‌ତୁ ହେଇଥିଲାବେଲେ ତାକର ୩ ଝି’ପୁଓ ବେସାହାରା ହେଇଯାଇଛନ୍‌। ଏନ୍‌ତାଥି ମା’ବାପ୍‌ ଛେଉଁଡ୍‌ ୩ ଭାଇବହେନ୍‌କର...

ସମାଜ ସଂସ୍କାରରେ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅମରପାଲି, ୨୦।୧(ଡି.ଏନ.ଏ.) ସଂପ୍ରତି ସମାଜ ସଙ୍କୁଚିତ ହେବାରେ ଲାଗିଛି। ପରିବାରର ସଜ୍ଞା ଆମ ପରିବାର ନୁହେଁ, ମୋ ପରିବାରରେ ସୀମିତି ରହୁଛି। ବରିଷ୍ଠ ନାଗରିକଙ୍କୁ ପରିବାରର ବୋଝ ବୋଲି କୁହାଯାଉଛି। ଅନେକ ବରିଷ୍ଠ ନାଗରିକ ଏବେ ଅବହେଳିତ। ମାତ୍ର ମନେରଖିବା...

କ୍ୟାଣ୍ଡେଲ ନୁହେଁ ମଶାଲ ହିଁ ଆଣିବ ବିପ୍ଳବ

ବଲାଙ୍ଗୀର ଅଫିସ, ୨୦ା୧: ସର୍ବଭାତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାରେ ଢ଼େଙ୍କାନାଳର ଅଲଟରନେଟିଭ୍‌ ରିଦିମ୍‌ ଥିଏଟର ପକ୍ଷରୁ ଦିନେଶ ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ପୁନଶ୍ଚ ସତ୍ୟାଗ୍ରହ ମଞ୍ଚସ୍ଥ ହୋଇଛି ା ସ୍ବାର୍ଥବାଦୀ ମଣିଷମାନଙ୍କୁ...

ନାଁ ଧନମତି, ଦାରିଦ୍ର୍ୟ-ଦୁଃଖ ଆଜନ୍ମ

ବୈପାରୀଗୁଡ଼ା,୨୦ା୧(ଡି.ଏନ୍‌.ଏ.) ନାଁ ତାଙ୍କର ଧନମତି। କିନ୍ତୁ ଦୁଃଖ ଓ ଦାରିଦ୍ର୍ୟ ତାଙ୍କର ଆଜନ୍ମ। ବୈପାରୀଗୁଡ଼ା ବ୍ଲକ ଚେରକା ପଞ୍ଚାୟତ ସିନ୍ଧିଗାଁ ନିକଟସ୍ଥ ଭେଜାପଦର ଗ୍ରାମର ଧନମତି ଗୌଡ଼ (୬୩)ଙ୍କ ଜୀବନ ହେଉଛି ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଅଧ୍ୟାୟ। ଦିନ ମଜୁରିଆ ପରିବାରରେ...

ସମସ୍ୟାରେ ଅଟକିଛି ବାରିଝୋଲା ବିକାଶ

ରାୟଗଡ଼ା ଅଫିସ, ୨୦ା୧- ରାୟଗଡ଼ା ଜିଲା ସଦର ବ୍ଲକ୍‌ ହାଲୁଆ ପଞ୍ଚାୟତ ବାରିଝୋଲା ଗାଁରେ ଅନେକ ସମସ୍ୟା ଲାଗି ରହିଛି। ଦୀର୍ଘ ଦିନ ହେଲା ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳର ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ ପାଇଁ...

ବଦଳିବ ଯାଉଁଳିପୋଖରୀ ମଠ ରୂପରେଖ

ଢେଙ୍କାନାଳ ଅଫିସ, ୨୦।୧: ବଦଳିବ ଐତିହ୍ୟସମ୍ପନ୍ନ ଯାଉଁଳିପୋଖରୀ ମଠର ରୂପରେଖ। ଏହାର ଉନ୍ନତୀକରଣ ଲାଗି ଆରମ୍ଭ ହୋଇଛି ପ୍ରୟାସ। ଏ ନେଇ ରବିବାର ମଠାଧୀଶ ମହନ୍ତ ମୋହନଦାସଜୀ ମହାରାଜଙ୍କ ପୌରୋହିତ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏମ୍‌ପି...

ଶହେଦିନ ପରେ ବି ମିଳୁନି ସନ୍ଧାନ

ଆଠମଲ୍ଲିକ,୨୦ା୧(ଡି.ଏନ.ଏ.) ଆଠମଲ୍ଲିକ ଥାନା ଡିଗିପଦର ଗ୍ରାମର ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନ ନିଖୋଜ ହେବାର ଶହେଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ତାଙ୍କର ସନ୍ଧାନ ପାଇପାରି ନାହିଁ। ଏହାକୁ ନେଇ ଗ୍ରାମର ଆଞ୍ଚଳିକ ମହିଳା ସୁରକ୍ଷା କମିଟି ଅସନ୍ତୋଷ ପ୍ରକାଶ କରିବା...

ଭଙ୍ଗାଚାଳିଆରେ ବିତୁଛି ଦିନ

ରାଇସୁଆଁ, ୨୦।୧(ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟଙ୍କ ଥଇଥାନ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କା ଘର ଆଦି ଯୋଜନା କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବହୁ ଧନିକ ଗୋଷ୍ଠୀର ଲୋକ ହାତଗୁଞ୍ଜା...

୧ ଲକ୍ଷ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ

ଅନୁଗୋଳ ଅଫିସ, ୨୦।୧: ଅନୁଗୋଳ ଜିଲାରେ ରବିବାରଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜିଲାରେ ମୋଟ୍‌ ୧ ଲକ୍ଷ ୨ ହଜାର ୬୫୦ ଜଣ ଶିଶୁଙ୍କୁ ପୋଲିଓ...

ଅବ୍ୟବସ୍ଥାରେ ମାର୍ଦ୍ଦିପଙ୍କା ପ୍ରାଥମିକ ବିଦ୍ୟାଳୟ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୨୦।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ତଥା ମାଓବାଦୀ ପ୍ରବଣ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ଛାତ୍ରୀଛାତ୍ରଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଛି। ବିଭାଗୀୟ ଅଧିକାରୀ ପରିଦର୍ଶନରେ ଯାଉ ନ ଥିବାବେଳେ ଶିକ୍ଷକମାନେ ନିୟମିତ ଆସୁ ନାହାନ୍ତି। ଏଭଳି ଦେଖିବାକୁ...

ଫିରିଙ୍ଗିଆରେ ଯବାନ-ମାଓବାଦୀ ଗୁଳି ବିିନିମୟ: ଖସି ଗଲେ ମାଓବାଦୀ ନେତା ମମତା, ସୁକ୍ରୁ, ବଣ୍ଟି

ଫୁଲବାଣୀ ଅଫିସ, ୨୦ା୧- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି। ଅଡନସୁଗା, ସାଉଲପଡା-ଲଦାପଦର ରାସ୍ତା ଓଡାବାଲି ଜଙ୍ଗଲରେ ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ସକାଳେ ଓ ସନ୍ଧ୍ୟାରେ ଦୁଇଥର ଗୁଳି ବିନିମୟ...

କାର୍ଯ୍ୟକାରୀ ହୋଇନି ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଛତ୍ରପୁର,୨୦ା୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଧାନ ମଣ୍ଡି ସବୁ ସ୍ଥାନରେ ଖୋଲି ନ ଥିବା ଏବଂ ବିଭାଗୀୟ ପଦାଧିକାରୀମାନଙ୍କ ଦ୍ୱାରା ଧାନ କିଣାରେ ଅନିୟମିତତା ହେଉଥିବା ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri