ଆମ ଜିଲା ଖବର

ନିଯୁକ୍ତି ଦାବିରେ କାରଖାନା ଆଗରେ ଧାରଣା

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ .): ଖୁଣ୍ଟୁଣୀ ଥାନା ଅଧୀନ ରାଧାଶ୍ୟାମପୁରଠାରେ ପ୍ରତିଷ୍ଠିତ ଏକ ସିମେଣ୍ଟ କାରଖାନାକୁ ଜମି ଦେଇ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପାଇ ନ ଥିବା ୪୦ରୁ ଊର୍ଦ୍ଧ୍ୱ ପରିବାର ଶୁକ୍ରବାର କାରଖାନାର ମୁଖ୍ୟ ଫାଟକ ଆଗରେ ଧାରଣା...

ବ୍ରହ୍ମଗିରିରେ ସେସୁର ବିଦ୍ୟୁତ୍‌ କାଟ୍‌ ଆରମ୍ଭ: ୧୦ଜଣଙ୍କ ଲାଇନ୍‌ କଟିଲା

ବ୍ରହ୍ମଗିରି,୧୮ା୧(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରେ ବକେୟା ବିଦ୍ୟୁତ ବିଲ୍‌ ପୈଠ କରି ନ ଥିବା ଗ୍ରାହକଙ୍କର ବିଦ୍ୟୁତ୍‌ କାଟ୍‌ ଶୁକ୍ରବାରଠାରୁ ଆରମ୍ଭ କରିଛି ସେସୁ। ପ୍ରଥମେ ବ୍ୟବସାୟିକ ଅନୁଷ୍ଠାନଗୁଡିକର ବିଦ୍ୟୁତ୍‌ କାଟ୍‌ କରାଯାଉଥିବାବେଳେ ଦୁଇଦିନ ପରେ ଘରୋଇ ଗ୍ରାହକଙ୍କ ବିଦ୍ୟୁତ କାଟ୍‌...

ଖୁଣ୍ଟୁଣୀ କଲେଜରେ ସଡ଼କ ସୁରକ୍ଷା ସପ୍ତାହ

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ.): ଖୁଣ୍ଟୁଣୀ କଲେଜ ପରିସରରେ ଶୁକ୍ରବାର ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରିଥିଲେ। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଖୁଣ୍ଟୁଣୀ ଟ୍ରକ୍‌ ମାଲିକ ସଂଘ ଏବଂ...

ପଲିଥିନ, ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗୁନି ଅଙ୍କୁଶ

ରସୁଲପୁର,୧୮ା୧(ଡିଏନଏ): ୨ ଅକ୍ଟୋବର, ୨୦୧୯ରୁ ରାଜ୍ୟର ପ୍ରମୁଖ ସହରଗୁଡିକରେ ପ୍ଲାଷ୍ଟିକ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏଥିସହ ୨ବର୍ଷ ମଧ୍ୟରେ ସମଗ୍ର ରାଜ୍ୟର ଗାଁ ଗଣ୍ଡା ଓ ଗାଁ ସଂଲଗ୍ନ ସହରାଞ୍ଚଳକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଘୋଷଣା କଲେ।...

ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୧୮ା୧: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଆଦୌ ଭୃକ୍ଷେପ କରୁନାହାନ୍ତି। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଅନୁରୋଧ ଦୀର୍ଘ ୧ ବର୍ଷ ହେଲା କାର୍ଯ୍ୟକାରୀ ହୋଇପାରି ନାହିଁ।...

ହାତୀ ଆକ୍ରମଣରେ ୨ମୃତ

ଖୋର୍ଦ୍ଧା ଅଫିସ,୧୮।୧: ବେଗୁନିଆ ବ୍ଲକ ହଜ ପଞ୍ଚାୟତରେ ଶନିବାର ହାତୀ ଆତଙ୍କ ଦେଖାଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ହଜ ଗାଁର ବଂଶୀଧର...

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ: ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରିଥିବା ୫ ପୁରସ୍କୃତ

ନୟାଗଡ଼ ଅଫିସ,୧୮।୧: ଗତ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ତଥା ଆରଟିଓ ଦାୟିତ୍ୱରେ ଥିବା ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ...

ଗଣିଆ ପଞ୍ଚାୟତ ସମିତିର ୭ମ ଅଧିବେଶନ: ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସମସ୍ୟାକୁ ଗୁରୁତ୍ୱ

ଗଣିଆ,୧୮ା୧(ଡି.ଏନ୍‌.ଏ.): ଗଣିଆ ବ୍ଲକ ସଦ୍‌ଭାବନା ଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତିର ୭ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଡିଓ ମାନସ ରଞ୍ଜନ ସାମଲ, ଏବିଡିଓ ସରୋଜ କୁମାର ନାୟକ, ଜିଲା ପରିଷଦ...

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ: ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ

ରଣପୁର,୧୮ା୧(ସ୍ବ.ପ୍ର.): ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ...

୨.୫ ଲକ୍ଷ ଟଙ୍କାର କାଠ ଜବତ

ଢେଙ୍କାନାଳ ଅଫିସ, ୧୮ା୧ – ଢେଙ୍କାନାଳ ସଦର ରେଞ୍ଜ୍‌ ତାଳବରକୋଟ ଗ୍ରାମ ନିକଟ ଶାମୁକାତଇଲା ଶାଳ ଜଙ୍ଗଲରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ବନ ବିଭାଗ ସ୍ଥାଣୁ ପାଲଟିଥିବାବେଳେ ଏହାର ସୁଯୋଗରେ ଜଙ୍ଗଲରୁ ମୂଲ୍ୟବାନ କାଠ ଚାଲାଣ କରାଯାଉଛି। ଶୁକ୍ରବାର ଅପରାହ୍ନରେ...

ବିଭାଗ ଉପରେ ବର୍ଷିଲେ ଚାଷୀ

ରାସୋଳ, ୧୮।୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସାପୁଆ ଡ୍ୟାମ ନିକଟରେ ଶୁକ୍ରବାର ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟିକା ସୀମାରାଣୀ ନାୟକ, ମୁଖ୍ୟବକ୍ତା ଅଧୀକ୍ଷଣ ଯନ୍ତ୍ରୀ ଦୀପ୍ତିରଞ୍ଜନ ପଣ୍ଡା ଏବଂ...

ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ, ୧୮।୧ – ଅସୁରକ୍ଷିତ ହାତୀବଂଶ। ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ। ଜଙ୍ଗଲ ତଳି ଅଞ୍ଚଳରେ ବିଦ୍ୟୁତ୍‌ ଫାଶ। ପାଦେ ପାଦେ ଜୀବନ ପ୍ରତି ବିପଦ ଧରି ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି ଏହି ବିଶାଳକାୟ ପ୍ରାଣୀ। ଢେଙ୍କାନାଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri