ଆମ ଜିଲା ଖବର

ସରକାରୀ ଧାନ କିଣା ପ୍ରହସନ

ରାଇସୁଅଁ।,୧୮।୧(ଡି.ଏନ.ଏ)-ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପ୍ରତି ୧୮୦୦ଟଙ୍କାରେ କିଣିବାକୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଛି। ଯେପରି କୃଷକମାନେ ସେମାନଙ୍କ ପ୍ରକୃତ ମୂଲ୍ୟ ପାଇପାରିବେ। ଏଥିପାଇଁ ସରକାରୀ ଧାନ କ୍ରୟ କେନ୍ଦ୍ରମାନ ଖୋଲାଯାଇଛି। କିନ୍ତୁ କେନ୍ଦୁଝର ଜିଲା ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ...

ଚିକିତ୍ସାରେ ଅର୍ଥ ବାଧକ

ପଦ୍ମପୁର,୧୮।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧୀନ ରୁକୁଣାଦେଇପୁର ଗ୍ରାମର ବୈକୁଣ୍ଠ ଦାସଙ୍କ ପୁଅ ଆଦିତ୍ୟ(୧୧)। ହାଡ଼ ଓ ମାଂସପେଶୀ ଅବକ୍ଷୟଜନିତ ରୋଗ(ଡିଏମ୍‌ଡି)ରେ ସେ ପୀଡ଼ିତ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ସରକାରଙ୍କ ପକ୍ଷରୁ ଆଦିତ୍ୟଙ୍କୁ...

ସୁନାପଲ୍ଲୀରେ ଯୁବକଙ୍କୁ ହତ୍ୟା : ପାଳଗଦାରୁ ଦରପୋଡ଼ା ମୃତଦେହ ଉଦ୍ଧାର

କବିସୂର୍ଯ୍ୟନଗର,୧୮ା୧-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା ପରେ ପାଳଗଦାରେ ପକାଇ ନିଆଁ ଲଗାଇ ଦିଆଯାଇଛି। ଶୁକ୍ରବାର ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ମୃତକ ହେଲେ...

ଘଣ୍ଟେଶ୍ୱର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି: ୪୦ କି.ମି. ଚାଲି ଅଭିଯୋଗ ପରେ ଚେତିଲା ପ୍ରଶାସନ

ଭଦ୍ରକ ଅଫିସ, ୧୮।୧-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଘଣ୍ଟେଶ୍ୱର ଅଞ୍ଚଳବାସୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି ଚାଲି ଆସି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ସେମାନେ ଜିଲା...

ଘନକୁହୁଡ଼ି ବୋଟ୍‌କୁ କଲା ଦିଗହରା

ଚାନ୍ଦବାଲି, ୧୮।୧(ଡି.ଏନ.ଏ.)-ଘନକୁହୁଡ଼ି କାରଣରୁ ଶୁକ୍ରବାର ସକାଳେ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରୁ ଭଦ୍ରକ ଜିଲା ଚାନ୍ଦବାଲିକୁ ଆସୁଥିବା ଏକ ସରକାରୀ ବୋଟ୍‌ ଧାମରା ମୁହାଣ ନିକଟରେ ଦିଗହରା ହୋଇଯାଇଥିଲା। ସକାଳ ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଥିଲା। ଏହାର ପ୍ରାୟ...

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ରେ ଅଂଶଗ୍ରହଣ କରିବେ ସ୍ବସ୍ତିକ

ରାଇରଙ୍ଗପୁର,୧୮ା୧(ଡି.ଏନ୍‌.ଏ.): ନୂଆଦିଲ୍ଲୀଠାରେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ସମଗ୍ର ଭାରତରୁ ୨୨ ହଜାର ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି। ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମନୋନୀତ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମୟୂରଭଞ୍ଜ...

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଚିତ୍ରଡା,୧୮ା୧(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜନୈକା ୬୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଲ୍ଲୀପ ହାଁସଦା (୨୫)। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସାରେ ପୀଡିତା...

ବକେୟା ପଡ଼ିଲାଣି ୭୦ ଲକ୍ଷ, ମଧ୍ୟାହ୍ନଭୋଜନରେ ଅଣ୍ଡା ବନ୍ଦ

ଜୟପୁର,୧୮।୧(ଡି.ଏନ୍‌.ଏ.) ଫୌଜଦାରୀ ମାମଲାରେ କୋରାପୁଟ ଜିଲା ଶିକ୍ଷାଧିକାରୀ ଗିରଫ ଓ ନିଲମ୍ବିତ ହେବା ପରେ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦକୁ ଟଙ୍କା ଉଠାଣ ହୋଇପାରୁ ନାହିଁ। ଫଳରେ ପ୍ରଶାସନ ଉପରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା କେନ୍ଦ୍ରୀୟ ରୋଷେଇ ପରିଚାଳନା ସଂସ୍ଥାର ୭୦...

ପଦ୍ମ ପଙ୍କରେ ଲୀନ ହେଲା କଣ୍ଟାସାଗର

ରାୟଗଡ଼(ଗଜପତି),୧୮।୧-ଗଜପତି ଜିଲା ରାୟଗଡ଼ସ୍ଥିତ ଶତାୟୁ ‘କଣ୍ଟାସାଗର’ ପୋଖରୀ ଆଉ ଅଞ୍ଚଳବାସୀଙ୍କ କାମରେ ଲାଗୁନି। ଦିନେ ଅଞ୍ଚଳ ପାଇଁ ଆଶୀର୍ବାଦ ପାଲଟିଥିବା ଏହି ପୋଖରୀ ଏବେ ପଦ୍ମ ପଙ୍କରେ ଭର୍ତ୍ତି ହୋଇ ସମ୍ପୂୂର୍ଣ୍ଣ ନଷ୍ଟ ହୋଇଛି। ରାୟଗଡ଼ ଗ୍ରାମର ଉଭୟ ପାର୍ଶ୍ୱର...

ବୁଲିଲା ମୋ ସରକାର ଅଭିଯାନ ସଚେତନତା ରଥ

ବାରିପଦା ଅଫିସ,୧୮ା୧- ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଜିଲା ମଙ୍ଗଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମୋ ସରକାର ଅଭିଯାନ ସଚେତନାତା...

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ

ଖଇରା, ୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ ଦେଖାଦେଇଛି । ଏଥିଯୋଗୁ ଅସ୍ତ୍ରୋପଚାର ପାଇଁ ଆସିଥିବା ମହିଳା ଓ ସେମାନଙ୍କର ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୁରୁବାର...

ସରକାରୀ ସୁବିଧାରୁ ବଁଚିତ୍‌ ସିଦ୍ରିଆ ସମାଜ: ଜାତି, ଭେଲିକେ ନେଇ ଗୁପାରେ ପରଶାସନ

ବିନିକା, ୧୮।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂହିଯୁବା ପଁଚେତ୍‌ ଅଧୀନ ଜାମପାଲି ଗଁାର କେନାଲ ପଡ଼ା, ଟାଙ୍ଗର ପଡ଼ା ଆର ଜଙ୍ଗଲ ପଡ଼ାରେ ଅନେକ ବଛର ହେଲା ରହିଆସୁଛନ୍‌ ସିଦ୍ରିଆ ସମାଜର ୫୦ ପରିବାରର ପାଖାପାଖି ୩ଶହ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri