ଆମ ଜିଲା ଖବର

ଆର୍‌ଡି ବିଭାଗର କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ: ରାସ୍ତାକାର୍ଯ୍ୟ ନିମ୍ନମାନର, ହେଉନି ରକ୍ଷଣାବେକ୍ଷଣ

ନୂଆଗାଁ,୧୭ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତାଗୁଡିକ ଅତି ନିମ୍ନମାନର ହେଉଥିବାରୁ ତାହା...

ବୃହତ୍‌ ବନ୍ଦର ଆଥ୍‌ଲେଟିକ୍‌ ମିଟ୍‌ ଉଦ୍‌ଘାଟିତ

ପାରାଦୀପ, ୧୭।୧ (ସ୍ବ.ପ୍ର.): ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ଗୁରୁବାର ସର୍ବଭାରତୀୟ ବୃହତ୍‌ ବନ୍ଦର ଆଥ୍‌ଲେଟିକ୍‌ ମିଟ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଲ୍‌ ଇଣ୍ଡିଆ ମେଜର ପୋର୍ଟ ସ୍ପୋଟର୍‌ସ କାଉନ୍‌ସିଲ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ମିଳିତ ଆୟୋଜନରେ ଅନୁଷ୍ଠିତ ଏହି...

ସତ୍ୟର ଅନ୍ୟ ନାମ ସାମ୍ବାଦିକତା

ଜଗତ୍‌ସିଂହପୁର ଅଫିସ୍‌, ୧୭।୧:ସତ୍ୟର ଅନ୍ୟ ନାମ ସାମ୍ବାଦିକତା। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରିବା ଉଚିତ ବୋଲି ଗୁରୁବାର ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ସାହିତ୍ୟ ଆସରରେ ଅତିଥି ଭାବେ...

ମିଶନ ଶକ୍ତି ଗୃହ ନିର୍ମାଣରେ ବିଳମ୍ବ

ବାଲିଆ, ୧୭।୧:ବିରିଡି ବ୍ଲକ ଅଞ୍ଚଳରେ ୨୩୪ଟି ପ୍ରକଳ୍ପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ମାତ୍ର ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବରୁ ଦେଢ଼ ବର୍ଷ ପରେ ବି...

ଅବ୍ୟବସ୍ଥିତ ବ୍ୟାଙ୍କସେବା ପାଇଁ ସୁଫଳ ଦେଉନି ‘କାଳିଆ’

ବୈପାରୀଗୁଡ଼ା,୧୭।୧(ଡି.ଏନ୍‌.ଏ.) – ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଥିବା ବେଳେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା କରିଛନ୍ତି। କିନ୍ତୁ ଏହି ଦୁଇଟି ଯୋଜନାର ଲାଭ ଚାଷୀ ପାଇପାରୁ ନାହାନ୍ତି। ଯୋଜନା ଓ ସଫଳତା...

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ଼, ୧୭।୧ (ଡି.ଏନ୍‌.ଏ. )-ଆଦିବାସୀ ବହୁଳ ସୁନ୍ଦରଗଡ ଜିଲାରେ ଏବେ ମଧ୍ୟ ଗୁଣିଗାରେଡି ସନ୍ଦେହ ଲୋକଙ୍କ ମନରେ ବସାବାନ୍ଧିଛି। ଏହି କାରଣରୁ ଅନେକ ନିରୀହ ଜୀବନ ବଳି ପଡୁଛି। ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ଗୁରୁବାର ଡାହାଣୀ ସନ୍ଦେହରେ...

ଆବାସ ଯୋଜନାରୁ ବଁଚିତ୍‌ ଦ୍ରୌପଦୀ

ପର୍ଲା, ୧୭।୧ (ଡି.ଏନ୍‌.ଏ)-  ମୁଇଁ ଘର ଖଁଡ଼େ ଲାଗି ବଡ଼ା ଗୁଲ୍‌ଗୁଲା ହେଉଛେଁ। ବରଷା ମାସ୍‌ ସାରା ନାଇଁ ଶୁଇ, ପାଏନ୍‌ ଛେଦେଇ ଛେଦେଇ ରାଏତ୍‌ ସାରା ଉଜାଗର ରହିଛେଁ। କୁଟେ କାଁଥି ମାଡ଼ି ବସିଛେ। ଏନ୍‌ତାଥି ମୁଇଁ ବଡ଼ା...

ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟସଙ୍ଗୀତ ଉତ୍ସବ ଉଦ୍‌ଘାଟିତ:ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଦେବଗଡ଼, ୧୭।୧(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଜିଲାସ୍ତରୀୟ ‘ନୂପୁର ନୃତ୍ୟସଙ୍ଗୀତ ଉତ୍ସବ-୨୦୨୦’ ଆରମ୍ଭ ହୋଇଛି। ଏହା ୩ଦିନ ଧରି ଚାଲିବ। ଗୁରୁବାର ପୂର୍ବାହ୍ନରେ ଏହାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।...

ସରକାରୀ ଯୋଜନା ବାଟ୍‌ବନା: ୨୫ ବଛର ହେଲା ଜଂଗଲରେ ନୀଳ

ସଇଁତଲା, ୧୭।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ସଦର ପଁଚେତ୍‌ ଅଧୀନ କର୍ଲାବାହାଲି ଗାଁ ର ନୀଳ ନାଏକ(୬୦)। ସେ ଝନେ ନିହାତି ଗରିବ୍‌, ଗାଁ ରେ ଘରଦୁଆର ବଲି କିଛି ନାଇଁ। ବାପ୍‌ଅଜା ଗାଁ ତରେ ଥିବାର...

କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଉନି ପୋଲିିସ: ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ, ବଳାତ୍କାର ଅଭିଯୋଗ ଘଟଣା

ଅନୁଗୋଳ ଅଫିସ, ୧୭।୧ – ଜଣେ ମହିଳା ଫରେଷ୍ଟରଙ୍କୁ ବ୍ଲାକମେଲ ଓ ବଳାତ୍କାର ଅଭିଯୋଗରେ ଅନୁଗୋଳସ୍ଥିତ ଫରେଷ୍ଟ ରେଞ୍ଜର କଲେଜର କନିଷ୍ଠ କିରାଣି ବିଶ୍ୱଜିତ ନାଏକଙ୍କୁ ଗତ ୩ ତାରିଖରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ...

ଗର୍ତ୍ତରେ ବାଲି ଭର୍ତ୍ତି ନେଇ ଆଲୋଚନା

ତାଳଚେର,୧୭ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୮ ନଂ. ଓ୍ବାର୍ଡ ଦେଉଳବେଡ଼ା ତେଲିସାହି ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ଧାନ ବିଲଠାରେ ବୁଧବାର ମାଟି ଦବି ହୋଇଥିବା ଗର୍ତ୍ତ ଗୁରୁବାର ଆହୁରି ବଡ଼ ହୋଇଯାଇଛି। ତେବେ ଉକ୍ତ ସ୍ଥାନକୁ...

ନରହନ୍ତା ଦନ୍ତାକୁ କରାଯିବ ଟ୍ରାଙ୍କୁଲାଇଜ

ବନ୍ତଳା,୧୭ା୧(ଡି.ଏନ.ଏ.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଶୁକ୍ରବାର ଟ୍ରାଙ୍କୁଲାଇଜ୍‌ କରାଯିବାକୁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏଥିପାଇଁ ଶିମିଳିପାଳର କୁମ୍‌କୀ ହାତୀ ସହ ସାତକୋଶିଆ ଟିକରପଡାଠାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri