ଆମ ଜିଲା ଖବର

ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେବେ ୧୪ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୭।୧(ଡି.ଏନ.ଏ)- ଗତବର୍ଷ ମାଟ୍ରିକ ରେଜଲ୍ଟ ଖରାପକୁ ନେଇ କନ୍ଧମାଳ ଜିଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଚିନ୍ତାଜନକ ପରିସ୍ଥିତି ଉପୁଜିଥିବାବେଳେ ଚଳିତବର୍ଷ ଚୟନ କରି ଛାତ୍ରୀଛାତ୍ରଙ୍କୁ ବୋର୍ଡ଼ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ କରାଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଗୁରୁବାର...

୪୦୪ ସ୍କୁଲରେ ନାହିଁ ରୋଷେଇ ଘର

ଫୁଲବାଣୀ ଅଫିସ, ୧୭ା୧- ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବାପାଇଁ ବିଦ୍ୟାଳୟ ପରିସରରେ ରୋଷେଇ ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଚାଲିଛି ମନମୁଖୀ କାର୍ଯ୍ୟ। କେତେକ ବିଦ୍ୟାଳୟରେ ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି।...

ଗୋଚର ପାଲଟିଲାଣି ଲୁଣ ଜମି

ଗଞ୍ଜାମ,୧୭ା୧(ଡି.ଏନ.ଏ.) – ଗଞ୍ଜାମ ଜିଲାର ହୁମ୍ମା ଓ ଗଞ୍ଜାମ ଆଖପାଖ ଅଞ୍ଚଳରେ ହଜାର ହଜାର ଏକର ଲୁଣ ଜମି ଏବେ ଗୋଚର ପାଲଟିଲାଣି। ଲୁଣ ଉତ୍ପାଦନକୁ ଗୁରୁତ୍ୱ ଦିଆ ନ ଯିବା, ଦର ବୃଦ୍ଧି ପାଉ ନ ଥିବା ଆଦି...

୨ ଲୁଟେରା ଗିରଫ, ବ୍ୟାଗ ଜବତ

ବ୍ରହ୍ମପୁର ଅଫିସ,୧୭ା୧- ସରକାରୀ ରେଳବାଇ ପୋଲିସ (ଜିଆରପି)ଟ୍ରେନ ଯାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ ଲୋଚାପଡାର ଶଙ୍କର ପାତ୍ର (୨୩) ଓ ଶେରଗଡ ଥାନା ଅନ୍ତର୍ଗତ ପନ୍ନାଡ଼ ଗ୍ରାମର...

ଏନଏଚ୍‌ ନଂ.୧୬ ରେ ଫ୍ଲାଇଓଭର, ଅଣ୍ଡରପାସ୍‌ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ଏମ୍‌ପି, ବିଧାୟକ

ଛତ୍ରପୁର,୧୭ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଗିରିଶୋଲାରୁ ପୁଇଁତଳା ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ନଂ. ର ଉନ୍ନତୀକରଣ କାମ ଚାଲିଛି। ୬ ଲେନ୍‌ ତ ଦୂରର କଥା ଆବଶ୍ୟକତା ଅନୁସାରେ ଫ୍ଲାଇଓଭର, ଅଣ୍ଡର ପାସ୍‌ ଓ ସର୍ଭିସ ରୋଡ୍‌ ଏନ୍‌ଏଚ୍‌ଏଆଇ ପ୍ରସ୍ତାବରେ ନାହିଁ। ଫଳରେ...

ଅନନ୍ୟ ପ୍ରକୃତିର ଗନ୍ତାଘର ଭୀମକୁଣ୍ଡ ଜଳପ୍ରପାତ

ପାଟଣା, ୧୭।୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ଅପରୂପ ସୌନ୍ଦର୍ଯ୍ୟ ଆତ୍ମହରା କରିଦିଏ ପ୍ରକୃତିପ୍ରେମୀ ଆଉ ସୌନ୍ଦର୍ଯ୍ୟପିପାସୁ ପର୍ଯ୍ୟଟକଙ୍କୁ। ଏହାର ମନୋରମ ଘଞ୍ଚ ବନାନୀ ସାଙ୍ଗକୁ ବୈତରଣୀ ନଦୀର ସୁନୀଳ ଜଳପ୍ରପାତକୁ ଦେଖି ପର୍ଯ୍ୟଟକ ମନ୍ତ୍ରମୁଗ୍ଧ...

ଦୈସିଂ ପଞ୍ଚାୟତ ପାଇଖାନା ଦୁର୍ନୀତି: ୨ ବର୍ଷ ବିତିଲା, ସରୁନି ତଦନ୍ତ

ଭଦ୍ରକ ଅଫିସ, ୧୭।୧- ଭଦ୍ରକ ଜିଲା ସଦର ବ୍ଲକ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ଲକ୍ଷ ଟଙ୍କାର ଦୁର୍ନୀତି ଘଟଣାକୁ ଏହାମଧ୍ୟରେ ୨ ବର୍ଷ ବିତିଯାଇଛି। ସେତେବେଳେ ଏ ନେଇ ଅଭିଯୋଗ ହେବା ପରେ ପ୍ରଶାସନ...

୨ ଲୋଧା ଶିଶୁଙ୍କ ଚିକିତ୍ସାରେ ଅର୍ଥ ବାଧକ

ଚିତ୍ରଡା,୧୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମ ଲୋଧା ସମ୍ପ୍ରଦାୟର ରାଧି ନାୟକଙ୍କ ଦୁଇ ଶିଶୁ କନ୍ୟାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ସେମାନଙ୍କ ଶରୀରରେ ପ୍ରଥମେ ଛୋଟଛୋଟ ଘା’ ହୋଇଥିବା ବେଳେ ଏବେ...

ହାତୀ ପାଇଁ ତେଜୁଛି ଅସନ୍ତୋଷ

କୁଆମରା ,୧୭ା୧(ଡି.ଏନ୍‌.ଏ.)- ହାତୀ ପାଇଁ ୧୫ ଦିନ ହେଲା ରାତି ସାରା ବିଦ୍ୟୁତ୍‌କାଟ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଗତ ୨ତାରିଖରୁ ଗୋଠଛଡା...

୩ ଯୁବକଙ୍କୁ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକୋ

ବାରିପଦା ଅଫିସ,୧୭।୧- ବାରିପଦା ସହରର ତକତପୁର ଛକରେ ଗୁରୁବାର ଅପରାହ୍ନରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ବିଦୁ କିସ୍କୁ ଓ ମାଟୁ ମାରାଣ୍ଡିଙ୍କ ସମେତ ଅନ୍ୟ ୨ଜଣଙ୍କୁ ଚିକିତ୍ସା ପାଇଁ ବାରିପଦା ପିଆରଏମ୍‌ ମେଡିକାଲ...

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ବସ୍ତା, ୧୭।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସିଂଲା ଥାନା ଇଡ଼ଦା ଗ୍ରାମର କୃଷ୍ଣପ୍ରସାଦ ବେହେରା (୭୦) ନାମକ ବୃଦ୍ଧ ଗୁରୁବାର ସକାଳେ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ସେ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସିଯାଇ ଗଭୀର ପାଣିରେ ବୁଡ଼ିଯାଇଥିଲେ।...

ମନ୍ଥର ଗତିରେ ମେଡ଼ିକାଲ ଗୃହ ନିର୍ମାଣ

ସଜନାଗଡ଼, ୧୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ। ଉକ୍ତ ଅଞ୍ଚଳର ସମସ୍ତ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ଗୃହ ନ ଥିବାରୁ ରୋଗୀଙ୍କ ସମସ୍ୟାକୁ ନଜରରେ ରଖି ୫୦ଶଯ୍ୟା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri