ଆମ ଜିଲା ଖବର

ଓଡ଼ିଆ ଭାଷାର ଧ୍ରୁବତାରା ଫକୀରମୋହନ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର କବିତୀର୍ଥ ଶାନ୍ତିକାନନଠାରେ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ୩ଦିନ ଧରି ପାଳିତ ହୋଇଆସୁଥିବା ଫକୀରମୋହନ ଜୟନ୍ତୀ ଶେଷ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ପରିଷଦର ଉପସଭାପତି ଦୀନବନ୍ଧୁ ଲେଙ୍କା ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ନିବାରଣ...

ପୃଥକ୍‌ ଦୁର୍ଘଟଣାରେ ୨ ଗୁରୁତର

ଦାରିଙ୍ଗବାଡ଼ି,୧୬।୧(ଡି.ଏନ୍‌.ଏ): ଗୋଟିଏ ପଟେ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ କରାଯାଇ ଜନସଚେତନତା କରାଯାଉଥିବାବେଳେ ଅନ୍ୟପଟେ ଦୁର୍ଘଟଣା ବଢୁଛି। ଗୁରୁବାର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ଟି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ଗୁରୁତର ଆହତ ହେବାସହ...

କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ, ୮ଶହ ଅଭିଭାବକ ସାମିଲ

କୁଆଁରମୁଣ୍ଡା,୧୬।୧(ଡି.ଏନ.ଏ.)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶମତେ ଗୁରୁବାର ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ ହୋଇଥିଲା। ୮ଶହରୁ ଅଧିକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ସୁନ୍ଦରବଗିଚା ବୁଲିଦେଖିବାସହ ବିଦ୍ୟାଳୟର ପରିବେଶକୁ...

ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

ବାଲିଆପାଳ,୧୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଅସ୍ତି ପଞ୍ଚାୟତର ବଢ଼ାପାଲ୍‌ ଗ୍ରାମରେ ଥିବା ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେଲା ବିଦ୍ୟାଳୟକୁ ଥିବା ଚଲା ରାସ୍ତାକୁ...

ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲିଲେ

ଭଦ୍ରକ ଅଫିସ, ୧୬।୧- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର କେତେକ ଯୁବଗୋଷ୍ଠୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି ଚାଲି ଆସି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।...

ଆସିକା ମହୋତ୍ସବ ଉଦ୍‌ଯାପିତ

ଆସିକା,୧୬ା୧(ଡି.ଏନ୍‌.ଏ.)-ଆସିକା କଳିଙ୍ଗାରୋଡ ନିକଟ ପଡିଆରେ ଗତ ୫ଦିନ ଧରି ଚାଲିଥିବା ଆସିକା ମହୋତ୍ସବ ବୁଧବାର ରାତିରେ ଉଦ୍‌ଯାପିତ ହୋଇଛି । ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷା ତଥା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ...

ମଣ୍ଡିରେ ପଡ଼ି ରହିଛି ଧାନ, ଜିଲା ଯୋଗାଣ ଅଧିକାରୀଙ୍କୁ ଚାଷୀଙ୍କ ଠେଲାପେଲା

ନୂଆପଡା ଅଫିସ,୧୬।୧: ନୂଆପଡା ମଣ୍ଡିରେ ତିନିଦିନ ଧରି ୫ହଜାର ବସ୍ତା ଧାନ ପଡ଼ି ରହିଛି। ଏହି ଧାନକୁ ଉଠାଇବା ଦାବିରେ ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗୁରୁବାର ଘେରାଉ କରିଛନ୍ତି। ଏପରିକି ଅସନ୍ତୋଷ ଚାଷୀମାନେ ଅଧିକାରୀଙ୍କୁ ଠେଲାପେଲା କରିଥିବା...

ଛାତ୍ରଙ୍କ ଆଙ୍ଗୁଠିକୁ କାମୁଡ଼ି ରକ୍ତାକ୍ତ କଲେ ଅଧ୍ୟାପକ, ହେପାଜତକୁ ନେଲା ବେଗୁନିଆ ପୋଲିସ

ଖୋର୍ଦ୍ଧା ଅଫିସ,୧୬।୧: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ରମାମଣି ମହାବିଦ୍ୟାଳୟରେ ଅଧ୍ୟାପକଙ୍କ କାରନାମା ପଦାରେ ପଡ଼ିଛି। ସେ ଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହେଉଥିବାବେଳେ ଗୁରୁବାର ଜଣେ ଛାତ୍ରଙ୍କ ଆଙ୍ଗୁଳିକୁ କାମୁଡ଼ି ରକ୍ତାକ୍ତ କରିଥିବା ଜଣାପଡିଛି।...

ଖୋର୍ଦ୍ଧାରେ ବିଦ୍ୟୁତ୍‌ କାଟ୍‌କୁ ନେଇ ଉତ୍ତେଜନା, କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାହକ

ଖୋର୍ଦ୍ଧା ଅଫିସ,୧୬।୧: ପୂର୍ବ ନିର୍ଦ୍ଧାରିତ ତାରିଖାନୁଯାୟୀ ସେସୁ ପକ୍ଷରୁ ଗୁରୁବାର ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ ହୋଇଛି। ୩୯ଟି ଟିମ୍‌ ବିଦ୍ୟୁତ୍‌ ବକେୟା ଥିବା ଗ୍ରାହକମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରୁଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିରେ ବିଦ୍ୟୁତ୍‌...

ହେଲମେଟ ପିନ୍ଧି ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିଲା ପୋଲିସ

କେନ୍ଦୁଝର,୧୬।୧(ସ୍ବ.ପ୍ର.): ସଡ଼କ ସୁରକ୍ଷା ସପ୍ତାହ ଅବସରରେ କେନ୍ଦୁଝର ପୋଲିସ ପକ୍ଷରୁ ସଚେତନତା ବାଇକ ରାଲି କେନ୍ଦୁଝର ସହରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଏସପି ପି.କେ. ପରିଡ଼ା ଏହାକୁ ପତାକା ଦେଖାଇ ସର୍କିଟ ହାଉସ ଛକରେ ଶୁଭାରମ୍ଭ କରିଥିଲେ। ପୋଲିସ...

ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍‌ ଓ ଉପ ନିର୍ଦ୍ଦେଶକ ଭାଗୀରଥି କାଣ୍ଡି। ମହାବିଦ୍ୟାଳୟରେ...

ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର

ହାଟଡିହୀ,୧୬।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ହାଟଡିହୀ ବଣିଆସାହି ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିରଞ୍ଜନ ସାହୁ(୪୦)। ବୁଧବାର ସନ୍ଧ୍ୟାରୁ ସେ ନିଖୋଜ ଥିଲେ। ଗୁରୁବାର ସକାଳୁ ତାଙ୍କ ମୃତଦେହ ନିକଟସ୍ଥ ପୋଖରୀରେ ଭାସୁଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri