ଆମ ଜିଲା ଖବର

ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶିଶୁ ଗୁରୁତର

ବଣାଇଁ,୧୬।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ହେଲେ ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଲି ଗ୍ରାମର ବାନ୍ଦନି ଓରାମ (୫୨)।...

ସ୍ତ୍ରୀଙ୍କ ଓଢ଼ଣୀରେ ଶିକ୍ଷକଙ୍କ ଅତ୍ମହତ୍ୟା

ରାୟଗଡ଼ା ଅଫିସ,୧୬।୧: ଟିକିରିରେ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବୁଧବାର ରାତିରେ ଶିକ୍ଷକ ପ୍ରଶାନ୍ତ ପଣ୍ଡା(୩୦)ଘରେ ଶୋଇଥିଲେ। ମାତ୍ର ଗୁରୁବାର ସକାଳୁ ସ୍ତ୍ରୀଙ୍କ ଓଢ଼ଣୀରେ ଘର ଛାତରେ ଥିବା ଏକ ରଡ୍‌ରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ମୃତ...

ପୁରୀରେ ୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର କଲେ ସମୀକ୍ଷା

ପୁରୀ ଅଫିସ, ୧୬ା୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ...

ଋଷିକୂଲ୍ୟାକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ,୧୬।୧(ଡି.ଏନ୍‌.ଏ.): ଗଞ୍ଜାମସ୍ଥିତ ଋଷିକୂଲ୍ୟାକୁ ଗୁରୁବାର ପୂର୍ବାହ୍ନରେ ଜଣେ କଲେଜ ଛାତ୍ରୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଧୀବରମାନେ ତାଙ୍କୁ ଉଦ୍ଧାର କରିଛନ୍ତି। ସେ ହେଲେ ଚିକଲଖଣ୍ଡି ଗ୍ରାମର। କୌଣସି କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସେଠାରେ...

ଘର ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୬।୧: ରାୟଗଡ଼ା ସହର ଓଏମ୍‌ପି ପ୍ରଥମ ଗଳିରେ ଘର ତାଲା ଭାଙ୍ଗି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ନେହେରୁ ନଗର ତୃତୀୟ ଲାଇନ୍‌ର ଓଏମ୍‌ପି ନିକଟରେ ଶିକ୍ଷକ ରବି. ରାଜେଶଙ୍କ ଘରୁ ଏହି ଚୋରି ହୋଇଛି। ଗତ ୧୪...

ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ, ଦୀର୍ଘ ୧୫ମାସ ହେଲା ବନ୍ଦ ହୋଇପଡ଼ିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ ଓ ବାଇପାସ୍‌ ରାସ୍ତା ନିର୍ମାଣ ଦାବିରେ ଆକ୍ସନ କମିଟି ପକ୍ଷରୁ ଦିଆଯାଇଥିବା ଦୁଇଦିନ...

ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କଲା ସେସୁ

ଖୋର୍ଦ୍ଧା ଅଫିସ,୧୬।୧: ପ୍ରଥମେ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍‌ ଗ୍ରାହକମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ...

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୬।୧: ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ୭ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ...

ଶାଳଗାଁରେ ରେଳ ଦୁର୍ଘଟଣା ନେଇ ବଦଳିଲା କିଛି ଟ୍ରେନ୍‌ର ଗତିପଥ, କଟକ ପରିବର୍ତ୍ତେ ନରାଜ ହୋଇ ଯିବ

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ରେଳ ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ କିଛି ଟ୍ରେନ୍‌ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ମୁମ୍ବାଇ ଏଲ୍‌ଟିଟି, ପୁରୀ...

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ, ଆହତଙ୍କୁ ମିଳିବ ସହାୟତା

କଟକ ଅଫିସ,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଇଷ୍ଟକୋଷ୍ଟ ରେଲଓ୍ବେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜେ.ପି. ମିଶ୍ର ସୂଚନା ଦେଇଛନ୍ତି। ତେବେ କୁହୁଡ଼ି...

କୋଇଲା ବୋଝେଇ ଟ୍ରେନ୍‌ରୁ ୨ ବଗି ଅଲଗା

ରାୟଗଡ଼ା ଅଫିସ,୧୬।୧: ବିଷମକଟକ ଓ ସାନ ସାର୍ତେଲି ଷ୍ଟେଶନ ମଧ୍ୟରେ ଏକ ମାଲବାହୀ ଟ୍ରେନ୍‌ରୁ ୨ଟି ବଗି ଅଲଗା ହୋଇଯାଇଛି। ଫଳରେ ଉକ୍ତ ଟ୍ରାକ୍‌ରେ ଟେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଷମକଟକ ଷ୍ଟେଶନରୁ ୩ କିଲୋମିଟର ଦୂରରେ ଏକ କୋଇଲା...

ଶାଳଗାଁ ନିକଟରେ ରେଳ ଦୁର୍ଘଟଣା ଘଟଣା: ଆହତଙ୍କ ସୂଚନା ପାଇଁ ହେଲ୍ପଲାଇନ୍‌ ନଂ-୧୦୭୨ ଜାରି

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ସୂଚନା ପାଇଁ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ହେଲ୍ପଲାଇନ୍‌ ନଂ ଜାରି କରାଯାଇଛିି। ସମ୍ପର୍କୀୟମାନେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri