ଆମ ଜିଲା ଖବର

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଗୁରୁବାର ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଛି। ଏହି...

ଘନକୁହୁଡ଼ି: ଚିଲିକା ମଝିରେ ଦେଢ଼ଘଣ୍ଟା ଅଟକିଲା ଡଙ୍ଗା, ଯାତ୍ରୀ ଆତଙ୍କିତ

କୃଷ୍ଣପ୍ରସାଦ,୧୬।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁ ସାତପଡ଼ା-ଜହ୍ନିକୁଦା ଚିଲିକା ମଝିରେ ଏକ କୁଦରେ ଯାତ୍ରୀବାହୀ ଡଙ୍ଗା ଅଟକି ଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଡଙ୍ଗାଟି ସକାଳ ୭ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଏଠାରେ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ୩୦ ଊର୍ଦ୍ଧ୍ୱ ଯୁବ କଂଗ୍ରେସ କର୍ମୀ ଅଟକ

ପୁରୀ ଅଫିସ,୧୬।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି ଯୁବ କଂଗ୍ରେସ। ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀ ଗୋ ବ୍ୟାକ୍‌ ନାରା ଦେଇ ୩୦ ଉର୍ଦ୍ଧ୍ୱ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ...

୨୯. ୭୭ ଗ୍ରାମ ବ୍ରାଉନସୁଗାର, ୪ ବାଇକ୍‌ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧା ଜିଲାର ଜଙ୍କିଆ ଥାନା ପୋଲିସ ଛଣଗିରିର ଦେଉଳି, ସିକୋ ବାଉତି ମନ୍ଦିର ସାହି ଉପରେ ବୁଧବାର ଚଢ଼ାଉ କରି ୨୯. ୭୭ ଗ୍ରାମ ବ୍ରାଉନସୁଗାର ଓ ୪ ବାଇକ୍‌ ଜବତ କରିଛନ୍ତି। ଏହି ଘଟଣାରେ ଗିରଫ...

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୪ ସ୍ଥାନରେ ଚାଲିଛି ତନାଘନା

ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜର ସୁରେଶ ଚନ୍ଦ୍ର ମିର୍ଞ୍ଚାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ଭିଜିଲାନ୍ସ ଟିମ୍‌ ଏହି...

ଦୈନିକ ୨ ଯାତ୍ରୀରେ ଚାଲିଛି ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୬ା୧: ଆଜିକୁ ଠିକ୍‌ ଏକବର୍ଷ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ବଲାଙ୍ଗୀର-ଖୋର୍ଦ୍ଧା ୧୬.୮ କିଲୋମିଟର ରେଳପଥକୁ ଉଦ୍‌ଘାଟନ କରି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ଟ୍ରେନ୍‌ ଚଳାଚଳର ଲୋକାର୍ପଣ କରିଥିଲେ। ଏହି ବହୁ ଚର୍ଚ୍ଚିତ ଟ୍ରେନ୍‌...

ଦ୍ୱିତୀୟ ସ୍ପିଲ୍‌ୱେ

ବୃହତ୍‌ ମାଟିବନ୍ଧ ହୀରାକୁଦର ସୁରକ୍ଷା ପାଇଁ ଦ୍ୱିତୀୟ ସ୍ପିଲ୍‌ୱେ ନିର୍ମାଣ କଥା ଉଠିଥିଲା। ୨୦୧୫ ଏପ୍ରିଲରେ ସେଣ୍ଟ୍ରାଲ ୱାଟର କମିଶନ (ସିଡବ୍ଲ୍ୟୁସି) ଓ ୱାଲ୍ଡ ବ୍ୟାଙ୍କର ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବନ୍ୟାଜଳ ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ...

ମକର ବୁଡ଼ ପକାଇବାକୁ ଯାଇ ନାବାଳକଙ୍କ ସଲିଳ ସମାଧି

ପାଟଣା,୧୬।୧(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ମୁଣ୍ଡା ସାହିର ଜଣେ ନାବାଳକ ବୈତରଣୀ ନଦୀରେ ମକର ବୁଡ ପକାଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଛି। ମୃତକ ନାବାଳକ ଜଣକ ହେଉଛନ୍ତି ରାମ ମୁଣ୍ଡାଙ୍କ ପୁଅ ଓମ ସାଇ ମୁଣ୍ଡା(୬...

ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ରଜାବସା ନିକଟରେ ଏନଏଚ-୨୦ରେ ଏକ ଯାତ୍ରୀବାହୀ ବସ୍‌(ନମ୍ବର-ଓଆର୦୫ଏଏନ/୬୨୩୦) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଫଳରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି...

ପ୍ରଫେସର ଡା. ସରସ୍ବତୀ ସ୍ବାଇଁଙ୍କ ପରଲୋକ

କଟକ ଅଫିସ/ ବାଲିପାଟଣା, ୧୬ା୧ (ଡି.ଏନ.ଏ): ପୂର୍ବତନ ଲୋକ ସଭା ବାଚସ୍ପତି ରବି ରାୟଙ୍କ ସହଧର୍ମିଣୀ ତଥା ସାମାଜିକ କର୍ମୀ ପ୍ରଫେସର ଡା. ସରସ୍ବତୀ ସ୍ବାଇଁଙ୍କର ଏସ୍‌ସିବି ମେଡିକାଲରେ ବୁଧବାର ଭୋର ପ୍ରାୟ ୫ଟା ୩୨ ମିନିଟରେ ପରଲୋକ ଘଟିଛିି।...

ଦୁର୍ଘଟଣା ପରେ ବଦଳିଲା ଟ୍ରେନ୍‌ ଗତିପଥ

କଟକ ଅଫିସ,୧୬।୧: କଟକ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଲାଇନଚ୍ୟୁତ ହୋଇଛି। ୮ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ...

ବେଆଇନ ଗଞ୍ଜେଇ କାରବାର ୫ ଗିରଫ: ଗଞ୍ଜେଇ ସହ ବୋଲେରୋ, ବାଇକ, ମୋବାଇଲ ଓ ନଗଦ ୩୦ହଜାର ଟଙ୍କା ଜବତ

ଦେବଗଡ଼, ୧୬।୧(ଡି.ଏନ.ଏ.)- ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଧିନ କରଲଗା ଗ୍ରାମରେ ବେଆଇନ ଗଞ୍ଜେଇ କାରାବାର ଚାଲିଥିବାବେଳେ ବୁଧବାର ଧରାପଡ଼ିଛି। କୁଣ୍ଢେଇଗୋଳା ଥାନା ପୋଲିସ ଚଢାଉକରି ୫ ଜଣଙ୍କୁ ଗିରଫ କରିଛି। ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri