ଆମ ଜିଲା ଖବର

ଶ୍ରୀମନ୍ଦିରରେ ପହଞ୍ଚିଲା ମକର ତାଡ଼

ପୁରୀ ଅଫିସ,୧୪ା୧: ଏକମାସ ବାପଘରେ ବିତାଇ ଶ୍ରୀମନ୍ଦିରକୁ ଫେରିଛନ୍ତି ଲକ୍ଷ୍ମୀ ଠାକୁରାଣୀ। ବୁଧବାର ମକର ସଂକ୍ରାନ୍ତି ଥିବାରୁ ମଙ୍ଗଳବାର ବଡ଼ଦେଉଳରେ ପହଞ୍ଚିଛି ମକର ତାଡ଼ । ମହାପ୍ରଭୁଙ୍କ ପାଖରେ ପବିତ୍ର ମକରସଂକ୍ରାନ୍ତିରେ ମକର ଚାଉଳ ଓ ମକର ଚଉରାଶି ଭୋଗ...

ବାପଘରୁ ଫେରିଲେ ମହାଲକ୍ଷ୍ମୀ: ଶ୍ରୀମନ୍ଦିରରେ ବୁଧବାର ମକର ନୀତି

ପୁରୀ ଅଫିସ, ୧୪ା୧: ଶ୍ରୀମନ୍ଦିରରେ ମଙ୍ଗଳବାର ନବାଙ୍କ ନୀତି ଶେଷ ହୋଇଛି। ବୁଧବାର ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ ଲାଗି କରାଯିବ। ବିଶ୍ୱାସ ରହିଛି ଧନୁ ସଂକ୍ରାନ୍ତିଠାରୁ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ନବାଙ୍କରେ...

ସ୍ବର୍ଗଦ୍ୱାରରେ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୧୪ା୧: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ମଙ୍ଗଳବାର ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସକାଳେ ସ୍ବର୍ଗତ ମହାପାତ୍ରଙ୍କ ମରଶରୀର ସ୍ବର୍ଗଦ୍ୱାରରେ ପହଞ୍ଚତ୍ଥିଲା।...

ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ନକଲି ସିଆର୍‌ସିସି, ଚିତ୍ରକୋଣ୍ଡା ଥାନାରେ ଏତଲା

ଚିତ୍ରକୋଣ୍ଡା,୧୪।୧(ଡି.ଏନ୍‌.ଏ.): ଜଣେ ବ୍ୟକ୍ତି ନିଜକୁ ସିଆର୍‌ସିସି ବୋଲି ପରିଚୟ ଦେଇ ଗତ ୧୧ ତାରିଖରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ନୂଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍‌ଏସ୍‌ସି ୧୩ ନଂ. ପ୍ରାଥମିକ ବିଦ୍ୟାଳୟକୁ ବୁଲି ଦେଖିଥିଲେ। ଜିଲାପାଳ ତାଙ୍କୁ ବିଦ୍ୟାଳୟର ଅସୁବିଧା କ’ଣ...

ବାଇକ୍‌କୁ ପଛରୁ ପିଟିଲା କାର୍‌

ସିମୁଳିଆ,୧୪।୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ଜାତୀୟ ରାଜପଥର ଜାମୁଝାଡି ଡାଇଭର୍ସନ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବାଲେଶ୍ବର ଅଭିମୁଖେ ଯାଉଥିବା ମୋଟରସାଇକେଲ (ଓଡି-୦୧-ଜେଡ୍‌- ୩୮୮୪)କୁ ପଛପଟୁ ଏକ କାର୍‌ (ଓଡି-୦୨-ଏଏନ୍‌-୦୧୫୪) ଧକ୍କା ଦେବା...

ପଥର ଫିଙ୍ଗାକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା: ମୃଦୁ ଲାଠିଚାଳନା,ବ୍ୟାପକ ପୋଲିସ ମୁତୟନ

ସୁନ୍ଦରଗଡ଼,୧୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ପଥର ଫିଙ୍ଗା ଘଟଣାକୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ସୋମ୍ୟ ମିଶ୍ରା ଏବଂ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା...

କଳାହାଣ୍ଡିରେ ପ୍ରବଳ ଶୀତ: ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୧୪।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୪ ଦିନ ଧରି ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହିଛି । ଅଦିନିଆ ବର୍ଷା ପରେ ପରେ କୁହୁଡିଆ ପାଗ ଯୋଗୁ ଗତ କିଛିଦିନ ହେଲା ଜିଲାରେ ଶୀତର ପ୍ରକୋପ ସେତେଟା...

ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ମହତାବ ପ୍ରତିଭାରେ ସମ୍ମାନିତ

ହାଟଡିହୀ,୧୪।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ଡ. ମହତାବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଆଗରପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଭଣ୍ଡାରୀପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...

ଲୋକାର୍ପିତ ହେଲା ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରର ୱାଚ୍‌ ଟାୱାର

ପାଟଣା,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ରାଜସ୍ବ ନିରୀକ୍ଷକ ଅଧୀନ ଘାଟ ବାଲିଯୋଡ଼ି ରାଜସ୍ବ ମୌଜା ଅନ୍ତର୍ଗତ ପୌରାଣିକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ଜଳ ପ୍ରପାତରେ ନିର୍ମିତ ୱାଚ୍‌ ଟାୱାର ମଙ୍ଗଳବାର ଲୋକାର୍ପିତ ହୋଇଛି। ଏହି ଅବସରରେ ହଜାର ହଜାର...

ବ୍ରହ୍ମପୁରରେ ଭୋଗି ଉତ୍ସବ: ଜମିଲା ପାରମ୍ପରିକ ଦାଣ୍ଡିଆ ନୃତ୍ୟ

ବ୍ରହ୍ମପୁର ଅଫିସ,୧୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ତେଲୁଗୁ ସମ୍ପ୍ରଦାୟର ଭୋଗି ଉତ୍ସବ ମଙ୍ଗଳବାର ପାଳନ ହୋଇଛି। ଉତ୍ସବର ପ୍ରଥମ ଦିନରେ ସହରରେ ରହୁଥିବା ବହୁ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଠାପଣା ପ୍ରସ୍ତୁତ ହୋଇଛି। ପରମ୍ପରା...

ଗଙ୍ଗାସାଗରରେ ବୁଡ଼ପକାଇଲେ ୪୦ ଲକ୍ଷ ପୁଣ୍ୟାର୍ଥୀ

ଭୋଗରାଇ,୧୪।୧(ଡି.ଏନ୍‌.ଏ.): ପଶ୍ଚିମ ବଙ୍ଗ ସାଗରଦ୍ୱୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଉପଲକ୍ଷେ ମଙ୍ଗଳବାର ସାହି ସ୍ନାନରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ପୁଣ୍ୟାର୍ଥୀ ମକର ବୁଡ଼ ପକାଇଛନ୍ତି । ଓଡ଼ଶାରୁ ଅନ୍ୟୁନ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସେଠାକୁ...

ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୧୪।୧: କେନ୍ଦୁଝର ଜିଲା ତେଲକୋଇ ଥାନା କୁଣ୍ତେଇହତା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବନବିଭାଗ ଏବଂ ଗ୍ରାମବାସୀ ଦନ୍ତା ହାତୀଟିକୁ ଘୋଉଡ଼ାଉ ଥିବାବେଳେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri