ଆମ ଜିଲା ଖବର

ଜଙ୍ଗଲରୁ ଗଛକଟା ଘଟଣା: ଖବର ପ୍ରକାଶ ପରେ ବନ ବିଭାଗ ତତ୍ପର

ଦାରିଙ୍ଗବାଡ଼ି,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ଗଦଡ଼ି ସଂରକ୍ଷିତ ଜଙ୍ଗଲରୁ କେହି ଦୁର୍ବୃତ୍ତ ଗଛ କାଟି ନେବା ଘଟଣାରେ ବନ ବିଭାଗର ତପତ୍ରତା ପ୍ରକାଶ ପାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଘଟଣାସ୍ଥଳରେ ପହଞ୍ଚି...

ପ୍ରାୟଶ୍ଚିତ୍ତ ପାଇଁ ପୁରୀରେ ବରଗଡ଼ କଂସ

ପୁରୀ ଅଫିସ,୧୧।୧: ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରାୟଶ୍ଚିତ୍ତ ପାଇଁ ଶନିବାର ପୁରୀରେ ଆସି ପହଞ୍ଚିଛନ୍ତି। ଭଗବାନ୍‌ କୃଷ୍ଣ ଏବଂ ବଳରାମଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିନ୍ଦାସୂଚକ...

୧୬ ନଂ. ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

ଚଣ୍ଡିଖୋଲ,୧୧।୧(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ କଡ଼େଇଛକ ନିକଟରେ ଶନିବାର ସକାଳେ ଏକ ଗ୍ୟାସ୍‌ ଟ୍ୟାଙ୍କର ଗାଡି ଓଲଟି ପଡିଛି। ଏଚ୍‌ପି ଗ୍ୟାସ୍‌ ନେଇ ଟ୍ୟାଙ୍କରଟି କଟକରୁ କୋଲ୍‌କାତା ଅଭିମୁଖେ ଯାଉଥିବା ବେଳେ...

ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୟପୁର,୧୧।୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବି.ସିଙ୍ଗପୁର ଥାନା ରାଣିଗଡ଼ ଫାଣ୍ଡି ଅନ୍ତର୍ଗତ ବାଳିପୂଜାରିପୁଟଠାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଶନିବାର ରାସ୍ତା ଅବରୋଧ କରିଛନ୍ତି। ଶୁକ୍ରବାର ରାତିରେ...

ପାଗଳ ପୁଅଙ୍କ ଆକ୍ରମଣରେ ବାପା ମୃତ, ମା’ ଗୁରୁତର

ତୁମୁଡ଼ିବନ୍ଧ,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଝାଲିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଗଳ ପୁଅଙ୍କ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ମୃତକ ହେଲେ ଅଗାଧୁ ନାୟକ(୫୦)। ସେହିଭଳି ଲକ୍ଷ୍ମୀ ନାୟକଙ୍କୁ...

ଏସ୍‌ସିବି ଆଇସିୟୁରୁ ହ୍ୟାଣ୍ଡକଫ୍‌ ଅବସ୍ଥାରେ ଅଭିଯୁକ୍ତ ଚମ୍ପଟ୍‌

କଟକ ଅଫିସ,୧୧।୧: ଏସ୍‌ସିବି ଆଇସିୟୁରୁ ହ୍ୟାଣ୍ଡକଫ୍‌ ଲାଗିଥିବା ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଛନ୍ତି। ତାଙ୍କ ନାମ ହେଉଛି ଆଲୋକ କୁମାର ସାହୁ। ଆଲୋକଙ୍କୁ ଏକ ଚୋରି ମାମଲାରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ପୋଲିସ...

ନାବାଳିକାଙ୍କୁ ଦନ୍ତା କଚାଡ଼ି ମାରିବା ଘଟଣା: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ, ତହସିଲଦାରଙ୍କୁ ଅଟକ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା କ୍ରମରେ ଏକ ଗୋଠଛଡା ଦନ୍ତା ଜଣେ ୧୧ବର୍ଷୀୟା ଝିଅକୁ କଚାଡ଼ି ମାରିଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ...

ଗଛକୁ ପିଟିଲା କାର୍‌, ପରିବାରର ୩ଜଣଙ୍କ ସହ ଚାଳକ ମୃତ

ନୟାଗଡ଼ ଅଫିସ,୧୧।୧: ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ାଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରହିଥିବାବେଳେ ଅନ୍ୟ ଜଣେ ହେଲେ ଚାଳକ। ମୃତକମାନେ...

ମାଞ୍ଜାସୂତାରେ ଗୁଡ଼ି ଉଡ଼ାଇବା ନିଷେଧ

କଟକ ଅଫିସ, ୧୧ା୧: କଟକରେ ମାଞ୍ଜାଦିଆ ସୂତା ଗୁଡ଼ିଉଡ଼ା ନିଷେଧ। ଗୁଡ଼ିଉଡାକୁ ପ୍ରଶାସନ ପକ୍ଷରୁ ବନ୍ଦ କରା ନ ଯାଇ ଗୁଡ଼ି ଉଡ଼ା ସମୟରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗୁଡିଉଡା ପାଇଁ ପ୍ରଶାସନ ପକ୍ଷରୁ ୧୦ଟି...

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା ପରେ ରଥ ଟଣାଯାଉଥିଲା ତାହା ହିଁ ହେବ। ସିଂହଦ୍ୱାର ସମ୍ମୁଖରୁ ତିନିରଥ ଗୁଣ୍ଡିଚା...

କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୧୧ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଉଦଯାପନୀ ଦିବସରେ କଂସବଧ ଦୃଶ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା। ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ ଅଭିନୟ ଯୋଗୁ ମଥୁରାନଗରୀ ଲୋକାରଣ୍ୟ ହୋଇ ପଡ଼ିଥିଲା। ମଥୁରା ପରିଭ୍ରମଣ ସାରି କଂସ...

ଜିଲାସ୍ତରୀୟ ପ୍ରଦର୍ଶନୀରେ ୬୭ ପ୍ରକଳ୍ପ

ଖୋର୍ଦ୍ଧା ଅଫିସ,୧୧ା୧: ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଇନ୍‌ସ୍ପାୟାରମାନଙ୍କ ଦ୍ୱାରା ଜିଲାସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା-୨୦୨୦ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ କମ୍‌ ଦାମରେ ପାନୀୟ ଜଳ ମେଶିନ୍‌ ପ୍ରକଳ୍ପରେ ସ୍ଥାନ ପାଇଥିଲା। ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri