ଆମ ଜିଲା ଖବର

ଜିଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ୩ ବିଧାୟକ

ଫୁଲବାଣୀ ଅଫିସ,୧୧ା୧ -ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପରେ ବିଧାୟକ ଏବଂ ଏମ୍‌ପି ବର୍ଷିଛନ୍ତି। ବିଶେଷ କରି...

ବ୍ରହ୍ମପୁର ବନଖଣ୍ଡରେ ୧୨, ୩୩୨ ପକ୍ଷୀ

ବ୍ରହ୍ମପୁର ଅଫିସ,୧୧ା୧-ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ପକ୍ଷୀ ଗଣନା ସରିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବଢ଼ିଛି। ବନଖଣ୍ଡ ଅନ୍ତର୍ଗତ ବ୍ରହ୍ମପୁର, ଦିଗପହଣ୍ଡି, ସାମନ୍ତିଆପଲ୍ଲୀ ଓ ଖଲ୍ଲିକୋଟ ରେଞ୍ଜରେ ୭୨ ପ୍ରଜାତିର ୧୨, ୩୩୨ ପକ୍ଷୀ ଥିବା ଠାବ...

ଗଁ।ରେ ହାତୀ, ସହରରେ କର୍ମଚାରୀ

ଭଞ୍ଜନଗର,୧୧।୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ନିକଟବର୍ତ୍ତୀ କେତେକ ଗ୍ରାମରେ ହାତୀ, ବାର୍‌ହା ଆତଙ୍କ ଦେଖାଦେଇଛି। ହାତୀ ଜଙ୍ଗଲରୁ ବାହାରି ଖଳାରେ ଥିବା ଚାଷୀଙ୍କ ଧାନ ଫସଲ ନଷ୍ଟ କରୁଛି। ଶନିବାର ସୁଦ୍ଧା ଜଗନ୍ନାଥପ୍ରସାଦ ରେଞ୍ଜରେ ୧୭ ହାତୀ ଥିବାବେଳେ...

ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ : ଥାନାରେ ଏତଲା ଦେବାକୁ ଡିଇଓଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୧ା୧- ଗଞ୍ଜାମ ଜିଲାରେ ପୁଣି ୯ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି। ଏମାନେ ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡିଛି। ଜିଲାରେ ଏପରି ନକଲି ଶିକ୍ଷକଙ୍କ ସଂଖ୍ୟା ଏବେ ୩୦ରେ ପହଞ୍ଚିଛି। ଧରାପଡ଼ିଥିବା ୯...

ବାଳାଶ୍ରମରୁ ଅନ୍ତେବାସୀ ଫେରାର୍‌ ଘଟଣା: ଆଉ ୨ ନାବାଳିକା ଉଦ୍ଧାର, ମିଳିନି ୭ ଜଣଙ୍କ ପତ୍ତା

ବ୍ରହ୍ମପୁର ଅଫିସ,୧୧ା୧-ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ଗତ ୬ ତାରିଖରେ ଫେରାର୍‌ ହୋଇଯାଇଥିବା ୧୩ ନାବାଳିକାଙ୍କ ମଧ୍ୟରୁ ପୂର୍ବରୁ ୪ ଜଣ ଉଦ୍ଧାର ହୋଇଥିଲେ। ଶୁକ୍ରବାର ଆଉ ୨ ଜଣଙ୍କୁ ସ୍ବତନ୍ତ୍ର ଟିମ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ...

ଜନଜାଗରଣ ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ : ‘ବଳବତ୍ତର ରହିବ ସିଏଏ, ଉପକୃତ ହେବେ ସଂଖ୍ୟାଲଘୁ’

ବ୍ରହ୍ମପୁର ଅଫିସ,୧୧ା୧-ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବାମପନ୍ଥୀ ଦଳ, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଦେଶର ଅନ୍ୟମାନେ ସମର୍ଥନ କରୁଛନ୍ତି। ଯେତେ ଅପପ୍ରଚାର କରାଗଲେ ମଧ୍ୟ ସିଏଏ ବଳବତ୍ତର ରହିବ। ଏହାଦ୍ୱାରା ସଂଖ୍ୟାଲଘୁମାନେ...

ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଏନେଇ ବ୍ଲକର ଯୋଗାଣ ନିରୀକ୍ଷକ, ରାଜସ୍ବ ନିରୀକ୍ଷକ ଓ...

ଭାରପ୍ରାପ୍ତଙ୍କ ମୁଣ୍ଡରେ ବ୍ଲକ ପ୍ରଶାସନ ଭାର

କୁନ୍ଦୁରା,୧୧ା୧(ଡି.ଏନ୍‌.ଏ.): କୋରାପୁଟ ଜିଲାର ଉପାନ୍ତ କୁନ୍ଦୁରା ବ୍ଲକରେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ବଦଳି ପରେ ବଦଳି ହୋଇ ଯାଉଛନ୍ତି। ସେମାନଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧିତ୍କାରୀଙ୍କୁ ଦାୟିତ୍ୱ ଦେଇ ବିଭାଗ କାମ ଚଳାଉଛି ପ୍ରଶାସନ। ବହୁ ବିଭାଗରେ ଭାରପ୍ରାପ୍ତ ଅଧିକାରୀ ହିଁ...

ଏୟାରଷ୍ଟ୍ରିପ୍‌ ସଂପ୍ରସାରଣ: ଦ୍ୱୀତିୟ ପର୍ଯ୍ୟାୟରେ ୪୨ କୋଟିର ଟେଣ୍ଡର ଆହ୍ବାନ

  ଜୟପୁର,୧୧ା୧(ଡି.ଏନ୍‌.ଏ.): କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଉଡାନ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ୪୨ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି। ଏନେଇ ଠିକାସଂସ୍ଥା ଟେଣ୍ଡର ଦାଖଲ କରିଥିବା...

ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ: ୧୩ରେ କଂଗ୍ରେସର ରାସ୍ତାରୋକୋ

ଗୁଣପୁର,୧୧।୧(ଡି.ଏନ୍‌.ଏ)-ଗତ ୨୪ ତାରିଖ ରାତିରେ ବାଇକ୍‌ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ମୃତ୍ୟୁ ହୋଇଥିଲା ା ତାଙ୍କ ମୃତ୍ୟୁକୁ ପରିବାର ସଦସ୍ୟଙ୍କ ସହ କଂଗ୍ରେସ ସହଜରେ ଗ୍ରହଣ କରି ପାରୁନାହିଁ ା ତାଙ୍କର ମୃତ୍ୟୁ ଏବଂ...

ଆଧୁନିକତା ଭିତରେ ହଜି ଯାଉଛେ ପୁଷ୍‌ପୁନି

  ଭବାନୀପାଟଣା, ୧୧।୧ (ଡି.ଏନ.ଏ)- ନୂଅଁାଖାଇ ଲେଖେଁ ପୁଷ୍‌ପୁନି ବି ପଶ୍ଚିମ ଓଡ଼ିଶାର ଗୁଟେ ସିଘା ଆର କୃଷି ଭିତିକ୍‌ ପରବ୍‌। ଫିବଛର ପୁଷ୍‌ ମାସର ପୁନି ଦିନ ଇ ପରବ୍‌ ପଶ୍ଚିମ ଓଡ଼ିଶାର ଗଁାଗଁଲିନୁ ସହର ତକ୍‌ ସବୁନେ...

ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର

  ଗୁଡ଼ଭେଲିପଦର, ୧୧।୧ (ଡି.ଏନ.ଏ)- ରାଏଜର ଭିନେ ଭିନେ ଜିଲାରେ ଅନେକ ଅଙ୍ଗନଓ୍ବାଡି ଘର ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ଥିବାର ରାଏଜ୍‌ ସରକାରକଁର ନଜରକେ ଆସିଥିଲା। ସେ ଘରଯାକ ଭାଂଗି ତାର ଜାଗାରେ ନୂତନ କୁଠା ତିଆରବାକେ ରାଏଜ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri