ଆମ ଜିଲା ଖବର

ମନ୍‌ବଲ ଥିଲେ ସବୁ ସମ୍‌ଭବ: ପର୍‌ମାନ କରି ଦେଖେଇଛନ୍‌ ଦିବ୍ୟାଙ୍ଗ ଦମ୍ପତି

କଣ୍ଟାବାଞ୍ଜି, ୧୦ା୧(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଚଟୁଅନକା ପଚେଁତ୍‌ ସଦର ଗଁାର ପବିତ୍ର ପୁଟେଲ(୨୫)ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ଜନମ୍‌ ବେଲେ ସେ ପୋଲିଓ ରୋଗ୍‌ରେ ଆକ୍‌ରଁାତ ହେଲାରୁ ତାକର ଦୁଇଗୋଡ଼ ଅଚଲ ହେଇଯାଇଛେ। ହେଲେ ସେ ଜୀବନ୍‌ରେ ହାର ନାଇଁ...

‘ସ୍କୁଲ ପିଲାଙ୍କୁ ଯୋଡିଲେ ବହିହାଟ ସଫଳ ହେବ’

ବଲାଙ୍ଗୀର ଅଫିସ, ୧୦ା୧ – ୧୫ତମ ବଲାଙ୍ଗୀର ବହିହାଟ ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ବହିହାଟର ଶୁଭ ଉଦ୍‌ଘାଟନ କରିଛନ୍ତି ା ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ...

ଶିଶୁ ଉଦ୍ୟାନ ହେଲାଣି ନିଶାଡ଼ିଙ୍କ ଆଡ୍ଡା: ଖୋଲାଖୋଲି ଚାଲିଛି ସିରପ୍‌ ନିଶା କାରବାର

ଅନୁଗୋଳ ଅଫିସ, ୧୦।୧ – ଅନୁଗୋଳ ସହରରେ ସିରପ୍‌ ନିଶା କାରବାର ବେଶ୍‌ ବଢ଼ିଯାଇଛି। ସହରରେ ଥିବା ବିଭିନ୍ନ ପାର୍କରେ ଦୈନିକ ପୁଳା ପୁଳା ସିରପ୍‌ ବୋତଲ ପଡ଼ୁଥିବା ଦେଖିବାକୁ ମିଳୁଛି। ଶସ୍ତା ହେଉଥିବାରୁ ବିଶେଷକରି ଯୁବ ପିଢ଼ି ଏହି ନିଶା...

ଅନୁଗୋଳରେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ: ମୋ ସରକାର ନିୟମାବଳୀ ଶୁଭାରମ୍ଭ

ଅନୁଗୋଳ ଅଫିସ, ୧୦।୧ – ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଗୁରୁବାରଠାରୁ ଦୁଇଦିନିଆ ଅନୁଗୋଳ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ...

ବିଭାଗରେ ରହୁନାହାନ୍ତି ପୌର କର୍ମଚାରୀ: ଅଭିଯୋଗକାରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଅନୁଗୋଳ ଅଫିସ, ୧୦।୧- ଅନୁଗୋଳ ପୌରପାଳିକାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ସହରବାସୀ ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କୁ ଅଫିସରେ ପାଉନାହାନ୍ତି। କାର୍ଯ୍ୟାଳୟ ଖୋଲାଥିଲେ ବି ବିଭିନ୍ନ ବିଭାଗର କେତେଜଣ କର୍ମଚାରୀ ତାଙ୍କ ଆସନରେ ଅଧିକାଂଶ ସମୟ ରହୁ ନ...

ଫଟା ପାଇପ୍‌ରେ ପାନୀୟ ଜଳ ଯୋଗାଣ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ପରଜଙ୍ଗ, ୧୦।୧(ଡି.ଏନ.ଏ.)- ‘ଜଳ ହିଁ ଜୀବନ’। ଜଳ ସଂରକ୍ଷଣ ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳରେ ଏହା କେବଳ ଲୋକଦେଖାଣିଆ ପାଲଟିଛି। କେଉଁଠି ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ତ...

ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ

ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସମଗ୍ର ଗ୍ରାମ। ଏଥିସହିତ ପ୍ରତ୍ୟେକ ଗ୍ରାମବାସୀ ଯାତ୍ରାକୁ ମହାଆଡମ୍ବର ସହକାରେ ପାଳନ...

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ : ଫୁଲବାଣୀ ଭବାନୀ କ୍ଲବ ଚାମ୍ପିୟନ

ଖଜୁରିପଡା,୧୦ା୧- ଖଜୁରିପଡା ବ୍ଲକ ଆର.ନୂଆଗାଁ ପଞ୍ଚାୟତ ଗରାକୁମ୍ପାରେ (ଇନସା) କ୍ଲବ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ସେମି ଫାଇନାଲ ଫୁଲବାଣୀ ଭବାନୀ କ୍ଲବ ଓ ଆର.ନୂଆଗାଁ କ୍ଲବ ସହିତ ହୋଇଥିବା ବେଳେ ଭବାନୀ...

ଶୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମନ ମୋହିଲା ଘୁମୁରା, ଛଉ, ଗୋଟିପୁଅ ନୃତ୍ୟ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ.ଏ.)- ଦାରିଙ୍ଗବାଡିରେ ଅନୁଷ୍ଠିତ ଶୀତ ଉତ୍ସବର ଦ୍ୱିତୀୟ ଅର୍ଥାତ ଗୁରୁବାର ସନ୍ଧ୍ୟାର କାର୍ଯ୍ୟକ୍ରମକୁ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।...

କଳାବ୍ୟାଜ୍‌ ପରିଧାନ କଲେ ଚିନିଶିଳ୍ପ ଶ୍ରମିକ

ଆସିକା,୧୦ା୧(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପରେ ଚଳିତବର୍ଷର ଆଖୁପେଡା ଲାଗି କାରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରି ଗୁରୁବାର ଶ୍ରମିକମାନେ କଳାବ୍ୟାଜ...

୨୨ ମହଣର ପଥର ବଖାଣୁଛି ବୀରତ୍ୱ ଗାଥା

ବାସୁଦେବପୁର, ୧୦।୧(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ଏକ ଐତିହ୍ୟ ସମ୍ପନ୍ନ ଅଞ୍ଚଳ। କଥିତ ଅଛି, ମଧ୍ୟଯୁଗରେ ବାସୁଦେବପୁର ଏକ ପ୍ରଗଣା ଭାବେ ଗଢ଼ି ଉଠିଥିଲା। ବର୍ତ୍ତମାନର ବାସୁଦେବପୁର ସହରର ଅଂଶବିଶେଷ ଭେଡ଼ାଆଙ୍କୁଡ଼ାରେ ଥିଲା ରାଜଉଆସ। ରାଜା ଶାସନର ଅବସାନ ପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri