ଆମ ଜିଲା ଖବର

ଭାଜପାରେ କନ୍ଦଳ: ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ

ମାଣିଆବନ୍ଧ, ୧୨।୪(ଅଖିଳ କୁମାର ସାହୁ):କଟକ ଭାଜପା ଏମ୍‌ପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଗୁରୁବାର ଦଳୀୟ ଅସନ୍ତୁଷ୍ଟ କର୍ମୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ମହତାବ ଏମ୍‌ପି ଟିକେଟ ପାଇବା ପରେ ପ୍ରଥମ ଥର...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ ସରପଞ୍ଚ ରଶ୍ମିତା ସାହୁ। ସେ ଗୁରୁବାର ଭାଜପାର ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇ...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ଏହି ଜିଲାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଜଙ୍ଗଲ, ପାହାଡ,...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ, ଅନୁଗୋଳ ଓ ସମ୍ବଲପୁରର ଲାଇଫ ଲାଇନ୍‌ କୁହାଯାଉଥିବା ଏହି ରାଜପଥ ସମ୍ପ୍ରସାରଣ କାର୍ଯ୍ୟ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ ରାସ୍ତାକୁ ସମ୍ପ୍ରସାରଣ କରାଯିବ। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ହୋଇଛି।...

ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏପରି କି ଅନୁଗୋଳ ବିଧାୟକ ରଜନୀକାନ୍ତଙ୍କ ଭାଗ୍ୟ ପୁଣି ଥରେ ଆଶଙ୍କା ମଧ୍ୟକୁ...

ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି

ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି। ବିଧାୟକ ଥିବା ଚକ୍ରମଣୀ କହଁରଙ୍କୁ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଭର ବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା। ଟ୍ରକ୍‌...

ଆବର୍ଜନା ମଧ୍ୟରେ ମୁକ୍ତାକାଶ ଜିମ୍‌

ବ୍ରହ୍ମପୁର,୧୨ା୪(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ବିକାଶ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୨.୭୪କୋଟି ଟଙ୍କା ବ୍ୟୟରେ ଏହି ଯୋଜନାରେ ୧୬୩ ପ୍ରକଳ୍ପ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪.୭୪ କୋଟି...

ସୂର୍ଯ୍ୟମଣି-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ପୁରୁଷୋତ୍ତମପୁର, ୧୨ା୪(ସୀମାଞ୍ଚଳ ମିଶ୍ର): ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୮୫ରୁ ଜନତା ଦଳ ଓ ବିଜେଡି କବଜାରେ ରହିଛି। ଏଠାରୁ କ୍ରମାଗତ ଭାବରେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ବିଧାୟିକା ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ୨୦୦୮ ସୀମା...

ଶିଶୁ ଉଦ୍ୟାନ ଏବେ କ୍ଷୁଦ୍ର ଜଙ୍ଗଲ

ହାଟଡ଼ିହୀ,୧୨।୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଶଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମରେ ଥିବା ଶିଶୁ ଉଦ୍ୟାନ ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ପରିସର ଅନାବନା ଗଛ, ଲତାରେ ଭର୍ତ୍ତି ହୋଇଛି। ଶିଶୁ ଉଦ୍ୟାନଟି ଏବେ ସରୀସୃପଙ୍କ ବାସସ୍ଥଳୀ...

ଜଙ୍ଗଲ ନିଆଁରେ ଉଜୁଡ଼ିଯାଉଛି ମୂଲ୍ୟବାନ୍‌ ଗଛ

ବେଗୁନିଆ,୧୨।୪(ହରପ୍ରସନ୍ନ ପଣ୍ଡା): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଫଗୁଣ ଆରମ୍ଭରୁ ଦୈନିକ ଏବେ ଗ୍ରାମ୍ୟ ଜଙ୍ଗଲ ହେଉ ଅବା ଘରୋଇ କାଜୁ ବଗିଚାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri