ଆମ ଜିଲା ଖବର

ଦେବଗଡ଼ରେ ଭାରତ ବନ୍ଦର ପ୍ରଭାବ

ଦେବଗଡ଼,୮।୧(ଡି.ଏନ୍‌.ଏ.): ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା,ପ୍ରସ୍ତାବିତ ଶ୍ରମ ଆଇନ, ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେଶନ ପକ୍ଷରୁ ୧୨ ଦଫା ଦାବି ପୂରଣ ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଦେବଗଡ଼...

ଜଗତସିଂହପୁରରେ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ଜଗତସିଂହପୁର ଅଫିସ୍‌, ୮।୧: ଜଗତସିଂହପୁରରେ ଭାରତ ବନ୍ଦ ଡାକରା ସଫଳ ହୋଇଛି। ବୁଧବାର ସକାଳୁ ଜିଲାର ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ ଏବଂ ମିଳିତ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ସ୍ଥାନୀୟ ଏସକେ ଏକାଡେମୀ ପଡିଆରୁ ଏକ ଶୋଭାଯାତ୍ରା ବାହାରି...

ବାଲିଗୁଡ଼ାରେ ବସ ଚଳାଚଳ ବନ୍ଦ

ବାଲିଗୁଡ଼ା,୮।୧(ଡି.ଏନ୍‌.ଏ.) : କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ୧୨ ଦଫା ନେଇ ଦେଶବ୍ୟାପୀ ବନ୍ଦ ପାଳନ ଡାକରା ଦିଆଯାଇଛି। ଏଠାରେ କୌଣସି ସଂଗଠନ ବନ୍ଦ କରିବା ପାଇଁ ପ୍ରଚାର କରି ନ ଥିଲେ ମଧ୍ୟ ଧର୍ମଘଟକୁ ଦୃଷ୍ଟିରେ ରଖି...

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିର ପ୍ରତିବାଦ: ଜୀବନଯାତ୍ରା ପ୍ରଭାବିତ

ସୁନ୍ଦରଗଡ଼,୮।୧(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ପ୍ରତିବାଦରେ ବୁଧବାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ପ୍ରଭାବ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ଜିଲାରେ ଏଆଇଟିୟୁସି ନେତୃତ୍ୱରେ ବିଭିନ୍ନ ଶ୍ରମିକ ସଂଗଠନ ଏହି ବନ୍ଦ ଆନ୍ଦୋଳନରେ ସାମିଲ...

ରାଉରକେଲାରେ ବନ୍ଦ ପ୍ରଭାବ: ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ରାଉରକେଲା ଅଫିସ, ୮।୧: ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନର ପ୍ରଭାବ ରାଉରକେଲାରେ ପଡିଛି। ରେଳ, ବସ୍‌ ଏବଂ ଅଟୋ ସହ ଜାତୀୟ...

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଆନ୍ଦୋଳନ

ପୁରୁଷୋତ୍ତମପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଦେଇଛି। ସହରର ବିଭିନ୍ନ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନଭୋଜନରେ ନିୟୋଜିତ ପାଚିକା,ସହାୟିକା ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନ ଯୋଗୁ ଗାଡ଼ିମୋଟର ଚଳାଚଳ...

ଡଗରପଡା ଓ ଅଚ୍ୟୁତପୁରରୁ ସିରିଏଲ୍‌ ଚୋରି

ଖଇରା,୮।୧(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଡଗରପଡା ଓ ଅଚ୍ୟୁତପୁର ପଞ୍ଚାୟତର ବିଭିନ୍ନ ଗାଁରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ୪ଟି ମନ୍ଦିରରୁ ଦୁର୍ବୃତ୍ତମାନେ ୫ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏଥିସହ ମନ୍ଦିରର ସମସ୍ତ...

ଭାରତ ବନ୍ଦକୁ ସମର୍ଥନ: ସତ୍ୟବାଦୀରେ ଅଙ୍ଗନଓ୍ବାଡି କର୍ମୀ ସଂଘର ଧାରଣା

ସାକ୍ଷୀଗୋପାଳ, ୮।୧(ଡି.ଏନ୍‌.ଏ.)- ଟ୍ରେଡ୍‌ ୟୁନିୟନର ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସତ୍ୟବାଦୀ ଶାଖାର ଶତାଧିକ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୁଧବାର ସେମାନେ କାର୍ଯ୍ୟ ବନ୍ଦ କରିବା ସହ ସ୍ଥାନୀୟ...

ସଦରରେ ଭାରତ ବନ୍ଦ ପ୍ରଭାବ: ରାସ୍ତାରେ ଅଟକି ରହିଛି ଗାଡ଼ି, ଯାତ୍ରୀ ହନ୍ତସନ୍ତ

ରାଇସୁଆଁ, ୮।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତାରେ ବହୁ ଯାନବାହନ ଛିଡ଼ା ହୋଇ ରହିଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ଗାଡ଼ିଗୁଡ଼ିକ ଯୋଗୁ ସାଧାରଣ ଜନତା ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ଖୋର୍ଦ୍ଧାରେ ବନ୍ଦ ସଫଳ

ଖୋର୍ଦ୍ଧା ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦ ପାଳନ ଡାକରା ଖୋର୍ଦ୍ଧାରେ ସଫଳ ହୋଇଛି। କଂଗ୍ରେସ,ସିପିଆଇଏମ୍‌, ଏସ୍‌ଆଇଟିୟୁ ସମେତ ବଭିନ୍ନ ଟ୍ରେଡ୍‌ ୟୁନିଅନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଛି। ସେହିଭଳି...

ମଣ୍ଡିରେ ଧାନବସ୍ତା ପଡ଼ି ଚାଷୀ ମୃତ

ସଜନାଗଡ଼,୮।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ରାଜ ବରମପୁରଠାରେ ମାଟିଆଳି ଲ୍ୟାମ୍ପ୍‌ ସମିତିକୁ ଜନୈକ ଚାଷୀ ଟଲିରେ ଧାନ ବସ୍ତା ନେଇ ବୁଧବାର ପୂର୍ବାହ୍ନରେ ଆସିଥିଲେ।ଧାନବସ୍ତା ତଳକୁ କାଢ଼ୁଥିବା ବେଳେ ଅସାବଧାନତା ଯୋଗୁ ଏହା ଚାଷୀଙ୍କ ଉପରେ ପଡ଼ିଯିବାରୁ...

ହାତୀ ଆକ୍ରମଣରେ ମାମୁ, ଭାଣିଜୀ ଗୁରୁତର

ପରଜଙ୍ଗ,୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଆମ୍ବପଳାସ ଯୋଗୀ ସାହିରେ ବୁଧବାର ଭୋର୍‌ରୁ ଏକ ଦନ୍ତାହାତୀ ପଶିଥିଲା। ସେହି ସମୟରେ ଗ୍ରାମର ଗନ୍ଧର୍ବ ନାଥଙ୍କ ପରିବାର ଲୋକେ ଘର ପାଖ ଖଳାରେ ମେଶିନ ସାହାଯ୍ୟରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri