ଆମ ଜିଲା ଖବର

ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସନ୍ଦେହ

ଆନନ୍ଦପୁର,୩୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ୫୩ ନଂ ରାଜ୍ୟ ରାଜପଥର କୋଡପଡା ଛକ ଠିକ୍‌ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଜଣଙ୍କ ହେଉଛନ୍ତି ନିକଟସ୍ଥ ଗୌଡଡିହା ଗ୍ରାମର ସନାତନ ପାତ୍ର(୫୮)। ମୃତକ ସନାତନଙ୍କ ପୁଅ...

ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ଜୀବନଗଲା

ରାୟଗଡ଼ା ଅଫିସ, ୨୯।୧୨: ରାୟଗଡ଼ାର ଗଜପତି ଛକରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକରେ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ ହୋଇଛି । ମୃତକ ଜଣକ ହେଲେ କୋଲନରାର ହାରକା ରାଜା। ନିଜ ବନ୍ଧୁଙ୍କ ସହ କୌଣସି କାମରେ...

ଚିଲିକା ଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼; ଡଙ୍ଗା ନ ପାଇ ନିରାଶରେ ଫେରିଲେ

ବାଲୁଗାଁ, ୩୦ା୧୨(ଡି.ଏନ.ଏ.):  ନୂତନବର୍ଷର ଆଗମନ ସଙ୍ଗେ ସଙ୍ଗେ ବିଦାୟବର୍ଷର ଶେଷ ରବିବାର ଚିଲିକା ପରିଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚିଲିକା ମଧ୍ୟରେ ଥିବା ମା’ କାଳିଜାଈଙ୍କ ପୀଠ, ପକ୍ଷୀ ଅଭୟାରଣ୍ୟ ନଳବଣ ସମେତ ମା’ ନାରାୟଣୀ ପୀଠ,...

ସିଂହଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଦେଖିଲେ ମୁଖ୍ୟ ପ୍ରଶାସକ; ନୂଆ ପାଦ ପ୍ରକ୍ଷାଳନ କାମ ଆରମ୍ଭ

ପୁରୀ ଅଫିସ,୩୦।୧୨:  ସିଂହଦ୍ୱାରରେ ସୌନ୍ଦର୍ଯ୍ୟକରଣ କାମ ଦ୍ରୁତଗତିରେ ଚାଲିଛି। ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏହି ସୌନ୍ଦର୍ଯ୍ୟକରଣ କାମ ବୁଲି ଦେଖିଛନ୍ତି। ସେହିପରି ନୂଆ ପାଦ ପ୍ରକ୍ଷାଳନ କାମ ବି ଆରମ୍ଭ ହୋଇଛି। ଆସୁଛି ନୂଆବର୍ଷ।...

ରାସ୍ତାରେ ଢ଼େଉ ମାରୁଛି ଡ୍ରେନ୍‌ପାଣି

ଚୌଦ୍ୱାର,୩୦।୧୨(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଳିଙ୍ଗ ଛକ-ଶଙ୍କରପୁର ରାସ୍ତାର କଳିଙ୍ଗଛକ ନିକଟରେ ରାସ୍ତାରେ ହମ୍ପ୍‌ସ ନିର୍ମାଣ ଯୋଗୁ ଆଖପାଖ ରାସ୍ତାରେ ନିୟମିତ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ଭାରିଯାନ ସବୁବେଳେ ଚଳାଚଳ...

ଆର୍‌ଆଇ ଧରିଲେ ପଥର ଟ୍ରକ୍‌

ଖୁଣ୍ଟୁଣୀ,୨୯ା୧୨(ଡି.ଏନ.ଏ): ରବିବାର ରାତି ପ୍ରାୟ ୯ଟା ବେଳେ ଗୁରୁଡ଼ଝାଟିଆ ରାଜସ୍ବ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି ୪ଟି ଚୋରା ମାଙ୍କଡ଼ା ପଥର ଟ୍ରକ ଧରିଥିଲେ। ଏହି ଟ୍ରକ୍‌ଗୁଡ଼ିକ ଢ଼େଙ୍କାନାଳ ଜିଲା ବଳଦିଆବନ୍ଧରୁ ଆସୁଥିବା ଖବର ପାଇ ରାଜସ୍ବ ନିରୀକ୍ଷକ ମହାନ୍ତି ନିଜେ...

ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ଗୁଳିମାଡ଼

ବ୍ରହ୍ମଗିରି,୩୦।୧୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ଅର୍ନ୍ତଗତ ସାକ୍ଷୀଗୋପାଳ-ଅଳଗୁମା ରାସ୍ତାର ପୁରୁଣା ସୋମେଶ୍ୱରପୁର ଛକ ନିକଟରେ ସୁଜାତା ପେଟ୍ରୋଲ୍‌ ପମ୍ପରେ ରବିବାର ରାତିରେ ଗୁଳିକାଣ୍ଡ ଘଟିଛି।  ଲୁଟ୍‌ ଉଦ୍ଧେଶ୍ୟରେ ଦୁର୍ବୃତ୍ତମାନେ ପମ୍ପ ମାଲିକ ଶ୍ରୀକାନ୍ତରଥଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ପେଟରେ...

ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା: ରୋଗୀ, ପର୍ଯ୍ୟଟକ ସମସ୍ତେ ଅଟକ

ନିମାପଡ଼ା,୩୦।୧୨(ଡି.ଏନ୍‌.ଏ): ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ନିତି ବହୁ ସଂଖ୍ୟାରେ ଯାନବାହାନ ଟ୍ରାଫିକ ଜାମ୍‌ ଯୋଗୁ ଅଟକି ରହୁଛି। ପର୍ଯ୍ୟଟକବାହୀ ଯାନ ହେଉ ଅବା ଆମ୍ବୁଲାନ୍ସ, ସମସ୍ତେ ଏହି ଟ୍ରାଫିକ୍‌ରେ ଫଶିରହୁଛନ୍ତି। କୋଣାର୍କ, ଅସ୍ତରଙ୍ଗ ଏବଂ କାକଟପୁର ଯିବା...

ଜିରୋ ଆଓ୍ବାର ପାଳନ ପ୍ରସ୍ତୁତି ଜୋର୍‌ଦାର: ବଲିଉଡ ଗାୟକଙ୍କ ସହ ରସିଆନ୍‌ ବେଲି ଡ୍ୟାନ୍ସ

କଟକ ଅଫିସ, ୩୦।୧୨- ବୁଧବାର ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରିବେ ସହରବାସୀ। ଏଥିପାଇଁ କଟକର ବିଭିନ୍ନ କ୍ଲବରେ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ କ୍ଲବ୍‌ରେ ବଲିଉଡ ଗାୟକଙ୍କ ସଙ୍ଗୀତ...

ଆଦିବାସୀଙ୍କ ସ୍ବପ୍ନରେ ସୀମିତ ରହିଯାଉଛି ଆବାସ

ଦଶମନ୍ତପୁର,୩୦।୧୨(ଡି.ଏନ୍‌.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡ଼ାପଦର ପଞ୍ଚାୟତରେ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଏହି ଅଞ୍ଚଳର ଆବାସ ଘର ନିର୍ମାଣ କାମ ସଲାସୁତୁରାରେ ଠିକାଦାରଙ୍କ ହାତକୁ ଯାଉଛି। କିନ୍ତୁ କେଉଁଠି ହିତାଧିକାରୀଙ୍କ...

ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ: ସମାଜର ମଙ୍ଗଳ ପାଇଁ ଏକାଠି ହେବାକୁ ଆହ୍ବାନ

ବନ୍ତଳା,୩୦।୧୨(ଡି.ଏନ.ଏ.) – ଅନୁଗୋଳ ବାର୍‌ ଆସୋସିଏଶନ ନେତୃତ୍ୱରେ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ରବିବାର ଅନୁଗୋଳ ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଆଇନଜୀବୀ ସଂଘ ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ଅଭ୍ୟର୍ଥନା କମିଟି...

ପାହାଡ଼ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ଜୟପୁର,୩୦।୧୨(ଡି.ଏନ୍‌.ଏ.) ଜୟପୁର ସହର ଉପକଣ୍ଠରୁ ମାତ୍ର ୩ କିମି ଦୂର ବାରିଣିପୁଟ ନିକଟସ୍ଥ ମହୁଲଭଟ୍ଟା ରାସ୍ତାରେ ଥିବା ପାହାଡ଼ରୁ ମୋରମ ଓ ମାଟି ବେଆଇନ ଚାଲାଣ କରାଯାଉଛି। ରାଜସ୍ବ ବିଭାଗ ଅଧୀନରେ ଥିବା ଏହି ପାହାଡ଼ରୁ ମାଟି ଓ ମୋରମ କେବଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri