ଆମ ଜିଲା ଖବର

କୀଟନାଶକ ପିଇ ପ୍ରାଣ ହରାଇଲେ ମହିଳା

ଦାରିଙ୍ଗବାଡ଼ି,୨୬।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ଣଣୀଗାଁ ଥାନା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଜଣେ ମହିଳା କୀଟନାଶକ ପିଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତା ମହିଳା ହେଲେ ହାତୀମୁଣ୍ଡା ପଞ୍ଚାୟତ ଦାଦାରାଡ଼ି ଗାଁର ଶୁକଦେବ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା।...

ଶିଶୁ ନିର୍ଯାତନା ବିରୋଧରେ କାମ କରିବି

୨୦୧୩ରୁ ସମ୍ବଲପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଭାବେ କାର୍ଯ୍ୟରତ ଶୁଚିସ୍ମିତା ପଟ୍ଟନାୟକ ଅନାଥ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଲାଗି ଉଦ୍ୟମ ଜାରି ରଖିଛନ୍ତି। ସୁନ୍ଦରଗଡ, ଭବାନୀପାଟଣାରେ ନିଜର ସ୍କୁଲ ଜୀବନ କାଟିଥିବା ଶୁଚିସ୍ମିତାଙ୍କ କଲେଜ ଜୀବନ...

ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ

ପାଟଣା,୨୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଦୀଘା ମୈତ୍ରୀପୁର ଅଞ୍ଚଳର ଯୁବକ ରାଜେନ୍ଦ୍ର ପ୍ରସାଦ ସିଂ(୩୫)। ସୂଚନାଯୋଗ୍ୟ,...

ସ୍କର୍ପିଓରେ ଆସି ୪ ଛେଳି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୬।୧୨(ଡି.ଏନ୍‌.ଏ.): ବର୍ତ୍ତମାନ ଇଂରାଜୀ ନବବର୍ଷ ପାଳନ ଲାଗି ଗ୍ରାମଠାରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଏହାକୁ ନେଇ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମୁଛି। ଏପରିସ୍ଥଳେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଜିରାବାଡି ଗ୍ରାମରେ ଏକ ଅଭାବନୀୟ...

ନାବାଳିକା ଗଣବଳାତ୍କାର, ହତ୍ୟା ଘଟଣା: କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ

ନବରଙ୍ଗପୁର,୨୬।୧୨(ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ବାମୁଣି ପଞ୍ଚାୟତର ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ବନ୍ଦପାଳନ କରାଯାଇଛି। ୨୬ନଂ ଜାତୀୟ ରାଜପଥର ମାଝିଗୁଡା ଛକ ନିକଟରେ ଟାୟାର  ଜାଳି ରାସ୍ତା ଅବରୋଧ...

ପେସା ଫାୟାରମ୍ୟାନ : ନିଶା ସୈନିକ ଗଢ଼ିବା

ମାହାଙ୍ଗା,୨୬ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ଅଗ୍ନିଶମ ସେବା ସଂସ୍ଥାରେ ଫାୟାରମ୍ୟାନ ଭାବେ କାର୍ଯ୍ୟ କରନ୍ତି ନିତ୍ୟାନନ୍ଦ ମହାନ୍ତି। ଯୁବକଙ୍କୁ ସେନ୍ୟବାହିନୀରେ ଯୋଗଦେବା ପାଇଁ ପ୍ରସ୍ତୁତି କରାଇବା ତାଙ୍କ ନିଶା ପାଲଟିଛି। ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ମଧ୍ୟରେ...

ଶିମିଳିପାଳରେ ପୋଷା ହାତୀ ବବ୍‌ଲୁର ଉତ୍ପାତ

ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍‌ଲୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା କେବେ ଘଟିଛି ତାହା ଜଣା...

ଓଟୋ ଓଲଟି ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ ଅଫିସ,୨୬।୧୨: ରାଜପଥରୁ ତଳକୁ ଓହ୍ଲାଉଥିବା ବେଳେ ଓଟୋ ଓଲଟି ୫ ଜଣ ଗୁରୁତର ହୋଇଛନ୍ତି। ଅଟୋଟି ବାଲେଶ୍ୱର ଜିଲା ଡୁଙ୍ଗୁରା ଅଞ୍ଚଳରୁ ଭଦ୍ରକ ଆଡ଼କୁ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ୧୬ନମ୍ବର ଜାତୀୟ ରାଜପଥର...

କଠିନ ବର୍ଜ୍ୟବସ୍ତୁ ପରିଚାଳନା

ମହାନଗର ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ବିଭିନ୍ନ ଦୃଷ୍ଟିରୁ ଏହାର ଗୁରୁତ୍ୱ ବଢିଛି। ନାନା ଯୋଜନା ମାଧ୍ୟମରେ ସହରକୁ ନୂଆ ରୂପ ଦେବାକୁ ଚେଷ୍ଟା ଜାରି ରହିଛି। ଆଧୁନିକତାର ସ୍ବାଦ କିପରି ଷ୍ଟିଲ ସିଟିର କୋଣ ଅନୁକୋଣରେ...

ଆଜିଠୁ ଭିତରକନିକା ବନ୍ଦ

ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ ପର୍ଯ୍ୟଟକମାନଙ୍କ ପରିଭ୍ରମଣକୁ ବନ୍ଦ କରାଯାଇଛି। ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ...

ମହାନଦୀ ଶଯ୍ୟାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼: ଠାବହେଲା ବିରଳ ପକ୍ଷୀ କମନ୍‌ ମରଗାନସର

ସୋନପୁର,୨୬ା୧୨(ନି.ପ୍ର.): ବର୍ତ୍ତମାନ ଶୀତଦିନରେ ଦେଶ ତଥା ଦେଶ ବାହାରର ପକ୍ଷୀଙ୍କ ପାଇଁ ଚିରସ୍ରୋତା ମହାନଦୀ ପାଲଟିଛି ଜଳନିବାସ। ପ୍ରଚଣ୍ଡ ଶୀତରେ ସେଠାକାର ପରିବେଶରେ ବରଫ ପଡୁଥିବାରୁ ବିଦେଶରୁ ପକ୍ଷୀମାନେ ଏଠାକୁ ଚାଲି ଆସୁଛନ୍ତି ସ୍ବଚ୍ଛନ୍ଦରେ ରହିବାକୁ। ଦେଶ ତଥା ବିଦେଶର...

୧୫ ଫୁଟ ଖାଲରୁ ଭାଲୁ ଉଦ୍ଧାର

ଝରିଗାଁ,୨୬ା୧୨(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କାଦମଲ୍ଲୀ ଗ୍ରାମର ଏକ ଚାଷ ଜମିରେ ଖୋଳା ଯାଇଥିବା ୧୫ଫୁଟ ଖାଲରୁ ଏକ ଭାଲୁକୁ ବୁଧବାର ବନବିଭାଗ ଉଦ୍ଧାର କରିଛି। କାଦମଲ୍ଲୀ ଗ୍ରାମର ଅରକ୍ଷିତ ମାଝି ନିଜ ଚାଷଜମିରେ ପାଣି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri