ଆମ ଜିଲା ଖବର

ପୌରପାଳିକାରେ ଆରମ୍ଭ ହେଲା ‘ମୋ ସରକାର’: ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୩।୧୨-ଅନୁଗୋଳ ପୌରପାଳିକାରେ ମୋ ସରକାର ସେଲ୍‌ ଗୁରୁବାରଠାରୁ ଖୋଲାଯାଇଛି। ଏଣିକି ଅଭିଯୋଗ ନେଇ ପୌର କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ତୁରନ୍ତ ବସିବା ପାଇଁ ଚୌକି ସହ ପିଇବାକୁ ପାଣି ଦିଆଯିବ। ଅଭିଯୋଗ ଉପରେ ପଦକ୍ଷେପ ନିଆଯିବା ପ୍ରକ୍ରିୟା...

ଜନ୍ମଦିନରେ ଚାଲିଗଲା ଜୀବନ: ଟ୍ରକ୍‌ ଧକ୍କାରେ ମା’ଓ ପୁଅ ମୃତ

ଅନୁଗୋଳ ଅଫିସ, ୧୩।୧୨-ପୁଅର ଜନ୍ମଦିନ ଥିବାରୁ ଧରମ ଅଜାଙ୍କ ସହ ସ୍କୁଟିରେ ବୁଢ଼ୀ ଠାକୁରାଣୀ ମନ୍ଦିର ଆସିଥିଲେ ମା’ ଓ ପୁଅ। ସେଠାରେ ପୂଜାର୍ଚ୍ଚନା ସାରି ଘରକୁ ଫେରିବା ବେଳେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେଇ...

ସରିବ ନାଲ୍‌କୋ ସ୍ବୀକୃତିପ୍ରାପ୍ତ ସଙ୍ଗଠନର କାର୍ଯ୍ୟକାଳ: ଆରମ୍ଭ ହେଲାଣି ନିର୍ବାଚନ ପ୍ରସ୍ତୁତି

ବଅଁରପାଳ, ୧୩।୧୨(ଡି.ଏନ୍‌.ଏ)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ନାଲ୍‌କୋ ଦ୍ୱାରା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜୁଦୁର ସଂଘ(ଏଏମ୍‌ଏସ୍‌)ର କାର୍ଯ୍ୟକଳାପ ଆସନ୍ତା ଜାନୁୟାରୀ ୯ ତାରିଖରେ ଶେଷ ହେବ। ପରେ ସ୍ମେଲଟରରେ ସ୍ବୀକୃତିପ୍ରାପ୍ତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେ ଠାରୁ...

ଘୁଷୁରିଡ଼ଙ୍ଗା ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳ କରାଯିବ

ସୋରଡ଼ା,୧୩ା୧୨(ଡି.ଏନ୍‌.ଏ.)= ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଡିଓ ସୀମାଞ୍ଚଳ ପ୍ରଧାନ, ଏନଏସି ପ୍ରଶାସକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଗୁରୁବାର ବଡ଼ଗଡ଼ ସରକାରୀ ଡ଼ାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ରୋଗୀମାନଙ୍କ ସହ ଆଲୋଚନା କରିବା ସହ...

ଗଳାକାଟି ହତ୍ୟା ଘଟଣା: କୋର୍ଟରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ବ୍ରହ୍ମପୁର ଅଫିସ,୧୩ା୧୨- ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ପୋଲିସ ଅଭିଯୁକ୍ତ ବି. ବୁଲା ଦୋରାଙ୍କୁ ଧରିପାରି ନ ଥିବା ବେଳେ ଗୁରୁବାର ସେ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ...

ବେଡ୍‌ ପିଛା ୫୦ ଟଙ୍କା ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୩ା୧୨- ପରୀକ୍ଷାଠାରୁ ଚିକିତ୍ସା, ଔଷଧଠାରୁ ଆରମ୍ଭ କରି ରକ୍ତ ପର୍ଯ୍ୟନ୍ତ ସବୁ ମାଗଣା । କିନ୍ତୁ ବେଡ୍‌ ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ୁଛି । ଏହି ଟଙ୍କା ସରକାରଙ୍କ ତହବିଲ୍‌କୁ ଯାଉନି କିମ୍ବା କୌଣସି ସରକାରୀ ନିର୍ଦ୍ଦେଶ...

ବେଆଇନ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଗୋପାଳପୁର/କନିଷି (ଡି.ଏନ.ଏ.),୧୩ା୧୨-ଦୀର୍ଘମାସ ଧରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟ ତୁଳୁ ରୋଡରେ ବେଆଇନ କ୍ଲିନିକ କରି ବିଭିନ୍ନ ଅସ୍ତ୍ରୋପଚାର ଓ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲା। ଏନେଇ ନଭେମ୍ବର ୮ରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ବିଳମ୍ବରେ ହେଲେ ମଧ୍ୟ...

କୁକୁଡ଼ା ଫାର୍ମ ହଟାଇବାକୁ ଗ୍ରାମବାସୀଙ୍କ ବିକ୍ଷୋଭ

ପାଟପୁର,୧୩ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ପଞ୍ଚାୟତର ସିନ୍ଦୁରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ ଓ ଶତାଧିକ ଗ୍ରାମବାସୀ ଗୁରୁବାର ଗାଁ ମୁଣ୍ଡରେ ଥିବା ଏକ କୁକୁଡ଼ା ଫାର୍ମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।...

ଜାତୀୟ ରାଜପଥ ପାଲଟିଛି ଶୁଖୁଆ ଖଳା

ଗଞ୍ଜାମ,୧୩ା୧୨(ଡି.ଏନ.ଏ.) – ଗଞ୍ଜାମ ସହର ନିକଟସ୍ଥ ଦାମୋଦରପୁର ଗ୍ରାମର ପ୍ରାୟ ସମସ୍ତ ପରିବାର ମତ୍ସ୍ୟଜୀବୀ। କେତେକ ପରିବାର ଋଷିକୁଲ୍ୟା ନଦୀରେ ମାଛ ମାରି ଜୀବିକା ନିର୍ବାହ କରୁଥିବାବେଳେ ଆଉ କେତେକ ପରିବାର ରବିବାର ଜିଲା ପ୍ରସିଦ୍ଧ ହୁମ୍ମା ହାଟରୁ ଶୁଖୁଆ...

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ: ଆଜି ହରିଦ୍ୱାର, ଋଷିକେଶ ଗସ୍ତ

ବାଲେଶ୍ୱର ଅଫିସ,୧୩।୧୨:ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ପ୍ରଣୟନ କରିଥିଲେ। ଚଳିତବର୍ଷ ଏହି ଯୋଜନାରେ ୫ଟି...

‘ମୋମୋ’କରିଛି ସସ୍ମିତାଙ୍କୁ ସ୍ବାବଲମ୍ବୀ

ଘସିପୁରା, ୧୩।୧୨(ଡି.ଏନ.ଏ.)-‘ମୋମୋ’ ଏହି ସ୍ବାଦିଷ୍ଟ ଖାଦ୍ୟ ବ୍ୟଞ୍ଜନ ବିଷୟରେ ହୁଏତ ସଭିଏଁ ଜାଣିଥିବେ। ଆଉ ଏହାର ସ୍ବାଦ ମଧ୍ୟ ଚାଖିଥିବେ। ସାଧାରଣତଃ ବଡ଼ ସହାରଞ୍ଚଳରେ ମିଳୁଥିବା ମୋମୋ ଏବେ ଆନନ୍ଦପୁରରେ ମଧ୍ୟ ମିଳୁଛି। ଆଉ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଏହିକି...

ପ୍ରକଳ୍ପ ଥାଇ ବି ପୋଖରୀ ଭରସା

ଆରଡ଼ି, ୧୩।୧୨ (ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଲୋକଙ୍କୁ ସୁବିଧାରେ ପାନୀୟଜଳ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଛି ଜଳ ପ୍ରକଳ୍ପ। ସେଥିଲାଗି ଆଉ ଗାଁରେ ସରକାରୀ ନଳକୂପ ବସାଯାଉନି। ହେଲେ ପ୍ରକଳ୍ପ ଚଳାଇବା ପାଇଁ ନିଯୁକ୍ତ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri