ଆମ ଜିଲା ଖବର

ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ; କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟର ସମୀକ୍ଷା

ଅନୁଗୋଳ ଅଫିସ, ୧୨।୧୨:  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କର ଓ ଉପଦେଷ୍ଟା ପି.କେ. ପ୍ରଧାନ ଦୁଇ ଦିନିଆ ଅନୁଗୋଳ ଗସ୍ତ ଶେଷ କରି ମଙ୍ଗଳବାର...

ନିର୍ମାଣ କାମ ପାଇଁ ୧୨ ଟ୍ରେନ୍‌ ବାତିଲ: କେତେକ ସମୟ ସାରଣୀରେ ପରିବର୍ତ୍ତନ

ସମ୍ବଲପୁର/ବାମରା,୧୨।୧୨ (ବୁରୋ/ଡି.ଏନ.ଏ.): ଦକ୍ଷିଣ ପୂର୍ବ ରେଲଓ୍ବେ ଚକ୍ରଧରପୁର ମଣ୍ଡଳ ଝାରସୁଗୁଡା ସେକ୍ସନ ବାମରା ଷ୍ଟେଶନରେ ଉନ୍ନୟନ କାମ ଓ ତୃତୀୟ ରେଳ ଲାଇନର ପ୍ରଗତି କାର୍ଯ୍ୟ ପାଇଁ ୧୨ଟି ଟ୍ରେନକୁ ବାତିଲ କରାଯାଇଛି। ଏହା ସହ କେତେକ ଟ୍ରେନର ସମୟ...

କଳା ଶୁଣାଇଥାଏ ଜୀବନର ଗାଥା

ବନ୍ତ,୧୨।୧୨(ଡି.ଏନ.ଏ.)- ଜୀବନ ପାଇଁ କଳା ଅପରିହାର୍ଯ୍ୟ। କଳା ସଂସ୍କୃତିରେ ମଣିଷ ଜୀବନର ଅନୁଭବ ହସକାନ୍ଦ ଫେଣ୍ଟି ହୋଇ ରହିଥାଏ। କଳା ପାଇଁ ସାଧନାର ପଥ ବାଛି ନେଉଥିବା ଗ୍ରାମୀଣ କଳାକାରଙ୍କୁ ଆଜି ବି କିଭଳି ସଂଘର୍ଷମୟ ଜୀବନ ବିତାଇବାକୁ ପଡୁଛି...

ହାତୀପଲ ପାଇଁ ବନ ବିଭାଗ ନୟାନ୍ତ

ଜଳେଶ୍ୱର, ୧୨।୧୨(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ଜଳେଶ୍ୱର ରେଞ୍ଜ ଅଧୀନ ରାଇବଣିଆ ସମେତ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ଓ ମୁରୁଡ଼ା ଅଞ୍ଚଳରେ ଉପଦ୍ରବ ଚଳାଇଥିବା ହାତୀପଲ ଜଙ୍ଗଲତଳି ଇଲାକାରେ ଲୋକଙ୍କ ନିଦ ହଜାଇଛନ୍ତି। ଏହି ଅଞ୍ଚଳକୁ ପଶି ଆସିଥିବା ଶତାଧିକ...

ପର୍ଯ୍ୟଟନକେନ୍ଦ୍ରରେ ଅସ୍ବାସ୍ଥ୍ୟକର ପରିବେଶ: ବଣଭୋଜି ପରେ ଉଠାଯାଉନି ଖଲିପତ୍ର

ଦାରିଙ୍ଗବାଡ଼ି,୧୨।୧୨(ଡି.ଏନ.ଏ.)-ଦାରିଙ୍ଗବାଡ଼ିରବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଏବେ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି। ଦୈନିକ ଶତାଧିକ ପର୍ଯ୍ୟଟକ ଆସି ବଣଭୋଜି କରି ଭରପୁର ମଜା ଉଠାନ୍ତି। ଶନିବାର ଏବଂ ରବିବାର ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି। ହେଲେ ଯେଉଁଠି ବଣଭୋଜି ହେଉଛି, ସେଠି ଅଇଁଠା...

ଏମ୍‌ସିସିକୁ ବିରୋଧ, ଫେରିଲା ପୌରପାଳିକା

ଅନୁଗୋଳ ଅଫିସ, ୧୨।୧୨: ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ଏମ୍‌ସିସି ପ୍ରକଳ୍ପକୁ ମଙ୍ଗଳବାର ପୁଣି ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳକୁ ଯାଇଥିବା ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ କରି ନ ପାରି...

ପରିଚଏ ବଲି କିଛି ନାଇଁ: ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ

ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍‌.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍‌କର ବିକାଶ ଲାଗି ସବୁ ସ୍ତରରେ ବେବସ୍‌ତା ରହିଛେ। ସେନ୍‌ତା ଗଁାରେ ଜନପରତିନିଧି ହିସାବେ ଓ୍ବାର୍ଡ ସଭ୍ୟଠାନୁ ମୂଲ କରି ପଁଚେତ୍‌ରେ ସରପଁଚ୍‌, ବ୍ଲକରେ ଚେୟାରମ୍ୟାନ, ଜିଲାସ୍ତରରେ ଜିଲାପରିଷଦ...

କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର: ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା; ସୁଧୁରୁନି ସମସ୍ୟା

ଖଣ୍ଡପଡା,୧୨।୧୨(ସ୍ବ.ପ୍ର.): କଣ୍ଟିଲୋର ଶ୍ରୀନୀଳମାଧବପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନର ମର୍ଯ୍ୟାଦା ଲାଭ କରିଛି। ଏଠାର କଂସା ପିତ୍ତଳ ବାସନ ଶିଳ୍ପ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ଆଦୃତି ଲାଭ କରିପାରିଛି। ପଦ୍ମାଦ୍ରୀ ଓ ବ୍ରହ୍ମାଦ୍ରୀ ପାହାଡ଼...

ନୟାଗଡ଼ ବନ ବିଭାଗର ନିଆରା ଉଦ୍ୟମ: ପ୍ଲାଷ୍ଟିକ ବଦଳରେ ବାଉଁଶ ଖୋଳରେ ଲାଗିବ ଚାରା

ନୟାଗଡ଼ ଅଫିସ,୧୨ା୧୨: ଆମେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ପ୍ଲାଷ୍ଟିକରୁ ତିଆରି। ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏପରି କି ରାଜ୍ୟ ସରକାର ପଲିଥିନକୁ ବ୍ୟାନ୍‌ ମଧ୍ୟ କରିଛନ୍ତି। ଏ...

ଭିଜିଲାନ୍ସ ଜାଲରେ ୨ ବରିଷ୍ଠ ଯନ୍ତ୍ରୀ ୧.୪୬ ଲକ୍ଷ ଟଙ୍କା ଜବତ

ନୟାଗଡ଼ ଅଫିସ,୧୨ା୧୨: ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଶିଶିର ରଞ୍ଜନ ପୃଷ୍ଟି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ ବୁଧବାର ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରି ଭୁବନେଶ୍ୱର ଯାଉଥିବା ବେଳେ ଭିଜିଲାନ୍ସ...

ଛାତ୍ରଙ୍କୁ ମିଳିଲା ଶ୍ରବଣଯନ୍ତ୍ର

ଦାରିଙ୍ଗବାଡ଼ି,୧୨।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲାଦାଙ୍ଗି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଟୁନା ପ୍ରଧାନଙ୍କ ଗୋଟିଏ କାନକୁ ଆଦୌ ଶୁଣାଯାଉ ନ ଥିବାବେଳେ ଅନ୍ୟ କାନରେ ସେ ଅଳ୍ପ ଶୁଣିପାରୁଥିଲେ। ୭ ବର୍ଷ ହେଲା ଏଭଳି...

ଅଜଗର ଉଦ୍ଧାର

ଉଦଳା,୧୨ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ବୈରାଟପୁର ଗ୍ରାମ ନିକଟସ୍ଥ ସୋନ ନଦୀ ପଠାରୁ ମଙ୍ଗଳବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର ହୋଇଛି ା ରାତିରେ ସାପଟି ଗ୍ରାମରୁ ନଦୀ ପଠାକୁ ଯାଉଥିବା ଗ୍ରାମବାସୀ ଦେଖି ସ୍ନେକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri