ଆମ ଜିଲା ଖବର

ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି: ଖବରଦାତା ସଂଘର ଧାରଣା

ଲୋଇସିଂହା,୧୦।୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି ଓ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଲୋଇସିଂହାଖବରଦାତା ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦିଆଯାଇଛି। ଏହି ଧାରଣାକୁ ଅଞ୍ଚଳର ବିଭିନ୍ନ ମହଲରୁ ସମର୍ଥନ ମିଳିଥିବା...

ଗୁପ୍ତେଶ୍ୱର ମନ୍ଦିର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମନ୍ଦିର ନୀତିକାନ୍ତି ବନ୍ଦ

ଜୟପୁର,୧୦।୧୨(ନି.ପ୍ର.): କୋରାପୁଟ ଜିଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଶିବଲିଙ୍ଗଠାରୁ ମାତ୍ର ଅଳ୍ପ ବ୍ୟବଧାନରେ ଏହି ଅଭାବନୀୟ ଘଟଣା ଘଟିଛି।...

ଓଲଟିଲା ଟାଟା ମ୍ୟାଜିକ୍‌: ୨୩ ଆହତ

କୋଟଗଡ, ୧୦।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ବ୍ଲକ ମଦାଙ୍ଗି ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ୯.୩୦ରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌(ନଂ-ଓଡି୧୨ସି୩୦୭୨) ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୨୩ ଜଣ ଯାତ୍ରୀ ଆହତ...

ବାର୍‌ହା ଫାଶରେ ପଡି ହାତୀର ଜୀବନ ଗଲା

ବରଗଡ଼ ଅଫିସ/ଅମ୍ବାଭୋନା,୧୦।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ଜଣେ ଚାଷୀଙ୍କ ବିଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବିଦ୍ୟୁତ ତାର ସଂଯୋଗ ହୋଇଥିବା ଫାଶ ବିଛାଇ ହୋଇ ପଡି...

ରେଲୱେ ଜମିହରା ସଂଘର ଆନ୍ଦୋଳନ: କୋରାପୁଟ ରେଲୱେ ଷ୍ଟେଶନରେ ପୋଲିସ ଛାଉଣୀ

କୋରାପୁଟ,୧୦।୧୨(ସ୍ବ.ପ୍ର.): କୋରାପୁଟ ଜିଲା ରେଲୱେ ଜମି ହରା ସଂଘ ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ ଆରମ୍ଭ ହୋଇଛି। କୋରାପୁଟ-କିରୋଣ୍ଡଲ, କୋରାପୁଟ-ରାୟଗଡ଼ା ଓ କୋରାପୁଟ- ବିଶାଖାପାଟଣା ରେଳ ଲାଇନ ଲାଗି ଜମିହରାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବା ପ୍ରତିବାଦରେ ଏହି...

ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ମାନବାଧିକାର ଦିବସ ପାଳିତ

ପୁରୁଷୋତ୍ତମପୁର, ୧୦।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ମାନବାଧିକାର ଦିବସ ତାରା ତାରିଣୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନ ସେବା କମିଟିର ଅଧ୍ୟକ୍ଷା...

ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେସିଙ୍ଗା,୧୦।୧୨(ଡି.ଏନ.ଏ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ରେଞ୍ଜ ଅଫିସର ଦୀନବନ୍ଧୁ ମେହେରଙ୍କ ବଲାଙ୍ଗୀର ସହର ତୁଳସୀନଗରସ୍ଥିତ ବାସଭବନରେ ମଙ୍ଗଳବାର ଭୋର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ଭିଜିଲାନ୍ସ ଟିମ୍‌...

ସୂଚନା ଅଧିକାର କର୍ମୀଙ୍କୁ ଗୁଳି ମାରି ହତ୍ୟା

ଫୁଲବାଣୀ ଅଫିସ୍‌, ୧୦।୧୨:କନ୍ଧମାଳ ଜିଲା ବାଲିଗୁଡାରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅଧିକାର(ଆରଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ମୃତକ ଜଣଙ୍କ ହେଲେ ଅଭିମନ୍ୟୁ ପଣ୍ଡା। ମିଳିଥିବା ସୁଚନା ଅନୁସାରେ ସକାଳ ପ୍ରାୟ ସାଢ଼େ ୬ଟାବେଳେ ଏକ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ୍‌, ୧୦।୧୨: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି। ସୋରୋ ଗ୍ରାମ୍ୟ ଊନ୍ନୟନ ବିଭାଗର ସହକାରି ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ...

୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣଙ୍କ ଜୀବନଗଲା

ବଅଁରପାଳ, ୧୦।୧୨(ଡି.ଏନ.ଏ): ଅନୁଗୋଳ ଜିଲା ୧୪୯ ନଂ ଜାତୀୟ ରାଜପଥର ବଅଁରପାଳ ହସ୍ପିଟାଲ ଛକ ନିକଟରେ ବିଳମ୍ବିତ ରାତ୍ରିରେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣେ ଟ୍ରକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟତମ ଜଣେ...

ଅନ୍ୟ ଲାଗି ପ୍ରେରଣା ସାଜିଛନ୍ତି ସୁଲଣର ଯୁବଗୋଷ୍ଠୀ

ହାଟଡିହୀ, ୧୦।୧୨(ଡି.ଏନ.ଏ.)- ସମାଜସେବା କରିବା ସକାଶେ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଉମାକାନ୍ତ। ସେ ନିଜ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଏକାଠି ନିଜ ଗ୍ରାମ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣରେ ମା’ ତାରିଣୀ ସେବା...

ଶଙ୍ଖାବାଲୀର ଶଙ୍ଖା, ଚୁଡ଼ି କିମିଆ

ଆରଡ଼ି, ୧୦।୧୨ (ଡି.ଏନ.ଏ.)- ଶଙ୍ଖା, ଚୁଡ଼ି, ସିନ୍ଦୂର ସୌଭାଗ୍ୟର ପ୍ରତୀକ। କାହିଁ କେଉଁ କାଳରୁ ବିବାହିତ ସଧବା ମହିଳାମାନେ ଏହାକୁ ପିନ୍ଧି ଆସୁଛନ୍ତି। ଆଜିକାଲି ହାଟବଜାରରେ ଲେଡିଜ କର୍ନ୍ନର ଓ ଫ୍ୟାଶନ ସେଣ୍ଟରରେ ଶଙ୍ଖାସିନ୍ଦୂର ଭଳି ନାନା ପ୍ରସାଧନ ସାମଗ୍ରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri