ଆମ ଜିଲା ଖବର

ଦାୟିତ୍ୱ ନେଲେ ଡିଜିପି ଅଭୟ: ୬ ଦିଗ ଉପରେ ଦେବେ ପ୍ରାଧାନ୍ୟ

କଟକ ଅଫିସ, ୧୦।୧୨:ରାଜ୍ୟରେ ଆଉ ଚାଲିବନି ମାଫିଆ ରାଜ। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟ ସୋମବାର କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ...

ବୋମା ପକାଇ ବ୍ୟବସାୟୀଙ୍କୁ ଧମକ: ୩ ଅଟକ, ୨ ବାଇକ୍‌ ଓ ବୋମା ଜବତ

ଖଣ୍ଡପଡା,୧୦ା୧୨(ସ୍ବ.ପ୍ର.): ଖଣ୍ଡପଡା ଥାନା ଖଳିସାହି ଦୁର୍ଗା ବଜାରରେ ସୋମବାର ବୋମା ପକାଇ ବ୍ୟବସାୟୀଙ୍କୁ ଧମକ ଦେବା ଘଟଣାରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖିବା ସହ ୨ଟି ବାଇକ୍‌ ଜବତ କରିଛି। ଦୁର୍ଗା ବଜାରରେ ବ୍ୟବସାୟୀ ଶରତ ମହାପାତ୍ରଙ୍କ ଦୋକାନ...

ଶିମିଳିସାହିର ଶିମିଳିଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ପରିବେଶ

ନୟାଗଡ଼ ଅଫିସ,୧୦ା୧୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଶିମିଳିସାହିର ଶିମିଳି ଝରଣା ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ପାଲଟିଛି। ବିଶେଷକରି ଶୀତ ଦିନ ଆରମ୍ଭ ହୋଇଯାଇଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଛୁଟି ଦିନରେ ମଧ୍ୟ ଆଖପାଖ ବିଭିନ୍ନ...

ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଦେବା ଘଟଣା:ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍‌ପିଙ୍କ ତଦନ୍ତ

ତାଳଚେର, ୧୦ା୧୨(ନି.ପ୍ର.) ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କାର ପୋଡ଼ିଦେବା ଏବଂ ପୂର୍ବରୁ ତାଙ୍କ ପୈତୃକ ବାସଭବନରେ ନିଆଁ ଲଗାଇଦେବାକୁ ଉଦ୍ୟମ କରିବା ଘଟଣାରେ ସୋମବାର ପୋଲିସ...

ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ମୃତ୍ୟୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୦ା୧୨: ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଅଲଣାହାଟ କାଂଶ ଗ୍ରାମର ସୂର୍ଯ୍ୟକାନ୍ତ ଖୁଣ୍ଟିଆ ନାମକ ବ୍ୟକ୍ତିଙ୍କ ରବିବାର ରାତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂର୍ଯ୍ୟକାନ୍ତଙ୍କ ବଡ ଭାଇ ସନ୍ତୋଷଙ୍କ ଅଭିଯୋଗକ୍ରମେ ପୋଲିସ ଦଫା...

ନବ ଦମ୍ପତିଙ୍କୁ ପିଆଜ ଭେଟି

ଅନୁଗୋଳ ଅଫିସ, ୧୦।୧୨ ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି ଉତ୍ସବରେ ଭେଟି ସ୍ବରୂପ ଦେବାକୁ ପସନ୍ଦ କଲେଣି। ରବିବାର ଘଟିଥିବା ଏପରି ଏକ...

ମତ୍ସ୍ୟ ଉତ୍ପାଦନ, ଗୁଣବତ୍ତା ସମ୍ପର୍କରେ ତାଲିମ

ପାରାଦୀପ,୧୦ା୧୨(ସ୍ବ.ପ୍ର.): ସ୍ଥାନୀୟ ନେହେରୁ ବଙ୍ଗଳାସ୍ଥ ମାଛଧରା ବନ୍ଦର ପରିସରରେ ସୋମବାର ମତ୍ସ୍ୟଜୀବୀଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପିଇଡିଏ (ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ ଡେଭଲେପମେଣ୍ଟ ଅଥରିଟି) ନେଟଫିସ୍‌ ଓ ମତ୍ସ୍ୟବିଭାଗ ପକ୍ଷରୁ ଆୟୋଜିତ ଶିବିରରେ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ...

ଏମ୍‌ସିସି ନିର୍ମାଣ ଘଟଣା:ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ କାର୍ଯ୍ୟ

ଅନୁଗୋଳ ଅଫିସ, ୧୦।୧୨ ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ଏମ୍‌ସିସିକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଜିଲା ପ୍ରଶାସନ ପାଖରୁ ପୌରପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିବାରୁ ପୋଲିସ...

ମା’ ଶାରଳା ମନ୍ଦିର: ଆଦାୟ ହେଲାନି ବକେୟା ୪୦ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୦ା୧୨: ମା’ଶାରଳା ମନ୍ଦିରରେ ନାନା ଅବ୍ୟବସ୍ଥା ଲାଗି ରହିଥିବାବେଳେ ଏବେ ଖର୍ଚ୍ଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସନ୍ଦେହ କରିଛନ୍ତି, ଜିଲାପାଳ ତଥା ମନ୍ଦିର ମଧ୍ୟବର୍ତ୍ତୀକାଳିନ ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ର। ଜିଲାପାଳ ତାଙ୍କ ପ୍ରତିକ୍ରିୟାରେ ମନ୍ଦିର...

ପ୍ରଦୂଷଣରେ କଲବଲ ଜୀବନ:କ୍ରଶର ବନ୍ଦ ଦାବି କଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୦।୧୨ ଢେଙ୍କାନାଳ ସହର ଉପକଣ୍ଠ ଯତନନଗର ଅଞ୍ଚଳରେ ଥିବା କ୍ରଶର ୟୁନିଟ୍‌ ବନ୍ଦ ଦାବିରେ ସୋମବାର ମଧୁସୂଦନ ଆବାସିକ ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା, ଉକ୍ତ କ୍ରଶର...

ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସ୍ବାସ୍ଥ୍ୟ ପ୍ରତିନିଧି ଦଳ:ଖୁବ୍‌ଶୀଘ୍ର ମିନି ଆଇସିୟୁ, ଏଚ୍‌ଡିୟୁ

ଢେଙ୍କାନାଳ ଅଫିସ, ୧୦।୧୨ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୩ଜଣିଆ ପ୍ରତିନିଧି ଦଳ ସୋମବାର ଢେଙ୍କାନାଳ ଜିଲା ଚିକିତ୍ସାଳୟର ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ପି.କେ. ପ୍ରଧାନ, ସ୍ବତନ୍ତ୍ର ସଚିବ ଡା. ହର...

ସ୍ତ୍ରୀଙ୍କ ଗର୍ଭ ନଷ୍ଟ ଖବର ଶୁଣି ସ୍ବାମୀଙ୍କ ଆତ୍ମହତ୍ୟା

ସେମିଳିିଗୁଡା, ୧୦।୧୨(ସ୍ବ.ପ୍ର)- ହସ୍‌ପିଟାଲରେ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଇଥିବା ଖବର ଶୁଣି ସ୍ବାମୀ ସୋମବାର ଆତ୍ମହତ୍ୟା କରିଛନ୍ତି ା ପୁଅ ଘର ଲୋକ ମୃତଦେହକୁ ଝିଅ ଘର ବାରଣ୍ଡାରେ ରଖି ବସିଛନ୍ତି ା ମୃତକଙ୍କ ସ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri