ଆମ ଜିଲା ଖବର

ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଗହଣା ଲୁଟ୍‌

ପାତ୍ରପୁର,୮ା୧୨ (ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ କେଲୁଆ-ପଦାଦିଗି କେନାଲ ରାସ୍ତାରେ ବନ୍ଧୁକ ଦେଖାଇ ଦମ୍ପତ୍ତିଙ୍କ ଠାରୁ ପ୍ରାୟ ୩ଭରି ଓଜନର ୨ଟି ସୁନା ଚେନ୍‌ ରବିବାର ମଧ୍ୟାହ୍ନରେ ଦୁଇ ଜଣ ଲୁଟେରା ବନ୍ଧୁକ ଦେଖାଇ ଲୁଟି ନେଇଥିବା ଜଣାପଡ଼ିଛି।...

୪ଶହ ଲିଟର ରନ୍ଧାମଦ ଜବତ, ୭ ଗିରଫ

ଧରାକୋଟ,୮ା୧୨(ଡି.ଏନ.ଏ.)- ଧରାକୋଟ ଥାନା ଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମରେ ପୋଲିସ ଶନିବାର ସକାଳୁ ଚଢ଼ାଉ କରି ୪ ଶହ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଛି। ଏଥିସହ ୮ ହଜାର ଲିଟର ପୋଚ ନଷ୍ଟ...

ଛୁଟିଦିନରେ ବିଦ୍ୟାଳୟ ପରିଦର୍ଶନ କଲେ ବିଡିଓ

ପଦ୍ମପୁର, ୮।୧୨ (ଡି.ଏନ.ଏ.)- ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ଶନିବାର ଏ ସମ୍ପର୍କରେ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ...

କବିସୂର୍ଯ୍ୟନଗର କାମଦେବ ହତ୍ୟା ମାମଲା: ୨୪ ବର୍ଷ ପରେ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୮।୧୨: ଏକ ହତ୍ୟା ମାମଲାରେ ଦୀର୍ଘ ୨୪ ବର୍ଷ ଧରି ନାମ ବଦଳାଇ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ଏ. ହରି ଦାସ (୫୦)ଓ...

ଶୀତ ଋତୁରେ ପର୍ଯ୍ୟଟକଙ୍କ ମନ ଜିଣୁଛି କେନ୍ଦୁଝରର କଶ୍ମୀର ‘ଦରଗୁଡ଼ିଶିଳା’

କୋଳିମାଟି,୮ା୧୨:(ଡି.ଏନ୍‌.ଏ.): ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ପରିବେଶ ବେଶ ମନୋରମ। ବିଶେଷ କରି ଶୀତ ଋତୁର ଆଗମନରେ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକରେ ପ୍ରାକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ। ଏଭଳି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବା ଏଠାକାର...

ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କେସିଙ୍ଗା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ କୁଣ୍ଡାବନ୍ଦ ପଞ୍ଚାୟତ ହରିଜନପଡ଼ାରେ ରବିବାର ଜଣେ ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମଦନା ଦୀପ (୪୫)। ସୂଚନାଯୋଗ୍ୟ, ମଦନାଙ୍କ ସ୍ବାମୀ ମହନ ଦୀପ...

ପୁରୀ ନାବାଳିକା ବଳାତ୍କାର ମାମଲା: ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ଗିରଫ

ପୁରୀ ଅଫିସ,୮।୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ରାୟଗଡ଼ା ଓ ପୁରୀ ପୋଲିସ ମିଳିତ ଉଦ୍ୟମରେ ଗିରଫ କରାଯାଇଛି। ରାୟଗଡ଼ା ସହରର ଚେକାଗୁଡ଼ାର ନାଗାବଳୀ ନଦୀ ପାଖରୁ ପୋଲିସ ଅଭିଯୁକ୍ତ ବୁଲୁ ବାରିକଙ୍କୁ କରିଛି।...

ବାଧକ ସାଜିଛି ଗଛ: ଧିମେଇ ଯାଉଛି ରାସ୍ତା କାମ

ଜମନକିରା,୮।୧୨(ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡସ୍ଥ ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଜମନକିରା ୫୩ ନଂ. ରାଜପଥ ଷଣ୍ଢପଥର-ଫାଶୀମାଳ ଏବଂ ଜମନକିରା ମୁଖଛକ -ବଡ଼ମାଳ ପର୍ଯ୍ୟନ୍ତ ନିର୍ମାଣାଧୀନ ଥିବା ରାସ୍ତା ମଝିରେ ଗଛଗୁଡ଼ିକ ଥିବାରୁ ରାସ୍ତାକାମ ବାଧାପ୍ରାପ୍ତ ହେଉଛି।...

ବଢ଼ିଲାଣି ଶୀତ: ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଆଶାତୀତ କମ୍‌ ହୋଇଥିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ସେହିପରି ଭବାନୀପାଟଣା, ଥୁ.ରାମପୁର, ଲାଞ୍ଜିଗଡ଼, ମ.ରାମପୁର, କର୍ଲାମୁଣ୍ଡା, ଜୁନାଗଡ଼, ଗୋଲାମୁଣ୍ଡା, କଲମପୁର, ନର୍ଲା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ...

ଧାନରେ ସାଆରା ରୋଗ: ଚାଷୀ ଆତଙ୍କିତ

କର୍ଲାମୁଣ୍ଡା,(ଡି.ଏନ୍‌.ଏ): ୮।୧୨: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀ ଧାନ ଅମଳ ସମୟରେ ‘ସାଆରା’ ରୋଗ ଆକ୍ରମଣ ଯୋଗୁ ଆତଙ୍କିତ ହୋଇଛନ୍ତି। ଚଳିତବର୍ଷ ବ୍ଲକରେ ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମାସରେ ମୋଟ ୧୯୪୦ ମିମି ବର୍ଷା ହୋଇ...

ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିହୀନ ସୌମ୍ୟାଙ୍କ ହାତଧରିଲେ ମଦନ

ବ୍ରହ୍ମପୁର ଅଫିସ,୮।୧୨: ସାଧାରଣତଃ ଦୃଷ୍ଟିହୀନ ଝିଅମାନଙ୍କ ବିବାହରେ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ। ହେଲେ ଗଞ୍ଜାମରେ ଏହାର ବ୍ୟତିକ୍ରମ ସ୍ବରୂପ ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର ମଦନ ମୋହନ। ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ଉଭୟଙ୍କ ବିବାହ ଅନୁଷ୍ଠିତ...

ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ମେଲଭୁଟୁ ଗାଁରେ ଏବେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ହାତୀପଲ ଗାଁର ୫ଟି ଘର ସମ୍ପୂର୍ଣ୍ଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri