ଆମ ଜିଲା ଖବର

ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା: ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ

ଜୟପୁର,୬।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ବ୍ଲକ ଅଞ୍ଚଳ ମଙ୍ଗଳବିଭାଗ ଦ୍ୱାରା ପରିଚାଳିତ ଏକ ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ରାଜେନ୍ଦ୍ର ରଥ(୬୦)ଙ୍କୁ ଶୁକ୍ରବାର ଗିରଫ କରାଯାଇଛି।...

ସମାଜ ସେବାରେ ବେସାମରିକ ବାହିନୀର କାର୍ଯ୍ୟ ପ୍ରଶସଂନୀୟ

କୋରାପୁଟ,୬।୧୨(ସ୍ବ.ପ୍ର.): କୋରାପୁଟସ୍ଥିତ କାର୍ନିଭାଲ ପଡ଼ିଆରେ ଶୁକ୍ରବାର ୫୭ିତମ ବେସାମରିକ ବାହିନୀର ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ବେସାମରିକ ବାହିନୀର ଏବଂ ଜାତୀୟ ପତାକାକୁ...

ସ୍କୁଟିକୁ ପଛରୁ ଧକ୍କାଦେଲା ଟ୍ରକ୍‌

ବଅଁରପାଳ,୬।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୫୫ନମ୍ବର ଜାତୀୟ ରାଜପଥ କାଣ୍ଡସର ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି। ତେବେ ଗୁରୁତରଙ୍କ ପରିଚୟ ମିଳିପାରି ନ ଥବା ବେଳେ ତାଙ୍କୁ ଲୋକେ ଉଦ୍ଧାରକରି ସ୍ଥାନୀୟ ମେଡିକାଲରେ...

ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ: ମାନବସେବା ହିଁ ମାଧବ ସେବା: ଜିଲାପାଳ

ତାଳଚେର,୬।୧୨(ନି.ପ୍ର.): ଅନୁଗୋଳ ଜିଲା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ୫୭ତମ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ମାନବ ସେବା ହିଁ ମାଧବ ସେବା ବୋଲି କହିଛନ୍ତି।...

ସମବାୟ ବ୍ୟାଙ୍କ ସମ୍ମୁଖରେ ବୀମାରୁ ବଞ୍ଚିତ ଚାଷୀଙ୍କ ଧାରଣା

ତିହିଡ଼ିି,୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦପା ଗ୍ରାମର ଶତାଧିକ ଚାଷୀ ଶୁକ୍ରବାର ପୂର୍ବାହ୍ନରେ ତିହିଡ଼ିସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତବର୍ଷ ବନ୍ୟାରେ ସେମାନଙ୍କ ଧାନଫସଲ କ୍ଷତି ହୋଇଥିଲା। ମାତ୍ର...

ନୂଆବର୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୬।୧୨:ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ସରକାର। ଅନ୍ୟପଟେ ସୁପ୍ରିମ୍‌କୋର୍ଟ ମଧ୍ୟ ଏ ନେଇ ରାଜ୍ୟ ସରକାର ଓ...

ଇଷ୍ଟକୋଷ୍ଟର ଟିଟିଆଇ ପାର୍ବତୀ

କଟକ ଅଫିସ,୬।୧୨:ଟ୍ରେନ୍‌ ଟିକେଟ୍‌ ଇନ୍ସପେକ୍ଟର(ଟିଟିଆଇ) ଡ୍ୟୁଟି ଅତ୍ୟନ୍ତ କଷ୍ଟକର। ଡ୍ୟୁଟିବେଳେ ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ। ଗୋଟିଏ ଜୋନ୍‌ରୁ ଅନ୍ୟ ଜୋନ୍‌କୁ ଯିବାକୁ ପଡ଼େ। ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ପାଟିତୁଣ୍ଡ ହେବାର...

ତାରସିଂ ରେଞ୍ଜର କଳିଙ୍ଗପଦର ଜଙ୍ଗଲରେ ମାଈହାତୀର ମୃତ୍ୟୁ

ଭଞ୍ଜନଗର,୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସିଂ ରେଞ୍ଜର କଳିଙ୍ଗପଦର ଜଙ୍ଗଲରେ ଗୁରୁବାର ରାତିରେ ଏକ ମାଈହାତୀର ମୃତ୍ୟୁ ଘଟିଛି। ଏ ନେଇ ଶୁକ୍ରବାର ସକାଳେ ଘଟଣା ସମ୍ପର୍କରେ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା।...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଆର୍‌ଡି ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର,୬।୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଆର୍‌ଡି ଜେଇ ଶ୍ୟାମସାଗର ସାଏଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଲା ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।...

ଉତ୍ତମ ବ୍ୟବହାର, ସେବା ମନୋଭାବ ରଖ: ଏସ୍‌ପି

ପୁରୀ ଅଫିସ୍‌,୬।୧୨: ଓଡ଼ିଶା ପୋଲିସର ଅବିଚ୍ଛେଦ୍ୟ ଅଙ୍ଗ ହେଉଛନ୍ତି ଗୃହରକ୍ଷୀ। ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ରଥଯାତ୍ରା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଗୃହରକ୍ଷୀଙ୍କ କାର୍ଯ୍ୟ ପ୍ରଂଶସନୀୟ। ଉତ୍ତମ ବ୍ୟବହାର ଏବଂ ସେବା ମନୋଭାବ ନେଇ କାର୍ଯ୍ୟକରି...

ହାଣ୍ଡିଶାଳରୁ ହୋଟେଲ:ପିଆଜ ଉଭାନ

କଟକ ଅଫିସ,୬।୧୨:ଆକାଶଛୁଅଁା ପିଆଜର ଦର। ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ଟଙ୍କାରେ ବିକ୍ରି ହେଉଛି। ଆଉ କିଛିଦିନ ଗଲେ ଏହି ଦର ଦେଢଶହ ଟପିବ ବୋଲି ଆଶା କରାଯାଉଛି। ଅତ୍ୟଧିକ ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରୁ ହୋଟେଲ ପର୍ଯ୍ୟନ୍ତ ପିଆଜ...

ସଦାନନ୍ଦପୁରରୁ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଭଦ୍ରକ ଅଫିସ,୬।୧୨: ଭଦ୍ରକ ଜିଲା ତିହିଡ଼ି ଥାନା ସଦାନନ୍ଦପୁରରୁ ଶୁକ୍ରବାର ୮୪ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। କଟକ ଅବକାରୀ ଫ୍ଲାଇଂ ସ୍କ୍ବାଡ ଓ ଭଦ୍ରକ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri